logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୭୭ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ରାୟଗଡ / ୦୯/୦୧ : ରାୟଗଡ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ,ସଦସ୍ୟ ସଦସ୍ୟା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସାଧାରଣତନ୍ତ୍ର ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସକାଳ ଘ. ୮.୩୦ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରରେ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜନ କରାଯିବ। ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ଼ ଓ ମହିଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯିବl ନିମନ୍ତେ ନିଷ୍ପତ୍ତି ନିଆଗଲା l ପ୍ୟାରାଡ଼ ପଡିଆରେ ବ୍ୟାରିକେଡ ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ, ଉପ କାରାଗାର , ସେବା ସମାଜ, ସ୍ୱଧାର ଗୃହର ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏସପି, ଡିଆଇବି, ଶ୍ରୀ ଭୀମସେନ ନାଏକ,ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ କବିବର ଦେହୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା,ଡ଼ଃ. ସରସ୍ବତୀ ରାୟ, ଜିସିଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମିନତି ପ୍ରଧାନ,ଅତିରକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ ,ସହକlରି ଜିଲ୍ଲା ମଙ୍ଗଳ ଅଧିକାରୀ ଏମ ଆର ଚିନାରୀ,ଆଞ୍ଚଳିକ ପରିବହନ ଅଧିକାରୀ,ବିନୟ କୁମାର ପାଉଳ, ସିଆରପିଫର ଉପ ଦୁର୍ଗପତି ସଲିମ କୁମାର.ଏସ, ରାୟଗଡ଼,ଜିଲ୍ଲା ଯୋଗାଣ ଅଧିକାରୀ, ଦାଶରଥି ସୋରେନ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ,ଅଧ୍ୟକ୍ଷା ରାୟଗଡ଼ ପଂଚାୟତ ସମିତି ଶ୍ରୀମତୀ ଟୁନି ହୁଇକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ସହକାରୀ ଉପଜିଲ୍ଲାପାଳ ଶ୍ରୀ କୈଳାଶ ସ୍ୱାଇଁ,ରାୟଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସରସ୍ବତୀ ରାୟ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି,ପରିମଳନିରୀକ୍ଷକ, ଭେଙ୍କଟ ରାଓ, ସହକାରୀ ଯନ୍ତ୍ରୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଆଇନଜୀବୀ ବ୍ରଜସୁନ୍ଦର ନାୟକ, ସେନଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ରାଜେଶ କୁମାର ପାଢ଼ୀ,ଡା. ଏଲ ଏନ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ତ୍ତ ବିଭାଗ, ଯୁବ ବିକାଶ ପରିଷଦର ଶିବାଜୀ ଦାସ, ୱାକର୍ଷ କ୍ଳବର ସୁରେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ ଶିକ୍ଷକ, ନୀଳାଚଳ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ,ଶେଖ ଆଲେନୁର, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜଳନ୍ଧର ପୁଷିକl,ଏନସିସି ଶିକ୍ଷକ, ଅଶୋକ କୁମାର ଦାଶ,ଲେଫ୍ଟନାଣ୍ଟ ଉଦୟ ନାଏକ ଓ ରିତାରାଣୀ ମିଶ୍ର, ସ୍ଵନ୍ତୋଷ କୁମାର ବ୍ରହ୍ମା ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

2 days ago
user_Narattam Kumar padhy
Narattam Kumar padhy
Journalist ବିଷମାକଟକ, ରାୟଗଡା, ଓଡ଼ିଶା•
2 days ago
69193ad0-ae7d-437e-91af-32e946c97e35

୭୭ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ରାୟଗଡ / ୦୯/୦୧ : ରାୟଗଡ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ,ସଦସ୍ୟ ସଦସ୍ୟା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ | ସାଧାରଣତନ୍ତ୍ର ଦିବସ ପାଳନ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ

aea5895a-406c-455d-ab8e-56e164cdd52b

ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସକାଳ ଘ. ୮.୩୦ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସ୍ତରରେ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜନ କରାଯିବ। ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ଼ ଓ ମହିଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯିବl ନିମନ୍ତେ ନିଷ୍ପତ୍ତି ନିଆଗଲା l ପ୍ୟାରାଡ଼ ପଡିଆରେ ବ୍ୟାରିକେଡ ଲଗାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା | ଏହି ଦିବସ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନରେ ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

af9cd655-967d-4034-adf9-451b816605c1

ଥିବା ରୋଗୀ, ଉପ କାରାଗାର , ସେବା ସମାଜ, ସ୍ୱଧାର ଗୃହର ଅନ୍ତେବାସୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏସପି, ଡିଆଇବି, ଶ୍ରୀ ଭୀମସେନ ନାଏକ,ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ କବିବର ଦେହୁରୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା,ଡ଼ଃ. ସରସ୍ବତୀ ରାୟ, ଜିସିଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମିନତି ପ୍ରଧାନ,ଅତିରକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ ,ସହକlରି ଜିଲ୍ଲା ମଙ୍ଗଳ ଅଧିକାରୀ ଏମ ଆର ଚିନାରୀ,ଆଞ୍ଚଳିକ ପରିବହନ ଅଧିକାରୀ,ବିନୟ କୁମାର ପାଉଳ, ସିଆରପିଫର ଉପ ଦୁର୍ଗପତି ସଲିମ କୁମାର.ଏସ, ରାୟଗଡ଼,ଜିଲ୍ଲା ଯୋଗାଣ ଅଧିକାରୀ, ଦାଶରଥି ସୋରେନ, ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତ,ଅଧ୍ୟକ୍ଷା ରାୟଗଡ଼ ପଂଚାୟତ ସମିତି ଶ୍ରୀମତୀ ଟୁନି ହୁଇକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ସହକାରୀ ଉପଜିଲ୍ଲାପାଳ ଶ୍ରୀ କୈଳାଶ ସ୍ୱାଇଁ,ରାୟଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଲଦୀପ କୁମାର,ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସରସ୍ବତୀ ରାୟ, ମହିଳା

e954431c-9ea1-4a8c-bff3-7291bcc1611d

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି,ପରିମଳନିରୀକ୍ଷକ, ଭେଙ୍କଟ ରାଓ, ସହକାରୀ ଯନ୍ତ୍ରୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଆଇନଜୀବୀ ବ୍ରଜସୁନ୍ଦର ନାୟକ, ସେନଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ରାଜେଶ କୁମାର ପାଢ଼ୀ,ଡା. ଏଲ ଏନ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ତ୍ତ ବିଭାଗ, ଯୁବ ବିକାଶ ପରିଷଦର ଶିବାଜୀ ଦାସ, ୱାକର୍ଷ କ୍ଳବର ସୁରେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ ଶିକ୍ଷକ, ନୀଳାଚଳ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ,ଶେଖ ଆଲେନୁର, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜଳନ୍ଧର ପୁଷିକl,ଏନସିସି ଶିକ୍ଷକ, ଅଶୋକ କୁମାର ଦାଶ,ଲେଫ୍ଟନାଣ୍ଟ ଉଦୟ ନାଏକ ଓ ରିତାରାଣୀ ମିଶ୍ର, ସ୍ଵନ୍ତୋଷ କୁମାର ବ୍ରହ୍ମା ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

More news from ଓଡ଼ିଶା and nearby areas
  • #
    1
    #
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    8 hrs ago
  • ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର, ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    1
    ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ 
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର  ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି  | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର,  ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ  ଆଦିବାସୀ  ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    21 hrs ago
  • କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    1
    କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    39 min ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    6 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    8 hrs ago
  • ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀର ନଗରଢିଅ ଠାରେ ଇଂରାଜୀ ନବବର୍ଷ ୨୦୨୬ ଅବସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସେବାନିବୃତ୍ତ ଶିକ୍ଷକ କର୍ମଚାରୀଙ୍କୁ ସମର୍ଦ୍ଧନା ଉତ୍ସବରେ  ରମେଶ ଭାଇ ଜେନା ଗଞ୍ଜାମ ସଭାପତି କଂଗ୍ରେସ ଯୋଗଦାନ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • କୋରାପୁଟ ସ୍ପୋର୍ଟସ ଷ୍ଟାଡିୟମ ଠାରୁ ସ୍ଵଦେଶୀ ସଂକଳ୍ପ ଦୌଡ଼ ଓ ସ୍ଵଦେଶୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ
    1
    କୋରାପୁଟ ସ୍ପୋର୍ଟସ ଷ୍ଟାଡିୟମ ଠାରୁ ସ୍ଵଦେଶୀ ସଂକଳ୍ପ ଦୌଡ଼ ଓ ସ୍ଵଦେଶୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ
    user_Koraput News
    Koraput News
    Journalist କୋରାପୁଟ, କୋରାପୁଟ, ଓଡ଼ିଶା•
    6 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.