Shuru
Apke Nagar Ki App…
ପୁରୁଣାକଟକ ପୋଲିସ ଦ୍ବାରା ୧୪ କେଜି ୬୫୦ ଗ୍ରାମ୍ ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ।
DEBASISH NEPAK
ପୁରୁଣାକଟକ ପୋଲିସ ଦ୍ବାରା ୧୪ କେଜି ୬୫୦ ଗ୍ରାମ୍ ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ।
More news from ଓଡ଼ିଶା and nearby areas
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- ନୁଆଁଖାଇ ସାରିଲା ପାରେସାମୁହିକ ଭାବେ ସମସ୍ତଙ୍କୁ ଜୁହାର ଜଣେଇଲେ ରଥପୁର ର ମହିଳା ମାନେ।1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।3
- କଣ୍ଟାମାଳ ୟଙ୍ଗଷ୍ଟାର ଏସୋସିଏସନ ପକ୍ଷରୁ ମେଡିକାଲ ଛକରେ ନୂଆଁଖାଇ ଭେଟଘାଟର ସାଂସ୍କୃତିକ ସଭା,1
- ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।1
- କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।2
- ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଳି ପଞ୍ଚାୟତ ଅଧୀନ ଭାଲିଆପଦର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲିଆପଦର ଗ୍ରାମର ଟୁନା ନାଗ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ ରୁ ୫ ଟା ସମୟରେ ଟୁନା ନାଗ ଘରେ ନୂଆଖାଇ ସାରି ସାଇକେଲ ଯୋଗେ ତାଙ୍କ ଶଶୁର ଘରକୁ ଯାଉଥିଲେ। ଶୁଳିଆ ଗ୍ରାମ ନିକଟରେ ତାଙ୍କ ସାଇକେଲର ଚେନ୍ ଖୋଲି ଯିବାରୁ ସେ ରାସ୍ତା କଡ଼ରେ ଠିଆ ହୋଇ ଚେନ୍ ଲଗାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଆପାଚି ବାଇକ୍ ଆସି ତାଙ୍କୁ ଜୋରରେ ଧକ୍କା ଦେଇ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଥିଲେ। ମୃତକ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ବୃଦ୍ଧା ମା, ସ୍ତ୍ରୀ ଓ ଦୁଇ ଛୋଟ ଛୁଆ ଏବେ କାହା ଭରସାରେ ବଞ୍ଚିବେ ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଖବର ପାଇ କଣ୍ଟାମାଳ IIC ମହାନ୍ତି ବାବୁ ଓ ତହସିଲଦାର ସାହୁ ବାବୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଖଲିଆପାଳି ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ବାବଦକୁ ୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କଣ୍ଟାମାଳ ପୁଲିସ ଘଟଣାର ତଦନ୍ତ କରୁଛି।1