ଦେବଗଡ଼ ଜିଲ୍ଲାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ୨୦୨୬ ମସିହା ଜୁନ ୧୬ ତାରିଖରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ଜିଲ୍ଲା ସୂଚନା ଲୋକସମ୍ପର୍କ ପାଠାଗାର ଠାରେ ଶେଷ ହୋଇଥିଲା। ଏହି ଅବସରରେ ଶିଶୁ ଶ୍ରମିକ ନିୟୋଜନ ସମ୍ପର୍କରେ ସଚେତନ କରାଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ଜିତା, ଶ୍ରମିକ ସଂଗଠନ ପ୍ରତିନିଧି, ଏବଂ ଆଇନ ସେବା ସ୍ଵେଚ୍ଛାସେବକ ପ୍ରମୁଖ ଉପସ୍ଥିତ ଥିଲେ।
ଦେବଗଡ଼ ଜିଲ୍ଲାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ୨୦୨୬ ମସିହା ଜୁନ ୧୬ ତାରିଖରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ଜିଲ୍ଲା ସୂଚନା ଲୋକସମ୍ପର୍କ ପାଠାଗାର ଠାରେ ଶେଷ ହୋଇଥିଲା। ଏହି ଅବସରରେ ଶିଶୁ ଶ୍ରମିକ ନିୟୋଜନ ସମ୍ପର୍କରେ ସଚେତନ କରାଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ଜିତା, ଶ୍ରମିକ ସଂଗଠନ ପ୍ରତିନିଧି, ଏବଂ ଆଇନ ସେବା ସ୍ଵେଚ୍ଛାସେବକ ପ୍ରମୁଖ ଉପସ୍ଥିତ ଥିଲେ।
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଭାଟୁଣିଆଁ ଗାଁରେ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ପାଳିତ ହୋଇଛି। ଗାଁର ପ୍ରତ୍ୟେକ ଘରେ ଲିପାପୋଛା କରାଯାଇ ପିଠାପଣା ପ୍ରସ୍ତୁତ କରାଯାଇଥିଲା ଏବଂ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ଏହି ଉତ୍ସବକୁ ହସଖୁସିରେ ପାଳନ କରିଛନ୍ତି। ଏହି ଅବସରରେ ପୂର୍ବପୁରୁଷରୁ ପ୍ରଚଳିତ କୁଣ୍ତାପିଠା ପାଇଁ ବୁଢାବୁଢିଙ୍କ ମଧ୍ୟରେ ପିଠା ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଏକ କାହାଣୀ ସହିତ ପଥର ପାଲଟିଥିବା ହୁଡିରେ ପୂଜାର୍ଚ୍ଚନା କରାଯାଇଛି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ଭାଟୁଣିଆଁ ହୁଡିରେ ବୁଢାବୁଢି କୁଣ୍ତାପିଠା ତିଆରି କରିଥିଲେ। ସେଠାରେ ବୁଢା ଅଧିକ ପିଠା ଖାଇବାକୁ ବୁଢିକୁ ଅଳି କରିବସିଥିଲା ଏବଂ ବୁଢି ମଧ୍ୟ ନିଜ ଜିଦରେ ଅଟଳ ଥିଲା। ରାତି ପାହି ସକାଳ ହେବା ବେଳକୁ ଉଭୟ ପଥରଶୀଳାରେ ପରିଣତ ହୋଇଯାଇଥିଲେ। ସେହି ଦିନଠାରୁ ଏହାକୁ ଲୋକେ ବୁଢାବୁଢି ପାହାଡ଼ ନାମରେ ଜାଣିଛନ୍ତି। ରଜ ସଂକ୍ରାନ୍ତି ଅବସରରେ ଭାଟୁଣିଆଁ ଗ୍ରାମବାସୀ ଏକତ୍ରିତ ହୋଇ ଘଣ୍ଟହୁଳହୁଳି ପକାଇ ସେଠାରେ ପହଞ୍ଚିଥିଲେ ଏବଂ ଚକ୍ରଧର ଦେହୁରୀ ଓ କାନ୍ତଦେହୁରୀ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ନାଳସାହିରେ ରଜମହୋତ୍ସବ ପାଇଁ ନିର୍ମିତ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳିଗୁଡ଼ିକୁ ଭ୍ରମର ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। କୁଆଁରୀ ଝିଅ ଓ ବିବାହିତା ମହିଳାମାନେ ରଜପାନ ଖାଇବା ସହ ରଜଗୀତ ଗାଇ ଦୋଳି ଖେଳିଥିଲେ। ଏହି ଅବସରରେ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ବାସ୍କେଟ୍ ବଲ୍, ହାଣ୍ଡିପିଟା ଖେଳ, ଶଙ୍ଖଫୁଙ୍କା, ହୁଳହୁଳି, ଜିଲାପି ଖିଆ, ୫୦ ଓ ୧୦୦ ମିଟର ଦୌଡ଼, ରସିଟଣା, ପୁଚି ଖେଳ, କବାଡି, ହଁସ ଖେଳ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ନବକିଶୋର ଦେହୁରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗାଁର ନିରୋଦ ଦେହୁରୀ, ସତ୍ୟାନନ୍ଦ ଦେହୁରୀ, ଶମ୍ବୁନାଥ ଦେହୁରୀ, ରଜନୀକାନ୍ତ ଦେହୁରୀ, ଗଜାନନ ନାଏକ, ଦିଲ୍ଲିପ ଦେହୁରୀ, କୁଳମଣି ଦେହୁରୀ, ନର୍ମଦା ଦେହୁରୀ, ମାମି ଦେହୁରୀ, ତ୍ରିବେଣୀ ଦେହୁରୀ, ସଞ୍ଜୁଲତା ଦେହୁରୀ, ଗୁନମଣୀ ଦେହୁରୀ, ସୀତା ଦେହୁରୀ, ଗୁଲ ଦେହୁର ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଗୁରୁବାର ଏଠାରେ ରଜବତୀ ବିବାହ ଉତ୍ସବ ସହ ରଜ ବିଦାୟ କାର୍ଯ୍ୟକ୍ରମ ରହିଛି।1
- ମହାକାଳପଡ଼ା BDO (ବିଡିଓ) ଅଫିସରଙ୍କ ସମ୍ପର୍କରେ ଥିବା ଏକ ସତ ଲୋକଲୋଚନକୁ ଆସିଛି।1
- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମପଞ୍ଚାୟତର ନାଗ୍ରାବାହାଲ (ମଦନ ଢ଼ିପା)ରେ ରହୁଥିବା ୭୪ ବର୍ଷୀୟା ବୃଦ୍ଧା ବୈଦେହୀ ମିଞ୍ଜ ଏକ ଭଙ୍ଗାଦଦରା ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସରକାର ଗରିବ ଏବଂ ଅସହାୟଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଆବାସ ଯୋଜନାରେ ବୈଦେହୀ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି। ଗତ ଦଶ ବର୍ଷ ଧରି ସେ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଏବଂ ନେତାମାନଙ୍କୁ ବାରମ୍ବାର ଗୁହାରି, ଦରଖାସ୍ତ ଓ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ଘଟଣାଟି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି। ବୈଦେହୀଙ୍କ ପରିବାରରେ ପୂର୍ବରୁ ତାଙ୍କ ସ୍ୱାମୀ ଓ ଦୁଇ ପୁଅ ଥିଲେ। ପୁଅମାନଙ୍କ ବିବାହ ପରେ ଓ ପିଲାଛୁଆ ଜନ୍ମ ହେବା ପରେ ସେମାନେ ନିଜ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅଲଗା ଅଲଗା ଘର କରି ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବୈଦେହୀ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ତାଙ୍କୁ ଦେଖାଶୁଣା କରିବାକୁ କେହି ନାହାନ୍ତି ଏବଂ ଖରା, ବର୍ଷା, ଶୀତ ସବୁ ସମୟରେ ସେ ସେହି ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି, ଯାହା କେତେବେଳେ ବି ଭାଙ୍ଗିଯାଇପାରେ। ବୈଦେହୀଙ୍କୁ ସରକାରୀ ସହାୟତା ଭାବରେ କେବଳ ଗ୍ରାମପଞ୍ଚାୟତରୁ ମାସକୁ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ଏହି ଭତ୍ତା ଟଙ୍କାରେ ଘର ତିଆରି କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ବୈଦେହୀଙ୍କ ଘରକୁ ଉପଯୁକ୍ତ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କା ଘର ଯୋଗାଇ ଦେବାକୁ ଦାବି କରାଯାଉଛି।2
- ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର କଦଳୀମୁଣ୍ଡା ଗ୍ରାମରେ ବିନୋଦିନୀ ସେଠୀ ନାମକ ଜଣେ ମହିଳା ତାଙ୍କ ପାଞ୍ଚ ପ୍ରାଣୀ ପରିବାର ସହ ଏକ ଦଦରା ମାଟି ଘରେ ରହୁଛନ୍ତି। ଏହି ଘର କେତେବେଳେ ଭୁଶୁଡ଼ି ପଡ଼ିବ, ତାହା କେହି ଜାଣିନାହାନ୍ତି ଏବଂ ଏହି ଭୟରେ ସେମାନେ ଜୀବନ ବିତାଉଛନ୍ତି। ଯୋଗେଶ୍ୱରଙ୍କ କହିବାନୁସାରେ, ବିନୋଦିନୀଙ୍କ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ, ବିଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏ ସବୁ ପ୍ରଚେଷ୍ଟା ସତ୍ତ୍ୱେ ସେମାନେ ବିଫଳ ହୋଇଛନ୍ତି। ଫଳରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ବିନୋଦିନୀଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହିଯାଇଛି।1
- କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପାଇଦାପାଟଣା ପଞ୍ଚାୟତରେ ରାସନ କାର୍ଡ଼କୁ ନେଇ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ଯୋଗାଣ ସହାୟକ ପବିତ୍ର ମହାନ୍ତଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ସାଧାରଣ ଭୂମିକାରେ ଥିବା ବେଳେ ସେ ସାଧାରଣ ଲୋକଙ୍କ ନାମରେ ଚାଉଳ କାର୍ଡ଼ର ଟଙ୍କା ଉଠାଇଛନ୍ତି।3
- ସମ୍ବଲପୁର ଜିଲ୍ଲାରେ MGNREGA ଅଧୀନରେ ଚାଲିଥିବା ୧୦ ଲକ୍ଷ ଟଙ୍କାର କାର୍ଯ୍ୟରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି। ଏହି କାର୍ଯ୍ୟଗୁଡ଼ିକରେ କାର୍ଯ୍ୟାନ୍ୱୟନରେ ଅନିୟମିତତା ଏବଂ ଦାୟିତ୍ୱହୀନତା ପରିଲକ୍ଷିତ ହୋଇଛି।1
- ଦେବଗଡ଼ ଜିଲ୍ଲାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ୨୦୨୬ ମସିହା ଜୁନ ୧୬ ତାରିଖରେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ମାରାଣ୍ଡି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସହର ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବା ସହ ଜିଲ୍ଲା ସୂଚନା ଲୋକସମ୍ପର୍କ ପାଠାଗାର ଠାରେ ଶେଷ ହୋଇଥିଲା। ଏହି ଅବସରରେ ଶିଶୁ ଶ୍ରମିକ ନିୟୋଜନ ସମ୍ପର୍କରେ ସଚେତନ କରାଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏବଂ ୧୫ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି କିମ୍ବା ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଦିଆଯାଇଥିଲା। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ଜିତା, ଶ୍ରମିକ ସଂଗଠନ ପ୍ରତିନିଧି, ଏବଂ ଆଇନ ସେବା ସ୍ଵେଚ୍ଛାସେବକ ପ୍ରମୁଖ ଉପସ୍ଥିତ ଥିଲେ।1
- ଅନୁଗୋଳ-ସମ୍ବଲପୁର ସୀମା ନିକଟ ନୂଆପଡା ବ୍ରିଜ ପାଖରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଥିରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଆଠମଲ୍ଲିକ ଉପଖଣ୍ଡର କଦଳିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଟାପୁରୁସିଙ୍ଗା ଗ୍ରାମର ନରେନ୍ଦ୍ର ପ୍ରଧାନ ଭାବେ କରାଯାଇଛି।1
- ଟେକ୍ସାସର ଲାରେଡୋ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ନିକଟରେ ଲୁପ୍ 20 ରାଜପଥରେ ଏକ ପ୍ରାଇଭେଟ୍ ନେଟ୍ଜେଟ୍ସ ସେସନା ସାଇଟେସନ୍ 680 ସୋଭରିନ୍ ବିଜନେସ୍ ଜେଟ୍ (reg. N523QS) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନଟି ସାନ୍ ହୋସେ ଡେଲ୍ କାବୋ, ମେକ୍ସିକୋରୁ ଉଡ଼ାଣ ଭରି ପ୍ରକୃତରେ ଅଷ୍ଟିନ୍, ଟେକ୍ସାସ ଯାଉଥିଲା, କିନ୍ତୁ ଲାରେଡୋ ଏୟାରପୋର୍ଟକୁ ଡାଇଭର୍ଟ ହେବା ପରେ ଫାଇନାଲ୍ ଆପ୍ରୋଚ୍ ସମୟରେ ରନ୍ୱେରୁ ମାତ୍ର ଦୁଇ ମାଇଲ୍ ଦୂରରେ କ୍ରାଶ୍ ହୋଇଥିଲା। ଲାରେଡୋ ପୋଲିସ୍ ଡିପାର୍ଟମେଣ୍ଟର ସୂଚନା ଅନୁଯାୟୀ, ବିମାନରେ ଛଅ ଜଣ ଲୋକ ସବାର ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି। ପୋଲିସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲୁପ୍ 20 ରାଜପଥ ଅତି କମରେ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ।1