Shuru
Apke Nagar Ki App…
User5115 Susanta Kumar Pattnaik
More news from ଓଡ଼ିଶା and nearby areas
- Post by User5115 Susanta Kumar Pattnaik1
- Jay Jagannath 🙏1
- ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର। ଅଦ୍ୟ ତା ୧୨/୦୧/୨୬ ରିଖ (ସୋମବାର) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।4
- ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ :-ରାସନ କାର୍ଡ ଓ ଆବାସ କୁ ନେଇ ଅନେକ ଅଭିଯୋଗ କାକଟପୁର :-୧୨/୦୧:-ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଙ୍କ ଅଧକ୍ଷତା ରେ ପରିଚାଳିତ ଶିବିରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗପ୍ରକୋଷ୍ଟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସଚିନ ପଟେଲ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ,ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ନାରାୟଣ ଦୀକ୍ଷିତି,ତଥା ଶିକ୍ଷା, ଯୋଗାଣ ବିଭାଗ, ମଙ୍ଗଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ,ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, କୃଷି, ଜଙ୍ଗଲ, ବିଦ୍ୟୁତ, ଜଳସେଚନ, ପଶୁ ସମ୍ପଦ, ଶ୍ରମ, ମୄର୍ତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନିର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସମ୍ପୂର୍ଣ କରିବା ହେଉଛି ଅଭିଯୋଗ ଶୁଣାଣୀ ଶିବିର ଆଭିମୁଖ୍ୟ।କିନ୍ତୁ କାକଟପୁର ବ୍ଲକ ଅଞ୍ଚଳ ରେ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାଧାରଣ ଲୋକ ଙ୍କ ସମସ୍ୟା ଦୂର ନ କରିବାରୁ ଆଶା ଓ ଭରସା ରେ ସୋମବାର ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ରେ ପ୍ରବଳ ମାତ୍ରା ଭିଡ଼ ସ୍ପଷ୍ଟ ବାରି ହୋଇଥିଲା।କିନ୍ତୁ ଅଭିଯୋଗ ଜନ ଶୁଣାଣୀ ଶିବିରଟି ବିଳମ୍ବ ରେ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକ ଓ ଉପସ୍ଥିତ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ମିଳିତ ଜନଶୁଣାଣୀ ଶିବିରରେ ପୁରୀ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଅଭିଯୋଗ ପ୍ରକୋଷ୍ଟ ରେ ସମୁଦାୟ ୧୧୩ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ଅନେକ ବ୍ୟକ୍ତିଗତ ଅଭିଯୋଗ ଓ ଅନେକ ସମୂହ ଅଭିଯୋଗ ଥିଲା।ଉପସ୍ଥିତ ଅଧିକାରୀ ୧୧ଟି ଅଭିଯୋଗ ସମାଧାନ ସଙ୍ଗେ ସଙ୍ଗେ କରିଥିଲେ। କିନ୍ତୁ ୫ଦଫା ଦାବୀ କୁ ନେଇ ବ୍ଲକ ସମ୍ମୁଖରେ ଲୋକ ପ୍ରତିନିଧି ତୃତୀୟ ଦିନରେ ଧାରଣା ରେ ବସିଥିବା ବେଳେ ବିଡ଼ିଓ ଧାରଣା ସ୍ଥଳରେ ପହଂଚି ଧାରଣାରତ ଥିବା ଲୋକ ପ୍ରତିନିଧି ଙ୍କୁ ଜନଶୁଣାଣୀ ଙ୍କୁ ନେଇଥିଲେ। କିନ୍ତୁ ଦାବୀ ଗୁଡିକ ଉପରେ କୌଣସି ଲୋକାଭିମୁଖ୍ୟ ମନ୍ତବ୍ୟ ଦେଇନଥିଲେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।ଅଭିଯୋଗ ଶୁଣାଣୀ ରେ ଆବାସ ଯୋଜନା,ଭିନ୍ନକ୍ଷମ କୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହ ରୁ ବଂଚିତ କରିବା,ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ଭଦୀୟ ଅଭିଯୋଗ ରେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହି ଶିବିର ରେ ଜିଲ୍ଲାସ୍ତରୀୟ ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।1
- Post by Tapasdas 63727887051
- Post by Jay kala _ jay Kalinga1
- ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!1
- German Chancellor in India.1