logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଭାଟୁଣିଆଁ ଗାଁରେ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ପାଳିତ ହୋଇଛି। ଗାଁର ପ୍ରତ୍ୟେକ ଘରେ ଲିପାପୋଛା କରାଯାଇ ପିଠାପଣା ପ୍ରସ୍ତୁତ କରାଯାଇଥିଲା ଏବଂ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ଏହି ଉତ୍ସବକୁ ହସଖୁସିରେ ପାଳନ କରିଛନ୍ତି। ଏହି ଅବସରରେ ପୂର୍ବପୁରୁଷରୁ ପ୍ରଚଳିତ କୁଣ୍ତାପିଠା ପାଇଁ ବୁଢାବୁଢିଙ୍କ ମଧ୍ୟରେ ପିଠା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଏକ କାହାଣୀ ସହିତ ପଥର ପାଲଟିଥିବା ହୁଡିରେ ପୂଜାର୍ଚ୍ଚନା କରାଯାଇଛି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ଭାଟୁଣିଆଁ ହୁଡିରେ ବୁଢାବୁଢି କୁଣ୍ତାପିଠା ତିଆରି କରିଥିଲେ। ସେଠାରେ ବୁଢା ଅଧିକ ପିଠା ଖାଇବାକୁ ବୁଢିକୁ ଅଳି କରିବସିଥିଲା ଏବଂ ବୁଢି ମଧ୍ୟ ନିଜ ଜିଦରେ ଅଟଳ ଥିଲା। ରାତି ପାହି ସକାଳ ହେବା ବେଳକୁ ଉଭୟ ପଥରଶୀଳାରେ ପରିଣତ ହୋଇଯାଇଥିଲେ। ସେହି ଦିନଠାରୁ ଏହାକୁ ଲୋକେ ବୁଢାବୁଢି ପାହାଡ଼ ନାମରେ ଜାଣିଛନ୍ତି। ରଜ ସଂକ୍ରାନ୍ତି ଅବସରରେ ଭାଟୁଣିଆଁ ଗ୍ରାମବାସୀ ଏକତ୍ରିତ ହୋଇ ଘଣ୍ଟହୁଳହୁଳି ପକାଇ ସେଠାରେ ପହଞ୍ଚିଥିଲେ ଏବଂ ଚକ୍ରଧର ଦେହୁରୀ ଓ କାନ୍ତଦେହୁରୀ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ନାଳସାହିରେ ରଜମହୋତ୍ସବ ପାଇଁ ନିର୍ମିତ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳିଗୁଡ଼ିକୁ ଭ୍ରମର ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। କୁଆଁରୀ ଝିଅ ଓ ବିବାହିତା ମହିଳାମାନେ ରଜପାନ ଖାଇବା ସହ ରଜଗୀତ ଗାଇ ଦୋଳି ଖେଳିଥିଲେ। ଏହି ଅବସରରେ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ବାସ୍କେଟ୍ ବଲ୍, ହାଣ୍ଡିପିଟା ଖେଳ, ଶଙ୍ଖଫୁଙ୍କା, ହୁଳହୁଳି, ଜିଲାପି ଖିଆ, ୫୦ ଓ ୧୦୦ ମିଟର ଦୌଡ଼, ରସିଟଣା, ପୁଚି ଖେଳ, କବାଡି, ହଁସ ଖେଳ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ନବକିଶୋର ଦେହୁରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗାଁର ନିରୋଦ ଦେହୁରୀ, ସତ୍ୟାନନ୍ଦ ଦେହୁରୀ, ଶମ୍ବୁନାଥ ଦେହୁରୀ, ରଜନୀକାନ୍ତ ଦେହୁରୀ, ଗଜାନନ ନାଏକ, ଦିଲ୍ଲିପ ଦେହୁରୀ, କୁଳମଣି ଦେହୁରୀ, ନର୍ମଦା ଦେହୁରୀ, ମାମି ଦେହୁରୀ, ତ୍ରିବେଣୀ ଦେହୁରୀ, ସଞ୍ଜୁଲତା ଦେହୁରୀ, ଗୁନମଣୀ ଦେହୁରୀ, ସୀତା ଦେହୁରୀ, ଗୁଲ ଦେହୁର ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଗୁରୁବାର ଏଠାରେ ରଜବତୀ ବିବାହ ଉତ୍ସବ ସହ ରଜ ବିଦାୟ କାର୍ଯ୍ୟକ୍ରମ ରହିଛି।

3 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society Kendujhar Sadar, Odisha•
3 hrs ago

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଭାଟୁଣିଆଁ ଗାଁରେ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ପାଳିତ ହୋଇଛି। ଗାଁର ପ୍ରତ୍ୟେକ ଘରେ ଲିପାପୋଛା କରାଯାଇ ପିଠାପଣା ପ୍ରସ୍ତୁତ କରାଯାଇଥିଲା ଏବଂ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ଏହି ଉତ୍ସବକୁ ହସଖୁସିରେ ପାଳନ କରିଛନ୍ତି। ଏହି ଅବସରରେ ପୂର୍ବପୁରୁଷରୁ ପ୍ରଚଳିତ କୁଣ୍ତାପିଠା ପାଇଁ ବୁଢାବୁଢିଙ୍କ ମଧ୍ୟରେ ପିଠା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଏକ କାହାଣୀ ସହିତ ପଥର ପାଲଟିଥିବା ହୁଡିରେ ପୂଜାର୍ଚ୍ଚନା କରାଯାଇଛି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ଭାଟୁଣିଆଁ ହୁଡିରେ ବୁଢାବୁଢି କୁଣ୍ତାପିଠା ତିଆରି କରିଥିଲେ। ସେଠାରେ ବୁଢା ଅଧିକ ପିଠା ଖାଇବାକୁ ବୁଢିକୁ ଅଳି କରିବସିଥିଲା ଏବଂ ବୁଢି ମଧ୍ୟ ନିଜ ଜିଦରେ ଅଟଳ ଥିଲା। ରାତି ପାହି ସକାଳ ହେବା ବେଳକୁ ଉଭୟ ପଥରଶୀଳାରେ ପରିଣତ ହୋଇଯାଇଥିଲେ। ସେହି ଦିନଠାରୁ ଏହାକୁ ଲୋକେ ବୁଢାବୁଢି ପାହାଡ଼ ନାମରେ ଜାଣିଛନ୍ତି। ରଜ ସଂକ୍ରାନ୍ତି ଅବସରରେ ଭାଟୁଣିଆଁ ଗ୍ରାମବାସୀ ଏକତ୍ରିତ ହୋଇ ଘଣ୍ଟହୁଳହୁଳି ପକାଇ ସେଠାରେ ପହଞ୍ଚିଥିଲେ ଏବଂ ଚକ୍ରଧର ଦେହୁରୀ ଓ କାନ୍ତଦେହୁରୀ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ନାଳସାହିରେ ରଜମହୋତ୍ସବ ପାଇଁ ନିର୍ମିତ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳିଗୁଡ଼ିକୁ ଭ୍ରମର ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। କୁଆଁରୀ ଝିଅ ଓ ବିବାହିତା ମହିଳାମାନେ ରଜପାନ ଖାଇବା ସହ ରଜଗୀତ ଗାଇ ଦୋଳି ଖେଳିଥିଲେ। ଏହି ଅବସରରେ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ବାସ୍କେଟ୍ ବଲ୍, ହାଣ୍ଡିପିଟା ଖେଳ, ଶଙ୍ଖଫୁଙ୍କା, ହୁଳହୁଳି, ଜିଲାପି ଖିଆ, ୫୦ ଓ ୧୦୦ ମିଟର ଦୌଡ଼, ରସିଟଣା, ପୁଚି ଖେଳ, କବାଡି, ହଁସ ଖେଳ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ନବକିଶୋର ଦେହୁରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗାଁର ନିରୋଦ ଦେହୁରୀ, ସତ୍ୟାନନ୍ଦ ଦେହୁରୀ, ଶମ୍ବୁନାଥ ଦେହୁରୀ, ରଜନୀକାନ୍ତ ଦେହୁରୀ, ଗଜାନନ ନାଏକ, ଦିଲ୍ଲିପ ଦେହୁରୀ, କୁଳମଣି ଦେହୁରୀ, ନର୍ମଦା ଦେହୁରୀ, ମାମି ଦେହୁରୀ, ତ୍ରିବେଣୀ ଦେହୁରୀ, ସଞ୍ଜୁଲତା ଦେହୁରୀ, ଗୁନମଣୀ ଦେହୁରୀ, ସୀତା ଦେହୁରୀ, ଗୁଲ ଦେହୁର ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଗୁରୁବାର ଏଠାରେ ରଜବତୀ ବିବାହ ଉତ୍ସବ ସହ ରଜ ବିଦାୟ କାର୍ଯ୍ୟକ୍ରମ ରହିଛି।

More news from ଓଡ଼ିଶା and nearby areas
  • ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପୌରପରିଷଦ ପକ୍ଷରୁ 'ବିକାଶ ଧାରା ଓଡ଼ିଶା ସାରା' ଶୀର୍ଷକ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଜୁନ ୧୭, ୨୦୨୬ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ପୌରପରିଷଦ ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ବରଣ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ରାଜେନ୍ଦ୍ର କୁମାର ମିଞ୍ଜ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଏବଂ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଧୀର କୁମାର କପରଦାର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷର ଉପଲବ୍ଧି ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପୌରପରିଷଦ ଓ ପୌରାଞ୍ଚଳର ବିକାଶ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ନୂତନ ଷ୍ଟାଡିୟମ୍ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୮ର କାଉନସିଲର ସରୋଜିନୀ ମୁଣ୍ଡା, ୱାର୍ଡ ନମ୍ବର ୯ର କାଉନସିଲର ଇତିଶ୍ରୀ ମିଶ୍ର, ୱାର୍ଡ ନମ୍ବର ୧୦ର କାଉନସିଲର କାର୍ତ୍ତିକ ମହାକୁଡ଼ଙ୍କ ସମେତ ଅନ୍ୟ କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ସ୍ୱଚ୍ଛ ସାଥୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
    1
    ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପୌରପରିଷଦ ପକ୍ଷରୁ 'ବିକାଶ ଧାରା ଓଡ଼ିଶା ସାରା' ଶୀର୍ଷକ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଜୁନ ୧୭, ୨୦୨୬ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ପୌରପରିଷଦ ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ବରଣ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ରାଜେନ୍ଦ୍ର କୁମାର ମିଞ୍ଜ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଏବଂ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଧୀର କୁମାର କପରଦାର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷର ଉପଲବ୍ଧି ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ପୌରପରିଷଦ ଓ ପୌରାଞ୍ଚଳର ବିକାଶ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ନୂତନ ଷ୍ଟାଡିୟମ୍ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୮ର କାଉନସିଲର ସରୋଜିନୀ ମୁଣ୍ଡା, ୱାର୍ଡ ନମ୍ବର ୯ର କାଉନସିଲର ଇତିଶ୍ରୀ ମିଶ୍ର, ୱାର୍ଡ ନମ୍ବର ୧୦ର କାଉନସିଲର କାର୍ତ୍ତିକ ମହାକୁଡ଼ଙ୍କ ସମେତ ଅନ୍ୟ କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ସ୍ୱଚ୍ଛ ସାଥୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    7 hrs ago
  • ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକରେ ଚାଲିଥିବା ଏକ ପଲ୍ଲୀ ସଭାରେ ଉତ୍ତେଜନା ଦେଖାଦେଇଛି। ଲହୁଣୀପଡ଼ା ବ୍ଲକର ଗମଚାଲିଥିବା ଲେଇ ଗ୍ରାମ ନିକଟରେ ଥିବା ଭାସ୍କର ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ IDCO ମାଧ୍ୟମରେ ଜଙ୍ଗଲ ଜମି ହସ୍ତାନ୍ତର କରିବା ନେଇ ଏହି ପଲ୍ଲୀ ସଭା ଆୟୋଜିତ ହୋଇଥିଲା। ଜମି କିସମ ପରିବର୍ତ୍ତନ କରି ଜଙ୍ଗଲ ଜମିକୁ ପ୍ଲାଣ୍ଟକୁ ଦେବା ପ୍ରସ୍ତାବକୁ ସ୍ଥାନୀୟ ମହିଳା ଓ ପୁରୁଷମାନେ ଦୃଢ଼ ବିରୋଧ କରିଥିଲେ। ସୂଚନାନୁସାରେ, ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏହି ପ୍ଲାଣ୍ଟ ଅନେକ ଜମି ହାତେଇ ସାରିଛି ଏବଂ ବର୍ତ୍ତମାନ ଜଙ୍ଗଲ ଜମିକୁ ହାତେଇବାକୁ ବସିଛି। ବିରୋଧ ସମୟରେ ପଲ୍ଲୀ ସଭାରେ ଗଣ୍ଡଗୋଳ ହେବା ସହ ପାଟିତୁଣ୍ଡ ଦେଖାଦେଇଥିଲା। ଶତାଧିକ ଗ୍ରାମବାସୀ ଅଧିକାରୀଙ୍କୁ ବିରୋଧ ପତ୍ର ପ୍ରଦାନ କରିଥିଲେ। ତେବେ, ଅଧିକାରୀମାନେ ବିରୋଧ ପତ୍ର ନେଇ ସେଠାରୁ ଚାଲିଯାଇଥିଲେ, ଯାହାକୁ ନେଇ ଗ୍ରାମବାସୀଙ୍କ ସହ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ଅଧିକାରୀମାନେ ମନା କରିଦେଇଛନ୍ତି।
    4
    ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକରେ ଚାଲିଥିବା ଏକ ପଲ୍ଲୀ ସଭାରେ ଉତ୍ତେଜନା ଦେଖାଦେଇଛି। ଲହୁଣୀପଡ଼ା ବ୍ଲକର ଗମଚାଲିଥିବା ଲେଇ ଗ୍ରାମ ନିକଟରେ ଥିବା ଭାସ୍କର ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ IDCO ମାଧ୍ୟମରେ ଜଙ୍ଗଲ ଜମି ହସ୍ତାନ୍ତର କରିବା ନେଇ ଏହି ପଲ୍ଲୀ ସଭା ଆୟୋଜିତ ହୋଇଥିଲା। ଜମି କିସମ ପରିବର୍ତ୍ତନ କରି ଜଙ୍ଗଲ ଜମିକୁ ପ୍ଲାଣ୍ଟକୁ ଦେବା ପ୍ରସ୍ତାବକୁ ସ୍ଥାନୀୟ ମହିଳା ଓ ପୁରୁଷମାନେ ଦୃଢ଼ ବିରୋଧ କରିଥିଲେ।

ସୂଚନାନୁସାରେ, ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏହି ପ୍ଲାଣ୍ଟ ଅନେକ ଜମି ହାତେଇ ସାରିଛି ଏବଂ ବର୍ତ୍ତମାନ ଜଙ୍ଗଲ ଜମିକୁ ହାତେଇବାକୁ ବସିଛି। ବିରୋଧ ସମୟରେ ପଲ୍ଲୀ ସଭାରେ ଗଣ୍ଡଗୋଳ ହେବା ସହ ପାଟିତୁଣ୍ଡ ଦେଖାଦେଇଥିଲା। ଶତାଧିକ ଗ୍ରାମବାସୀ ଅଧିକାରୀଙ୍କୁ ବିରୋଧ ପତ୍ର ପ୍ରଦାନ କରିଥିଲେ। ତେବେ, ଅଧିକାରୀମାନେ ବିରୋଧ ପତ୍ର ନେଇ ସେଠାରୁ ଚାଲିଯାଇଥିଲେ, ଯାହାକୁ ନେଇ ଗ୍ରାମବାସୀଙ୍କ ସହ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ଅଧିକାରୀମାନେ ମନା କରିଦେଇଛନ୍ତି।
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    6 hrs ago
  • ମୟୂରଭଞ୍ଜରେ ବିଡ଼ିଓ ଆଚାର୍ଯ୍ୟ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଯାଇଛି ଯେ, କେଉଁ ସମ୍ବିଧାନରେ ଭିଡିଓ ସୁଟିଂ କରିବା ନିଷେଧ ବୋଲି ଉଲ୍ଲେଖ ଅଛି? ଏହି ପ୍ରଶ୍ନର ଉତ୍ତର 'ଚାରି ମୁଣ୍ଡିଆ ବିଡ଼ିଓ'ଙ୍କୁ ମଗାଯାଇଛି।
    1
    ମୟୂରଭଞ୍ଜରେ ବିଡ଼ିଓ ଆଚାର୍ଯ୍ୟ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଯାଇଛି ଯେ, କେଉଁ ସମ୍ବିଧାନରେ ଭିଡିଓ ସୁଟିଂ କରିବା ନିଷେଧ ବୋଲି ଉଲ୍ଲେଖ ଅଛି? ଏହି ପ୍ରଶ୍ନର ଉତ୍ତର 'ଚାରି ମୁଣ୍ଡିଆ ବିଡ଼ିଓ'ଙ୍କୁ ମଗାଯାଇଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।
    1
    ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।
    user_ଓଡ଼ିଶା NEWS
    ଓଡ଼ିଶା NEWS
    ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    15 hrs ago
  • କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକର ନୂତନ ସର୍କିଟ ହାଉସରେ ଜିଲ୍ଲାର ସାମ୍ବାଦିକମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ଅଜୟ ନାୟକ, ମଳୟ ଜେନା ଏବଂ ଭାସ୍କର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସେମାନେ ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ମତ ଏବଂ ଉପଦେଶ ପ୍ରଦାନ କରିଥିଲେ।
    1
    କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକର ନୂତନ ସର୍କିଟ ହାଉସରେ ଜିଲ୍ଲାର ସାମ୍ବାଦିକମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ଅଜୟ ନାୟକ, ମଳୟ ଜେନା ଏବଂ ଭାସ୍କର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସେମାନେ ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ମତ ଏବଂ ଉପଦେଶ ପ୍ରଦାନ କରିଥିଲେ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ଦେବଗଡ଼ ଜିଲ୍ଲାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ୨୦୨୬ ମସିହା ଜୁନ ୧୬ ତାରିଖରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ଜିଲ୍ଲା ସୂଚନା ଲୋକସମ୍ପର୍କ ପାଠାଗାର ଠାରେ ଶେଷ ହୋଇଥିଲା। ଏହି ଅବସରରେ ଶିଶୁ ଶ୍ରମିକ ନିୟୋଜନ ସମ୍ପର୍କରେ ସଚେତନ କରାଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ଜିତା, ଶ୍ରମିକ ସଂଗଠନ ପ୍ରତିନିଧି, ଏବଂ ଆଇନ ସେବା ସ୍ଵେଚ୍ଛାସେବକ ପ୍ରମୁଖ ଉପସ୍ଥିତ ଥିଲେ।
    1
    ଦେବଗଡ଼ ଜିଲ୍ଲାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ୨୦୨୬ ମସିହା ଜୁନ ୧୬ ତାରିଖରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା।

ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ଜିଲ୍ଲା ସୂଚନା ଲୋକସମ୍ପର୍କ ପାଠାଗାର ଠାରେ ଶେଷ ହୋଇଥିଲା।

ଏହି ଅବସରରେ ଶିଶୁ ଶ୍ରମିକ ନିୟୋଜନ ସମ୍ପର୍କରେ ସଚେତନ କରାଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ଜିତା, ଶ୍ରମିକ ସଂଗଠନ ପ୍ରତିନିଧି, ଏବଂ ଆଇନ ସେବା ସ୍ଵେଚ୍ଛାସେବକ ପ୍ରମୁଖ ଉପସ୍ଥିତ ଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    7 hrs ago
  • ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଏହି ମାମଲାରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ କିମ୍ୱା ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି।
    1
    ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଏହି ମାମଲାରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ କିମ୍ୱା ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ଯାଜପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କୋରେଇ ପୋଲିସ ଜଣେ ନକଲି ପୋଲିସ ଅଫିସରକୁ ଗିରଫ କରିଛି। ଏହି ନକଲି ଅଫିସର ଅଭିନାଶ ସାହୁ ନିଜକୁ ଜଣେ ବଡ଼ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲା। ସମସ୍ତ ଘଟଣାକୁ ଆଡିସିନାଲ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦାଫାଶ କରିଛନ୍ତି।
    1
    ଯାଜପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କୋରେଇ ପୋଲିସ ଜଣେ ନକଲି ପୋଲିସ ଅଫିସରକୁ ଗିରଫ କରିଛି। ଏହି ନକଲି ଅଫିସର ଅଭିନାଶ ସାହୁ ନିଜକୁ ଜଣେ ବଡ଼ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲା।

ସମସ୍ତ ଘଟଣାକୁ ଆଡିସିନାଲ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦାଫାଶ କରିଛନ୍ତି।
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    7 hrs ago
  • ଓଡ଼ିଶାର ଏକ ବିଡିଓଙ୍କ ଅଫିସ ଭିତରେ ଜଣେ ମହିଳା ପ୍ରତିନିଧିଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ବ୍ୟକ୍ତି ମହିଳା ପ୍ରତିନିଧିଙ୍କ ସହ ଆକ୍ରମଣାତ୍ମକ ବ୍ୟବହାର ଓ ତର୍କବିତର୍କ କରୁଥିବା ଦେଖାଯାଇଛି।
    1
    ଓଡ଼ିଶାର ଏକ ବିଡିଓଙ୍କ ଅଫିସ ଭିତରେ ଜଣେ ମହିଳା ପ୍ରତିନିଧିଙ୍କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କିଛି ବ୍ୟକ୍ତି ମହିଳା ପ୍ରତିନିଧିଙ୍କ ସହ ଆକ୍ରମଣାତ୍ମକ ବ୍ୟବହାର ଓ ତର୍କବିତର୍କ କରୁଥିବା ଦେଖାଯାଇଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.