logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରଧାନମନ୍ତ୍ରୀ କିଶାନ ଯୋଜନା ସମେତ ସୂର୍ଯ୍ୟ ସରୋବର ଯୋଜନା ଏବଂ ସମୁଦ୍ର ମନ୍ଥନ ଯୋଜନା କୁ କେନ୍ଦ୍ର କ୍ୟାବିନେଟ ର ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୧୯ ଫେବ୍ରୁଆରିରେ ଏହି ଯୋଜନା ଆରମ୍ଭ ହୋଇଥିଲା ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଇତି ମଧ୍ୟରେ ୨୩ଟି କିସ୍ତିରେ ୪.୪୭ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୪୮,୦୪୮ କୋଟି ଟଙ୍କା ଅଟକଳ ବିଶିଷ୍ଟ ସମୁଦ୍ର ମନ୍ଥନ ଯୋଜନାକୁ ଅନୁମୋଦନ କରାଯାଇଛି। ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ଯୋଜନାରେ ସରକାର ଅଧିକରୁ ଅଧିକ ତୈଳ ଓ ଗ୍ୟାସ୍‌ କ୍ଷେତ୍ର ସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସମୁଦ୍ର ମନ୍ଥନ ଯୋଜନା ପ୍ରଭାବରେ ୬୦୦ ନିୟୁତ ଟନ୍‌ ତୈଳ ଭଣ୍ଡାର ସନ୍ଧାନ ହୋଇପାରିବ ବୋଲି ଆଶା କରାଯାଉଛି।ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ଯୋଜନାରେ ପାଞ୍ଚ ବର୍ଷରେ ୫୦୦୦ ମେଗାୱାଟ୍‌ ଭାସମାନ ସୌର ଶକ୍ତି କ୍ଷମତା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ଏହି କ୍ଷମତା ୭୦୦ ମେଗାୱାଟ୍‌ ରହିଛି ଯାହା ଆଗାମୀ ୫ ବର୍ଷରେ ପ୍ରାୟ ୭ ଗୁଣା ବଢ଼ିବାକୁ ଯାଉଛି। ଏହି ଯୋଜନାରେ ପ୍ରତି ମେଗାୱାଟ୍‌ ପାଇଁ ସରକାର ୧ କୋଟି ଟଙ୍କାର ସହାୟତା ଭାବେ ମୋଟ୍‌ ୫୦୭୦ କୋଟି ଟଙ୍କାର ସହାୟତା ଦେବେ। ଏହି ଯୋଜନା ପ୍ରଭାବରେ ୧୭ ହଜାର ପାଖାପାଖି ନୂତନ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଏଥି ସହିତ ବୈଠକରେ ସଂଶୋଧିତ ଖେଲୋ ଇଣ୍ଡିଆ ଯୋଜନା ମଧ୍ୟ ମଞ୍ଜୁର ହୋଇଛି। ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ଅଟକଳ ୩୬,୪୧୧ କୋଟି ଟଙ୍କା ରହିଛି

5 hrs ago
user_KAPILESWAR SINGH
KAPILESWAR SINGH
Local News Reporter ନିରାକାରପୁର, ଖୋର୍ଦ୍ଧା, ଓଡ଼ିଶା•
5 hrs ago
cfcdd6f8-00c2-4b67-a987-2d11cf72cf97

ପ୍ରଧାନମନ୍ତ୍ରୀ କିଶାନ ଯୋଜନା ସମେତ ସୂର୍ଯ୍ୟ ସରୋବର ଯୋଜନା ଏବଂ ସମୁଦ୍ର ମନ୍ଥନ ଯୋଜନା କୁ କେନ୍ଦ୍ର କ୍ୟାବିନେଟ ର ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩.୧୫ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୧୯ ଫେବ୍ରୁଆରିରେ ଏହି ଯୋଜନା ଆରମ୍ଭ ହୋଇଥିଲା ଯେଉଁଥିରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି। ଇତି ମଧ୍ୟରେ ୨୩ଟି କିସ୍ତିରେ ୪.୪୭ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା କରାଯାଇଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ୪୮,୦୪୮ କୋଟି ଟଙ୍କା ଅଟକଳ ବିଶିଷ୍ଟ ସମୁଦ୍ର ମନ୍ଥନ ଯୋଜନାକୁ ଅନୁମୋଦନ କରାଯାଇଛି। ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ଯୋଜନାରେ ସରକାର ଅଧିକରୁ ଅଧିକ ତୈଳ ଓ ଗ୍ୟାସ୍‌ କ୍ଷେତ୍ର ସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସମୁଦ୍ର ମନ୍ଥନ ଯୋଜନା ପ୍ରଭାବରେ ୬୦୦ ନିୟୁତ ଟନ୍‌ ତୈଳ ଭଣ୍ଡାର ସନ୍ଧାନ ହୋଇପାରିବ ବୋଲି ଆଶା କରାଯାଉଛି।ସେହିପରି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ଯୋଜନାରେ ପାଞ୍ଚ ବର୍ଷରେ ୫୦୦୦ ମେଗାୱାଟ୍‌ ଭାସମାନ ସୌର ଶକ୍ତି କ୍ଷମତା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ଏହି କ୍ଷମତା ୭୦୦ ମେଗାୱାଟ୍‌ ରହିଛି ଯାହା ଆଗାମୀ ୫ ବର୍ଷରେ ପ୍ରାୟ ୭ ଗୁଣା ବଢ଼ିବାକୁ ଯାଉଛି। ଏହି ଯୋଜନାରେ ପ୍ରତି ମେଗାୱାଟ୍‌ ପାଇଁ ସରକାର ୧ କୋଟି ଟଙ୍କାର ସହାୟତା ଭାବେ ମୋଟ୍‌ ୫୦୭୦ କୋଟି ଟଙ୍କାର ସହାୟତା ଦେବେ। ଏହି ଯୋଜନା ପ୍ରଭାବରେ ୧୭ ହଜାର ପାଖାପାଖି ନୂତନ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଏଥି ସହିତ ବୈଠକରେ ସଂଶୋଧିତ ଖେଲୋ ଇଣ୍ଡିଆ ଯୋଜନା ମଧ୍ୟ ମଞ୍ଜୁର ହୋଇଛି। ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ଅଟକଳ ୩୬,୪୧୧ କୋଟି ଟଙ୍କା ରହିଛି

More news from ଓଡ଼ିଶା and nearby areas
  • ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,
    1
    ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,,
ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,,
ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    12 hrs ago
  • ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ। (ଡ଼ଃ ମନୋଜକୁମାର ବଳିଆରସିଂ)​ପୁରୀ, ୩୧ ଜୁଲାଇ ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ। ​ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ​ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ। ​ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
    4
    ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଓ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ନିର୍ବାଚିତ।

(ଡ଼ଃ ମନୋଜକୁମାର ବଳିଆରସିଂ)​ପୁରୀ, ୩୧ ଜୁଲାଇ
ଆଜି ପୁରୀ ବଳଭଦ୍ର ଜାଗା ଯୁବକ ସଂଘ (ହରିଜନ ସାହି, ମାର୍କଣ୍ଡ ସାହି) ପରିସରରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁରୀ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହି ନିର୍ବାଚନ କରାଯାଏ।
​ଚଳିତଥର ପୁରୀ ଜିଲ୍ଲାରେ ପ୍ରଥମଥର ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜିଲ୍ଲା ସଭାପତି (ଜିଲ୍ଲା ଆବାହକ) ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ନିୟମାନୁସାରେ ଜିଲ୍ଲା ସଭାପତି ସ୍ୱୟଂକ୍ରିୟ ଭାବେ 'ନ୍ୟାସନାଲ କାଉନ୍ସିଲ୍' ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ପୁରୀ ଜିଲ୍ଲାରୁ ପ୍ରଥମ ଥର ପାଇଁ ନ୍ୟାସନାଲ କାଉନ୍ସିଲ୍ ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି।
​ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି ଏହି ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷକ ଭାବେ ସୂଚାରୁରୂପେ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ଶ୍ରୀଯୁକ୍ତ ବିସ୍ମୟ ପଲ୍ ଏବଂ ଏସ୍. କେ. ମୁମତାଜ ଜିଲ୍ଲା ଆବାହକ ପଦ ପାଇଁ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ, ଶ୍ରୀଯୁକ୍ତ ଭାଗବତ ବେହେରା ଏହାକୁ ସମର୍ଥନ କରିଥିଲେ। ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟଙ୍କ ସହମତିକ୍ରମେ ଶ୍ରୀ ମହାନ୍ତି ନିର୍ବିରୋଧ ଭାବେ ଚୟନ ହୋଇଥିଲେ।
​ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି କହିଥିଲେ ଯେ, ପୂର୍ବରୁ ରାଜ୍ୟ ନେତୃତ୍ୱ ଏବଂ ବର୍ତ୍ତମାନ ଜିଲ୍ଲାର ସମସ୍ତ କର୍ମୀ ଓ ସଦସ୍ୟମାନେ ତାଙ୍କ ପ୍ରତି ଯେଉଁ ଭରସା ଓ ଆସ୍ଥା ପ୍ରକଟ କରିଛନ୍ତି, ସେଥିପାଇଁ ସେ କୃତଜ୍ଞ। ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରାଯିବ ଏବଂ ଆଗାମୀ ଦିନରେ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ରାଜ୍ୟରେ ଏକ ଦୃଢ଼ ବିକଳ୍ପ ଭାବେ କାର୍ଯ୍ୟ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏
    1
    ଆହେ ପ୍ରଭୁ ଚକାଡୋଳା ଧନ୍ୟ ତୁମ ନିଲାଖେଳା ତୁମେ ବନ୍ଧୁ ତୁମେ ସଖା ବିପଦରେ ଦେଲ ଦେଖା ⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    16 hrs ago
  • *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    1
    *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି। ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି। ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
    1
    ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା
ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି।
ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି।
ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି।
ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
    user_SUDAM DAS
    SUDAM DAS
    Newspaper publisher ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ଆରେ chiku କଣକିରେବଣ୍ଟି ଜାଣିଚୁ ଅଗଷ୍ଟ ଏକତାରିଖରୁ ନୂଆଗାଁ ଆଦର୍ଶକମ୍ପ୍ୟୁଟରେ ଫ୍ରିକ୍ଲାସ ଆରମ୍ଭ ହେବାକୁ ଯାଉଛି. ତୁଜାଣିନୁକି. ସେଠି ସମସ୍ତଛାତ୍ର ଛାତ୍ରୀ ଅଭିଭାବକ ସମସ୍ତେ ଯୋଗଦେଇ ପାରିବେ. ଚେର୍ଟିଫିକେଟ ମଧ୍ୟ ଦିଆଯିବ. ଚାଲଚାଲ ଆଜିଯାଇ ଯୋଗାଯୋଗ କରିବା ବଣ୍ଟି. Contact -7008702823
    1
    ଆରେ chiku କଣକିରେବଣ୍ଟି ଜାଣିଚୁ ଅଗଷ୍ଟ ଏକତାରିଖରୁ ନୂଆଗାଁ ଆଦର୍ଶକମ୍ପ୍ୟୁଟରେ ଫ୍ରିକ୍ଲାସ ଆରମ୍ଭ ହେବାକୁ ଯାଉଛି. ତୁଜାଣିନୁକି. ସେଠି ସମସ୍ତଛାତ୍ର ଛାତ୍ରୀ ଅଭିଭାବକ ସମସ୍ତେ ଯୋଗଦେଇ ପାରିବେ. ଚେର୍ଟିଫିକେଟ ମଧ୍ୟ ଦିଆଯିବ.
ଚାଲଚାଲ ଆଜିଯାଇ ଯୋଗାଯୋଗ କରିବା ବଣ୍ଟି.
Contact -7008702823
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    18 hrs ago
  • ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାର 'ଲକ୍ଷପତି ଦିଦି' ସୃଷ୍ଟି ହୋଇ ସର୍ବୋଚ୍ଚ ସ୍ଥାନରେ ରହିଛି ରାଜ୍ୟ। ପୁରୀରେ ଅନୁଷ୍ଠିତ ହୋଇଛି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ। ଏଥିରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାମାନେ କେବଳ ସରକାରୀ ଯୋଜନାର ଲାଭାର୍ଥୀ ନୁହେଁ, ବରଂ ରାଜ୍ୟର ବିକାଶ ପ୍ରକ୍ରିୟାର କର୍ଣ୍ଣଧାର ହେବା ଦରକାର। ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ ଦେଇ ସେ ଏହି ଆହ୍ୱାନ ଦେଇଛନ୍ତି। ପୁରୀ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୬୦୦ରୁ ଅଧିକ ଡିଏଲଏଫ ଓ ବିଏଲଏଫ ସଦସ୍ୟା ଯୋଗଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସଦସ୍ୟାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭବ, ସମସ୍ୟା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତବିନିମୟ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାରରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇ ସାରା ଦେଶରେ ରାଜ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଇ-ମାର୍କେଟିଂ ଓ ନୂତନ ଉତ୍ପାଦର ବଜାର ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳାଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ତାଳବଣିଆଠାରେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ ମଧ୍ୟ କରିଥିଲେ ଉପମୁଖ୍ୟମନ୍ତ୍ରୀ। ପୁରୀରେ ଆୟୋଜିତ ଏହି ଆଞ୍ଚଳିକ ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆହୁରି ସଶକ୍ତ କରିବା ସହ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ସହ ରାଜ୍ୟର ବିକାଶରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରିବା ହିଁ ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ପୁରୀରୁ, ଡ଼ଃ ମନୋଜ କୁମାର ବଳିଆରସିଂହ।
    4
    ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାର 'ଲକ୍ଷପତି ଦିଦି' ସୃଷ୍ଟି ହୋଇ ସର୍ବୋଚ୍ଚ ସ୍ଥାନରେ ରହିଛି ରାଜ୍ୟ।

ପୁରୀରେ ଅନୁଷ୍ଠିତ ହୋଇଛି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ। ଏଥିରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମହିଳାମାନେ କେବଳ ସରକାରୀ ଯୋଜନାର ଲାଭାର୍ଥୀ ନୁହେଁ, ବରଂ ରାଜ୍ୟର ବିକାଶ ପ୍ରକ୍ରିୟାର କର୍ଣ୍ଣଧାର ହେବା ଦରକାର। ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ ଦେଇ ସେ ଏହି ଆହ୍ୱାନ ଦେଇଛନ୍ତି।
ପୁରୀ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୬୦୦ରୁ ଅଧିକ ଡିଏଲଏଫ ଓ ବିଏଲଏଫ ସଦସ୍ୟା ଯୋଗଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସଦସ୍ୟାମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭବ, ସମସ୍ୟା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତବିନିମୟ କରିଥିଲେ।
ସେ କହିଥିଲେ, ଓଡ଼ିଶାରେ ୨୬ ଲକ୍ଷ ୫୦ ହଜାରରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇ ସାରା ଦେଶରେ ରାଜ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି। କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଇ-ମାର୍କେଟିଂ ଓ ନୂତନ ଉତ୍ପାଦର ବଜାର ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳାଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ତାଳବଣିଆଠାରେ ପୁରୀ ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ ମଧ୍ୟ କରିଥିଲେ ଉପମୁଖ୍ୟମନ୍ତ୍ରୀ।
ପୁରୀରେ ଆୟୋଜିତ ଏହି ଆଞ୍ଚଳିକ ସମ୍ମିଳନୀ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆହୁରି ସଶକ୍ତ କରିବା ସହ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ସହ ରାଜ୍ୟର ବିକାଶରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରିବା ହିଁ ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ। ପୁରୀରୁ, ଡ଼ଃ ମନୋଜ କୁମାର ବଳିଆରସିଂହ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି 🚨 ମହାନଦୀରେ ହଠାତ୍ ବନ୍ୟା ଆଶଙ୍କା – ପ୍ରଶାସନ ସତର୍କ, ତଳିଆ ଅଞ୍ଚଳର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ। 🏫 ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ପର୍ଯ୍ୟନ୍ତ ବନ୍ଦ – ବନ୍ୟା ପରିସ୍ଥିତି ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ। 🌦️ IMDର ଭାରୀ ବର୍ଷା ସତର୍କତା – ଓଡ଼ିଶା ସମେତ ଅନେକ ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷାର ସମ୍ଭାବନା। 🚧 ବନ୍ୟା ଯୋଗୁଁ ଅନେକ ରାସ୍ତା ଓ ଯାତାୟାତ ପ୍ରଭାବିତ – ପ୍ରଶାସନ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। 🏛️ ରାଜ୍ୟ ସରକାର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି – ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ।
    1
    ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 
🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି
ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 
🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି
🚨 ମହାନଦୀରେ ହଠାତ୍ ବନ୍ୟା ଆଶଙ୍କା – ପ୍ରଶାସନ ସତର୍କ, ତଳିଆ ଅଞ୍ଚଳର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ। 
🏫 ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ପର୍ଯ୍ୟନ୍ତ ବନ୍ଦ – ବନ୍ୟା ପରିସ୍ଥିତି ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ। 
🌦️ IMDର ଭାରୀ ବର୍ଷା ସତର୍କତା – ଓଡ଼ିଶା ସମେତ ଅନେକ ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷାର ସମ୍ଭାବନା। 
🚧 ବନ୍ୟା ଯୋଗୁଁ ଅନେକ ରାସ୍ତା ଓ ଯାତାୟାତ ପ୍ରଭାବିତ – ପ୍ରଶାସନ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। 
🏛️ ରାଜ୍ୟ ସରକାର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି – ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ।
    user_Top Headlines News Today
    Top Headlines News Today
    Financial Advisor Saheednagar, Khordha•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.