ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହିରା କ୍ଲଷ୍ଟରର ସିଆରସିସି ତୋଷଣ କୁମାର ମହାକୁଳଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅବସର ଗ୍ରହଣ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗଣ୍ଡାରାମ ସାହୁ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବହିରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ବାବୁଲାଲ ବଘାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବହିରା କ୍ଲଷ୍ଟରର ପୂର୍ବ ସିଆରସିସି ଶ୍ରୀଯୁକ୍ତ ସୁଦାମ ଶେଖର ପୁରୋହିତ ଏବଂ ପୂର୍ବ ସିଆରସିସି ଶ୍ରୀଯୁକ୍ତ ଶଙ୍କର୍ଷଣ ହାତୀ ମଞ୍ଚାସୀନ ଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହିରାର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ଶେଖର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହିରା କ୍ଲଷ୍ଟରର ସମସ୍ତ ଶିକ୍ଷକ ସହଯୋଗ କରିଥିବା ବେଳେ ଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁରାମୁଣ୍ଡାର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।

- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।1
- ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।1
- Post by Bighne Rana1
- ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସୁଚାରୁ ଏବଂ ସୁରକ୍ଷିତ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ସାହାଣମେଲା ଏବଂ ନବଯୌବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ସାହାଣମେଲା ଏବଂ ନବଯୌବନ ଦର୍ଶନ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ଅପରାହ୍ନ ୨ଟା ପରେ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଶେଷ ଧାର୍ମିକ ରୀତିନୀତି ଏବଂ ନିର୍ଦ୍ଧାରିତ ନିୟମାବଳୀ ଯୋଗୁଁ ଏହାର ପରଦିନ ମଧ୍ୟ ଦର୍ଶନ ସମୟ ସୀମିତ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ନିର୍ଦ୍ଧାରିତ ଦିଶାନିର୍ଦ୍ଦେଶ ପାଳନ କରିବା ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି।1
- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଠାରେ ବିଜେପିର ଏକ ମଣ୍ଡଳ ସ୍ତରୀୟ ଗ୍ରାମୀଣ ବିଏଲଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ପ୍ରଦୀପ ପଧାନଙ୍କ ସଭାପତିତ୍ବରେ ଏହି ସଭାର ଆୟୋଜନ କରାଯାଇଥିଲା। ଜନଗଣନା ବର୍ଦ୍ଧିତ ବୁଥ୍ ପାଇଁ ଉଦ୍ଦିଷ୍ଟ ଏହି ବୈଠକରେ ୯ଟି ପଞ୍ଚାୟତର ନେତା ଓ କର୍ମୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଏହି ବୈଠକରେ ଉପେନ୍ଦ୍ର, ମାନସ, ହରାଧନ, ରମକୁମାର, ଗଣପତି, ପୁରନ୍ଦର, କବି, ଦିବ୍ୟ ଏବଂ କୈଳାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।1
- ବିହାରର ରୋହତାସ ଜିଲ୍ଲା ଚେନାରୀ ଅନ୍ତର୍ଗତ ମଲ୍ଲୀପୁରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଲାଇନ ମରାମତି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶଟଡାଉନ୍ ନିଆଯାଇଥିବା ସତ୍ତ୍ୱେ ହଠାତ୍ ବିଦ୍ୟୁତ୍ ସରବରାହ ଚାଲୁ ହୋଇଯିବାରୁ ବିଦ୍ୟୁତ ମିସ୍ତ୍ରୀ ମନୀଷ କୁମାର ଚୌଧୁରୀ କରେଣ୍ଟ ସଂସ୍ପର୍ଶରେ ଆସି ପୋଲରୁ ତଳକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମିସ୍ତ୍ରୀଙ୍କୁ ତୁରନ୍ତ ଚେନାରୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶଟଡାଉନ୍ ସତ୍ତ୍ୱେ ବିଦ୍ୟୁତ ସରବରାହ କିପରି ସ୍ୱାଭାବିକ ହେଲା ସେ ନେଇ ଯାଞ୍ଚ କରାଯାଉଛି।1