ବୀରମହାରାଜପୁର ବ୍ଲକ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଙ୍କ ସ୍ୱାମୀ ଅରବିନ୍ଦ ପୁରୋହିତ ଙ୍କ ହୃଦଘାତ ରେ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ( ବାବୁପାଲି) ଗ୍ରାମର ଅରବିନ୍ଦ ପୁରୋହିତ (୭୨) ଙ୍କ ଗତ ବିଳମ୍ବିତ ରାତ୍ରୀରେ ହୃଦଘାତ ରେ ପରଲୋକ ହୋଇଯାଇଛି। ଅରବିନ୍ଦ ବୀରମହାରାଜପୁର ବ୍ଲକ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନୀତୁ ପୁରୋହିତ ଙ୍କ ସ୍ୱାମୀ ଅଟନ୍ତି। ଗତ ରାତିରେ ଖାଇ ସାରି ଶୋଇ ଥିଲେ।ବିଳମ୍ବିତ ରାତ୍ରୀରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ଅରବିନ୍ଦ ଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ, ଲୁତୁରପଙ୍କ ପଞ୍ଚାୟତ ର ପୂର୍ବତନ ସରପଞ୍ଚ , ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ରଘୁବୀର ପାଣିଗ୍ରାହୀ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଆସି ଅନ୍ତିମ ଦର୍ଶନ କରିଥିଲେ। ମୃତ୍ୟୁ ସଜ୍ଜା ନିକଟରେ ତାଙ୍କର ସ୍ତ୍ରୀ ନୀତୁ,ବଡ଼ ଝିଅ ମାଳବିକା, ସାନ ଝିଅ ସୁମନ ,ଦୁଇ ଜ୍ୱାଇଁ, ଙ୍କ ସମେତ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବଡ଼ ଝିଅ ଙ୍କ ପୁଅ ସାଇ ପାଢ଼ୀ ମୁଖଗ୍ନି ଦେଇଥିଲେ।
ବୀରମହାରାଜପୁର ବ୍ଲକ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଙ୍କ ସ୍ୱାମୀ ଅରବିନ୍ଦ ପୁରୋହିତ ଙ୍କ ହୃଦଘାତ ରେ ପରଲୋକ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ( ବାବୁପାଲି) ଗ୍ରାମର ଅରବିନ୍ଦ ପୁରୋହିତ (୭୨) ଙ୍କ ଗତ ବିଳମ୍ବିତ ରାତ୍ରୀରେ ହୃଦଘାତ ରେ ପରଲୋକ ହୋଇଯାଇଛି। ଅରବିନ୍ଦ ବୀରମହାରାଜପୁର ବ୍ଲକ ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନୀତୁ ପୁରୋହିତ ଙ୍କ ସ୍ୱାମୀ ଅଟନ୍ତି। ଗତ ରାତିରେ ଖାଇ ସାରି ଶୋଇ ଥିଲେ।ବିଳମ୍ବିତ ରାତ୍ରୀରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ଅରବିନ୍ଦ ଙ୍କ ମୃତ୍ୟୁ
ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ, ଲୁତୁରପଙ୍କ ପଞ୍ଚାୟତ ର ପୂର୍ବତନ ସରପଞ୍ଚ , ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ରଘୁବୀର ପାଣିଗ୍ରାହୀ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଆସି ଅନ୍ତିମ ଦର୍ଶନ କରିଥିଲେ। ମୃତ୍ୟୁ ସଜ୍ଜା ନିକଟରେ ତାଙ୍କର ସ୍ତ୍ରୀ ନୀତୁ,ବଡ଼ ଝିଅ ମାଳବିକା, ସାନ ଝିଅ ସୁମନ ,ଦୁଇ ଜ୍ୱାଇଁ, ଙ୍କ ସମେତ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବଡ଼ ଝିଅ ଙ୍କ ପୁଅ ସାଇ ପାଢ଼ୀ ମୁଖଗ୍ନି ଦେଇଥିଲେ।
- Post by Pitambar Sahu2
- Post by PABITRA BARIHA3
- Post by Sonepur news khulasa1
- ମଣିଷର ଗୋଟିଏ ଛୋଟ ପ୍ରୟାସ ବହୁ ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ | ଧନ୍ୟବାଦ ଛବି ପଧାନ ଯେ କି ଏତେ ଖରାରେ ହନୁମାନ ମାନଙ୍କ ଶୋଷ ମେଣ୍ଟେଇବା ପାଇଁ ଏକ ପ୍ରୟାସ କରିଥିଲେ ଏବଂ ତାହା ସଫଲ ମଧ୍ଯ ହୋଇଥିଲା |1
- ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।1
- Post by SONEPUR NEWS1
- Post by Ajit Behera2
- ହାଇଟେକ୍ ସର୍ଭେର ଜମି ପଟ୍ଟା ବଣ୍ଟନ ଆସନ୍ତା କାଲି ଠାରୁ ଆରମ୍ଭ ହେବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ #ଡ଼_ନୃପରାଜ_ସାହୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ: ୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପୂର୍ଣ୍ଣ ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ ହଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ, ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସମେତ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ଡ଼ ସୌମ୍ୟରୂପା ରଥ, ଡିଏସପି ରେଣୁକା ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର, ସମାଜସେବୀ ବେଣୁଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନାଯୋଗ୍ୟ କି, ଆଜି ସୁବର୍ଣ୍ଣପୁର ଜିଲ୍ଲାର ୫ଟି ବ୍ଲକ୍ରୁ ୩ଟି ଲେଖାଏଁ ଯୋଡି ଆସିଥିବା ବେଳେ ବିନିକା ବ୍ଲକ୍ରୁ ୨ଟି ଯୋଡି ଆସିଥିଲେ। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୧୭ ଜଣ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପରିବାରବର୍ଗ ଏବଂ ଜିଲ୍ଲା ପ୍ରଶାସନ ତଥା ସମାଜ କଳ୍ୟାଣ ବିଭାଗର ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପୂର୍ଣ୍ଣ ପରେ ସମସ୍ତ ନବବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିବାହ ପରେ ଗୋଟିଏ ଲେଖାଏଁ ଗଛ ସମସ୍ତ ଦମ୍ପତିଙ୍କୁ ପ୍ରଦାନ କରାଯାଇଥିଲା, ସେମାନେ ଏହାର ଯତ୍ନ ନେବେ ଏବଂ ସେହି ଗଛର ଜୀବନ ତାଙ୍କର ବିବାହର ସମୟର ପ୍ରତୀକ ହେବ। ଏହି ଅବସରରେ ଇଂ ରଘୁନାଥ ଜଗଦଲା ମଧ୍ୟ ସମସ୍ତ ନୂତନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଜିଲ୍ଲା ଓଏସ ଏବଂ ଓଆରଏସ ସଂଘ ତରଫରୁ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏଁ ହାତଘଣ୍ଟା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଉପସ୍ଥିତ ରହି ସାମୂହିକ ବିବାହକୁ ସଫଳ କରିବାରେ ସହଯୋଗ କରିଥିଲେ।1