Shuru
Apke Nagar Ki App…
ମୋହନଗିରି ଅଞ୍ଚଳବାସୀ ବନପାଲ ବିଶ୍ୱଜିତ୍ ଠାକୁର୍ ଙ୍କୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
Subrat Kumar sahu
ମୋହନଗିରି ଅଞ୍ଚଳବାସୀ ବନପାଲ ବିଶ୍ୱଜିତ୍ ଠାକୁର୍ ଙ୍କୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।
More news from ଓଡ଼ିଶା and nearby areas
- ମୋହନଗିରି ଅଞ୍ଚଳବାସୀ ବନପାଲ ବିଶ୍ୱଜିତ୍ ଠାକୁର୍ ଙ୍କୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।1
- କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ପଞ୍ଚାୟତର ଦେଉଳି ସୁଲିଆ ସାତମୌଜା ଅଙ୍ଗନୱାଡି କେନ୍ଦ୍ରରେ ଆଜି ଏକ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।1
- Post by Bighne Rana1
- ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି। ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।1
- ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିଜେପୁର ମଣ୍ଡିରେ ଧାନ ଉଠାଣ ଦାବିରେ ଚାଷୀମାନେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆସନ୍ତା ୨ ଦିନ ମଧ୍ୟରେ ଧାନ ଉଠାଣ ନହୁଏ, ତେବେ ଏକ ବୃହତ ଆନ୍ଦୋଳନ କରାଯିବ।1
- ସାଉଦି ଆରବର ରାସ ଟାନୁରାରେ ତୈଳ କମ୍ପାନି ଅରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସମସ୍ତେ ସାଉଦି ଆରବର ନାଗରିକ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।1
- ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳର ରାସୋଳରେ ଜନମଙ୍ଗଳ (ରାସୋଳ) ସଂଗଠନ ପକ୍ଷରୁ ଗତ ଶନିବାର, ୨୭.୦୬.୨୦୨୬ ରାତି ୧୦ଟା ସମୟରେ ଏକ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସର୍ପ ଧରାଳୀ ସେବକ ଶୁଭେନ୍ଦୁ ସେଠୀ ଏବଂ ସହଯୋଗୀ କିର୍ତ୍ତୀ ରଞ୍ଜନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ତେଲି ଭୁଇଁ ମାଚିଙ୍ଗ ସେଣ୍ଟରର ମାଲିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଘର ଅଗଣାରେ ଏହି ନାଗ ସାପଟିକୁ ଦେଖିବାକୁ ମିଳିଥିଲା, ଯାହାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓମ୍ ଶାନ୍ତିର ହିନ୍ଦୋଳ ଶାଖା ମୁଖ୍ୟ ବି.କେ ଲକ୍ଷ୍ମୀବାଳାଙ୍କ ସୂଚନା ପରେ ସଂଗଠନ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ, ନାଳ ଭାଙ୍ଗି ତା' ଭିତରୁ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ପାଞ୍ଚ ମାଇଲ ଦୂରରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ତାହାର ପ୍ରାକୃତିକ ବାସସ୍ଥଳୀରେ ମୁକ୍ତ ଭାବେ ବିଚରଣ କରିବା ପାଇଁ ଛାଡି ଦିଆଯାଇଛି। ସାପ ପରିବେଶର ସନ୍ତୁଳନ ରକ୍ଷା କରେ ବୋଲି ଗୁରୁତ୍ୱାରୋପ କରି ପ୍ରତିଷ୍ଠାତା ବିଭୁ ଶତପଥୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସାପକୁ ନ ମାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ସହିତ ଯୋଗାଯୋଗ କରନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ସର୍ପ ଦଂଶନର ଶିକାର ହୁଅନ୍ତି, ତେବେ ଭୟଭୀତ ନ ହୋଇ କିମ୍ବା ଗୁଣିଗାରେଡ଼ି ଉପରେ ଭରସା ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭେନମ ଇଞ୍ଜେକସନ ନେଇ ନିଜର ଜୀବନ ରକ୍ଷା କରିପାରିବେ। ସାପ ଉଦ୍ଧାର ହେବା ପରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ପରିବାର ଭୟମୁକ୍ତ ହୋଇ ଜନମଙ୍ଗଳ ରାସୋଳ ସଂଗଠନ ତଥା ସର୍ପ ଧରାଳୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସଂଗଠନ 'ଜୀବେ ଦୟାର ଆହ୍ୱାନ' ଏବଂ 'ସମଗ୍ର ଓଡ଼ିଶା ସେବା ଅଭିଯାନ' ଜାରି ରଖିଛି।2
- ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କୁଳିପାଲି ନିକଟ ରେଳ ଲାଇନରେ ଏକ ଦୁଃଖଦ ଅଘଟଣ ଘଟିଛି। ଏକ ଦ୍ରୁତଗାମୀ ଟ୍ରେନ ଧକ୍କାରେ ମୋଟ ୧୬ଟି ଛେଳିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।1