Shuru
Apke Nagar Ki App…
ଟଙ୍କଧର .ମେହେର
More news from ଓଡ଼ିଶା and nearby areas
- Post by ଟଙ୍କଧର .ମେହେର1
- କଟନି ଛଟନି ସମସ୍ୟାର ସମାଧାନ ପାଇଁ ଆମରଣ ଅନଶନ ରେ ଜିଲ୍ଲା କଂଗ୍ରେସ1
- କଣ୍ଟାନାଳି ଛକ, ମକର ସଂକ୍ରନ୍ତି ଉପଲକ୍ଷେ ମା ତାରେଣୀ ଙ୍କ ପାଖରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଲଡୁ,ଓ ମା ଙ୍କ ପ୍ରସାଦ ବଣ୍ଟନ1
- ଢେଙ୍କାନାଳ ଦକ୍ଷିଣକାଳୀ ମନ୍ଦିର ରେ ମକର ସଂକ୍ରାନ୍ତି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼1
- ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ @ranjankumardash1
- ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।2
- ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩 ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।4
- Post by ଟଙ୍କଧର .ମେହେର1