Shuru
Apke Nagar Ki App…
ଗ୍ରାମ୍ୟ ଉନ୍ନୟନ ବିଭାଗ ର ବିନା ଏଗ୍ରିମେଣ୍ଟ ,ଅର୍ତଲ ଠାରୁ ମାସିଗାଁ ରାସ୍ତା ଉନ୍ନତିକରଣ ପାଇଁ
KOSAL TIMES
ଗ୍ରାମ୍ୟ ଉନ୍ନୟନ ବିଭାଗ ର ବିନା ଏଗ୍ରିମେଣ୍ଟ ,ଅର୍ତଲ ଠାରୁ ମାସିଗାଁ ରାସ୍ତା ଉନ୍ନତିକରଣ ପାଇଁ
- ପି. ଭୀମା ରାଓରାୟଗଡା, ରାୟଗଡା, ଓଡ଼ିଶା💣16 hrs ago
More news from Sonepur and nearby areas
- ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା" ପଡ଼ିଆରେ ସ୍ବଚ୍ଛତା ଓ ପଲିଥିନ୍ ମୁକ୍ତ ସଚେତନତା ଅଭିଯାନ ଜିଲ୍ଲା ପ୍ରଶାସନ ଓ ସ୍ବଚ୍ଛ ଭାରତ ସଙ୍ଗଠନ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ସ୍ଵଚ୍ଛ ଭାରତ ସଙ୍ଗଠନ କୋଡିନେଟର ମନୋରଞ୍ଜନ ତ୍ରୀପାଠୀ, ବିକାଶ ପରିଷଦ ସଭାପତି ଦୁର୍ଯ୍ୟଧନ ସାହୁ, ସୋନପୁର କଲେଜ୍ ଏନସିସି ଲ୍ୟାଫ୍ଟନେଣ୍ଟ ଆଶିଷ କୁମାର ଅଗ୍ରୱାଲ ପ୍ରମୁଖ ବହୁ ସ୍ବେଚ୍ଛାସେବୀ ଯୋଗଦେଇଥିଲେ।1
- ଜଙ୍ଗଲୀ ଭାଲୁ ଆକ୍ରମଣରେ ବନ କର୍ମଚାରୀ ଗୁରୁତର l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବନାଞ୍ଚଳ ଅନ୍ତର୍ଗତ ବଘିହାବାହାଲ ଜଙ୍ଗଲରେ ବନ କର୍ମଚାରୀ ଖେମାନିଧି ଘିବିଲାକୁ ଜଙ୍ଗଲି ଭାଲୁ ଆକ୍ରମଣ କରିଥିବା ଜଣାପଡୁଛି l ଦିନ ୧୨ଟା ସମୟରେ ସେ ଗୋପାଳମାଳ ନର୍ସରୀରେ ଥିବା ସମୟରେ ଭାଲୁଟି ହଠାତ ତାଙ୍କ ସାମ୍ନାକୁ ଚାଲିଆସି ଆକ୍ରମଣ କରିଥିଲା l ବନ କର୍ମଚାରୀକୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତାଙ୍କ ମୁହଁ ଓ ଜଙ୍ଗ ରେ ଗୁରୁତର ଆଘାତ ଲାଗିଛି l1
- #ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆ ରେ ହେଉଥିବା ୨୯ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ବିଦ୍ୟାସାଗର ( ମହିଳା) କ୍ରିକେଟ ଏକାଡେମି ର ଅଧିନାୟିକା ସୋନିଆ କୁମାରୀ ଙ୍କ ସହ ପୀତାମ୍ବର ସାହୁ ଙ୍କ ସ୍ଵତନ୍ତ୍ର ସାକ୍ଷାତକାର1
- ଆଜି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଜିଲ୍ଲାପା, ସୁବର୍ଣ୍ଣପୁର ଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ମଶାଲ ଆସି ଜିଲ୍ଲାର ରୟାଲ ପଡିଆରେ ପହଞ୍ଚିଥିଲା। ପରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଲୋକ ମହୋତ୍ସବ ସ୍ଥଳ ରାମେଶ୍ୱର ଷ୍ଟାଡିୟମଠାରେ ପହଞ୍ଚିଥିଲା। ଏହି ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ବୀରମହାରାଜପୁର ବିଧାୟକ ଇଂ ଶ୍ରୀ ରଘୁନାଥ ଜଗଦଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ, ଉପଜିଲ୍ଲାପାଳ ଶ୍ରୀମତୀ ସୌମ୍ୟ ରୁପା ରଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଏବଂ ଜିଲ୍ଲାର ମହିମା ଧର୍ମ ଅବଲମ୍ବନ କରିଥିବା ସାଧୁ-ସନ୍ଥମାନେ। ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଅନେକ ସାଂସ୍କୃତିକ ଏବଂ କୀର୍ତ୍ତନ ଦଳ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ସହର ଆଜି ପ୍ରକମ୍ପିତ ହୋଇ ଉଠିଥିଲା। ଏହି ଶୋଭାଯାତ୍ରା ରୟାଲ ପଡିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ବସ ଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ଥାନାପତି ପଡ଼ା, ସୁରେଶ୍ୱରୀ ମନ୍ଦିର ଦେଇ ରାମେଶ୍ୱର ଉତ୍ସବ ପଡିଆରେ ପହଞ୍ଚିଥିଲା। ଚଳିତ ବର୍ଷ ମହିମା ଧର୍ମକୁ ବିଷୟବସ୍ତୁ ଭାବେ ରଖାଯାଇଥିବାରୁ, ଅନେକ ସାଧୁ-ସନ୍ଥ ଏଥିରେ ଭାଗ ନେଇ ଭୀମଭୋଇଙ୍କ ଚିନ୍ତାଧାରାକୁ ଆହୁରି ପ୍ରଚାର-ପ୍ରସାର କରିବାରେ ସାହାଯ୍ୟ କରିଥିଲେ। ଦଣ୍ଡ ନୃତ୍ୟ, ମୟୁର ନାଚ, ଅଖଡ଼ା ବାବା, କୀର୍ତ୍ତନ ଦଳ ପ୍ରମୁଖ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥିଲେ କଳାହାଣ୍ଡିର କଟପ୍ପା।ଜିଲ୍ଲାପାଳ ନିଜେ ମହିମା ଧର୍ମାବଲମ୍ବୀମାନଙ୍କ ସହିତ ମଶାଲ ଧରି ଗାଡ଼ିରେ ସହର ପରିକ୍ରମା କରିଥିଲେ। ଘଣ୍ଟ ବାଦ୍ୟରେ ସହର ନାଚି ଉଠିଥିଲା।1
- I miss you bhai1
- ସରିଲା ପ୍ରସ୍ତୁତି,ବୌଦ୍ଧରେ ବେଶ୍ ଧୁମ୍ ଧାମ ରେ ପାଳନ ହେବ ସାଧାରଣତନ୍ତ୍ର ଦିବସ1
- ମକର ସଂକ୍ରାନ୍ତି ମହୋତ୍ସବ1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଅଞ୍ଜଳିନା ପ୍ରଧାନ ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ।1
- କଫସିରଫ ଚାଲାଣ ବେଳେ ମାଡି ବସିଲା ସୋନପୁର ଅବକାରୀ ବିଭାଗ l ବିପୁଳ ପରିମାଣର କଫ ସିରଫ ସହ 3 ମାଫିଆ ଗିରଫ1