ବାରିପଦାର ଷ୍ଟିଲଗୋଲେଇ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା; ଭକ୍ତଙ୍କ ପ୍ରବଳ ଭିଡ଼ ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ସମେତ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଘ୍ନବିନାଶକ, ସିଦ୍ଧିଦାତା ପ୍ରଭୁ ଶ୍ରୀ ଗଜାନନଙ୍କ ଆରାଧନାରେ ସହରବାସୀ ମଗ୍ନ ରହିଥିବା ବେଳେ ବାରିପଦାର ପ୍ରମୁଖ ଧାର୍ମିକ କେନ୍ଦ୍ର ଷ୍ଟିଲଗୋଲେଇ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ପୂଜା ଉତ୍ସବ ବେଶ୍ ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେଉଛି। ପରମ୍ପରା ଓ ବିଧିବିଧାନ ଅନୁଯାୟୀ ଆଜି ଭୋର୍ ୪ଟା ସମୟରେ ମନ୍ଦିରର ପହୁଡ଼ ଖୋଲାଯାଇଥିଲା। ଏହାପରେ ପୂଜକମାନଙ୍କ ଦ୍ୱାରା ପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ମାର୍ଜନା, ବେଶ ଏବଂ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ନୀତି ସମାପନ ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସାର୍ବଜନୀନ ପୂଜା ଆରମ୍ଭ ହୋଇଛି। ପ୍ରଭୁଙ୍କ ଦର୍ଶନ ଓ କୃପାଲାଭ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବାରିପଦାର ଷ୍ଟିଲଗୋଲେଇ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା; ଭକ୍ତଙ୍କ ପ୍ରବଳ ଭିଡ଼ ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ସମେତ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
ବିଘ୍ନବିନାଶକ, ସିଦ୍ଧିଦାତା ପ୍ରଭୁ ଶ୍ରୀ ଗଜାନନଙ୍କ ଆରାଧନାରେ ସହରବାସୀ ମଗ୍ନ ରହିଥିବା ବେଳେ ବାରିପଦାର ପ୍ରମୁଖ ଧାର୍ମିକ କେନ୍ଦ୍ର ଷ୍ଟିଲଗୋଲେଇ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ପୂଜା ଉତ୍ସବ ବେଶ୍ ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେଉଛି। ପରମ୍ପରା ଓ
ବିଧିବିଧାନ ଅନୁଯାୟୀ ଆଜି ଭୋର୍ ୪ଟା ସମୟରେ ମନ୍ଦିରର ପହୁଡ଼ ଖୋଲାଯାଇଥିଲା। ଏହାପରେ ପୂଜକମାନଙ୍କ ଦ୍ୱାରା ପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ମାର୍ଜନା, ବେଶ ଏବଂ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ନୀତି ସମାପନ ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସାର୍ବଜନୀନ
ପୂଜା ଆରମ୍ଭ ହୋଇଛି। ପ୍ରଭୁଙ୍କ ଦର୍ଶନ ଓ କୃପାଲାଭ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ1
- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1
- ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ1
- ମହାଡମ୍ବର ରେ ପାଳିତ ହୋଇଛି କୁମାର ଗଣେଶ ପୂଜା #goibindapur #bhadrak1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ପୂଜା1