Shuru
Apke Nagar Ki App…
*ଚାକିରି ଆଶାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ନିୟୋଜନ ସେତୁ’ ପୋର୍ଟାଲ ଆରମ୍ଭ* ଝାରସୁଗୁଡ଼ା, ୨୫/୦୮: ଓଡ଼ିଶା ସରକାରଙ୍କ ପକ୍ଷରୁ ଚାକିରି ଆଶାୟୀ ଏବଂ ନିଯୁକ୍ତିଦାତା ମାନଙ୍କ ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ‘ନିୟୋଜନ ସେତୁ’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ଚାକିରି ଖୋଜୁଥିବା ଯୁବକ-ଯୁବତୀମାନେ ନିଜ ନାମ ପଞ୍ଜୀକରଣ କରି ବିଭିନ୍ନ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ନିଯୁକ୍ତିଦାତା ସଂସ୍ଥାଗୁଡ଼ିକ ମଧ୍ୟ ଆବଶ୍ୟକ କର୍ମଚାରୀ ଚୟନ ପାଇଁ ପଞ୍ଜୀକରଣ କରିପାରିବେ।
Saroj Kumar Mirdha
*ଚାକିରି ଆଶାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ନିୟୋଜନ ସେତୁ’ ପୋର୍ଟାଲ ଆରମ୍ଭ* ଝାରସୁଗୁଡ଼ା, ୨୫/୦୮: ଓଡ଼ିଶା ସରକାରଙ୍କ ପକ୍ଷରୁ ଚାକିରି ଆଶାୟୀ ଏବଂ ନିଯୁକ୍ତିଦାତା ମାନଙ୍କ ସୁବିଧା ନିମନ୍ତେ ଏକ ସ୍ୱତନ୍ତ୍ର ‘ନିୟୋଜନ ସେତୁ’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ଚାକିରି ଖୋଜୁଥିବା ଯୁବକ-ଯୁବତୀମାନେ ନିଜ ନାମ ପଞ୍ଜୀକରଣ କରି ବିଭିନ୍ନ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ନିଯୁକ୍ତିଦାତା ସଂସ୍ଥାଗୁଡ଼ିକ ମଧ୍ୟ ଆବଶ୍ୟକ କର୍ମଚାରୀ ଚୟନ ପାଇଁ ପଞ୍ଜୀକରଣ କରିପାରିବେ।
More news from ଓଡ଼ିଶା and nearby areas
- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- -: ଅଜଣା କାର ଧକ୍କାରେ ବାଇକ ଆରୋହୀ ଗୁରୁତର, ଜାତୀୟ ରାଜପଥ ଅବରୋଧ:- ତା: ୨୫।୮: ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ ଆରୋହୀ ଜଣକ ଜୟବୁଡ଼ିଆ ଗ୍ରାମର ମୋହନ ପିଙ୍ଗ (୪୫) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ମଙ୍ଗଳବାର ଦିନ ମୋହନ ଏକ ହିରୋ ଗ୍ଲେମ୍ବର୍ ବାଇକ (ଓଡ଼ି-୨୩ଏଚ୍-୮୪୦୦) ଯୋଗେ କୌଣସି କାର୍ଯ୍ୟରେ ବେଲପାହାଡ଼କୁ ଆସି ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟାରେ ସେ ଘରକୁ ଫେରୁଥିଲେ। ତେବେ ପିପିଲିମାଲ ଗୌରପଡ଼ା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ମୋହନ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ କିଛି ସମୟ ଧରି ଜାତୀୟ ରାଜପଥ ଜାମ୍ ରହିଥିଲା। ବେଲପାହାଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଗୁରୁତର ମୋହନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଖବର ଲେଖାହେବା ସମୟରେ ଥାନାରେ କୌଣସି ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନଥିବା ପୁଲିସ ପ୍ରକାଶ କରିଛି।3
- 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar 🚨 पटना छात्र प्रदर्शन में छोटे बच्चे ने खींचा सबका ध्यान! पटना में छात्र प्रदर्शन के दौरान एक छोटे बच्चे का वीडियो सोशल मीडिया पर तेजी से वायरल हो रहा है। 🎤 छोटा बच्चा जिस अंदाज में अपनी बात रखता नजर आया, उसने मौके पर मौजूद लोगों और मीडिया का ध्यान अपनी ओर खींच लिया। वीडियो में बच्चे का आत्मविश्वास देखकर लोग भी हैरान रह गए। देखिए वायरल वीडियो में आखिर इस बच्चे ने ऐसा क्या किया कि हर तरफ उसी की चर्चा होने लगी! 👀🔥 📍 पटना | छात्र प्रदर्शन #Patna #PatnaProtest #StudentProtest #BiharNews #ViralVideo #ViralNews #BreakingNews #P24NEWSExpress #PatnaNews #Bihar1
- #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration1
- ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ।ସେ କହିଥିଲେ, ସଂସ୍କୃତ ଭାଷା ଭାରତୀୟ ଜ୍ଞାନ ପରମ୍ପରାର ଏକ ମହାନ ଆଧାର। ବେଦ, ଉପନିଷଦ, ଭଗବଦ୍ଗୀତା, ଆୟୁର୍ବେଦ ଓ ଯୋଗଶାସ୍ତ୍ର ଭଳି ଜ୍ଞାନର ବିଶାଳ ଭଣ୍ଡାର ସଂସ୍କୃତ ଭାଷା ସହ ଗଭୀର ଭାବେ ଜଡ଼ିତ। ଯୋଗ ଓ ସଂସ୍କୃତ ପରସ୍ପର ପରିପୂରକ। ଯୋଗର ମୂଳ ତତ୍ତ୍ୱ ଓ ଶାସ୍ତ୍ରୀୟ ଧାରଣାକୁ ବୁଝିବାରେ ସଂସ୍କୃତ ଜ୍ଞାନର ଗୁରୁତ୍ୱ ରହିଛି। ତେଣୁ ଛାତ୍ରଛାତ୍ରୀମାନେ ସଂସ୍କୃତ ସହ ଯୋଗକୁ ମଧ୍ୟ ନିଜ ଜୀବନରେ ଆପଣାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ କୁମାର ରଣା ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ CRCC ପ୍ରଫୁଲ୍ଲ କୁମାର ବିଶ୍ୱାଳ ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବେ SMC ଉପସଭାପତି ବାସନ୍ତୀ ବାଘ, ପଞ୍ଚସଖା ସେତୁର ସଭାପତି ସାଚ୍ଚିଦାନନ୍ଦ ସାହୁ ଓ ଶଙ୍କର ପ୍ରସାଦ ସା ଯୋଗଦେଇଥିଲେ। ସେମାନେ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର-ପ୍ରସାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ।ସଂସ୍କୃତ ସପ୍ତାହ ଅବସରରେ ଶ୍ଲୋକ ପାଠ, ସଂସ୍କୃତ ଭାଷଣ, ସୁଭାଷିତ ପାଠ, ସଂସ୍କୃତ ନୃତ୍ୟ, ଲଘୁନାଟକ ସମେତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ, ସୃଜନଶୀଳତା ଓ ଭାରତୀୟ ସଂସ୍କୃତି ପ୍ରତି ଗର୍ବବୋଧ ବୃଦ୍ଧି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେବକ ସେବିକା ସଂପୂର୍ଣ୍ଣ ସହଯୋକ କରିଥଲେ।ଅରୁଣ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶାନ୍ତି ପାଠ ସହ ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।1
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଅଞ୍ଚଳରେ ଲଗାଣ ବର୍ଷା ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।1
- ।।ବ୍ରଜରାଜନଗର କଲେଜ ଛାତ୍ରଙ୍କୁ କଲେଜ ବାହାର ଯୁବକ ସଂଘବଧ ଭାବେ ଆକ୍ରମଣ ଭିଡିଓ ଭାଇରାଲ।। ଏହି ଦୃଶ୍ୟଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ବି ଏନ କଲେଜ ର ଦୃଶ୍ୟ। ଏହା ସାମାଜିକ ଗଣମାଧ୍ୟମ ରୁ ଆମର ହସ୍ତଗତ। ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ କିଛି ବାହାରର ଯୁବକ ଜଣେ କଲେଜ ଛାତ୍ରଙ୍କୁ ସଂଘବଧ ଭାବେ ଆକ୍ରମଣ କରୁଥୁବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି। ଯଦି ଏହି ଦୃଶ୍ୟଟି ସତ ତେବେ ଏହା ମହାବିଦ୍ୟାଳୟ ର ପ୍ରତିଷ୍ଠା, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ। ତେଣୁ ଏଥିପ୍ରତି କଲେଜ କତୃପକ୍ଷ ଏବଂ ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।1
- ।।ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ନିକଟରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଉତ୍ତେଜନା।। ମଙ୍ଗଳାବାର ଦିନ ଜାତୀୟ ରାଜପଥ - 49 ବେଲପାହାଡ଼ ଗୌରପଡ଼ା ନିକଟରେ ବାଇକ କାର ଭିତରେ ଏକସିଡେଣ୍ଟ ପରେ ଘଟଣାସ୍ତଲରେ ଉତ୍ତେଜନା ଦେଖାଦେଇଥିଲା। ବେଲପାହାଡ ପୋଲିସ ଘଟଣାସ୍ତଲରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି l ଜାତୀୟ ରାଜପଥ -୪୯ ବେଲପାହାଡ଼ ଗୌରପଡା ପାଖରେ ଦୁର୍ଘଟଣା ଘଟିଥିଲା l ବାଇକରେ ୩ ଜଣ ବସିଥିବା ୩ ଜଣ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି l ଘଟିଥିବା ଦୁର୍ଘଟଣା କୁ ନେଇ ତଦନ୍ତ ପରେ ସମ୍ପୂର୍ଣ ସୂଚନା ମିଳବ ବୋଲି ପୋଲିସ ସୂଚନା ଦେଇଛି l1