logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ ଓଡ଼ିଶା ଦିବସ ପାଳିତ ମାଲକାନଗିରି, ତା-୦୧-୦୪-୨୬: (ରାମ କୃଷ୍ଣ ଚୌଧୁରୀ) ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗର୍ବ, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଓଡ଼ିଶା ଦିବସ ପାଳିତ ହୋଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରି ଏହି ଅବସରକୁ ଅତ୍ୟନ୍ତ ଗମ୍ଭୀରତା ଓ ଉତ୍ସବମୂଡ଼ରେ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ଥିଲେ—ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ, ଆକାଉଣ୍ଟ ଭର୍ଷର ଡ଼. ହିମାଂଶୁ ଶେଖର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ଼. ରତ୍ନାକର ପରିଡା ଓ ପାଠଚକ୍ର ସଂଯୋଜକ ଶ୍ରୀ ପ୍ରିତମ କୁମାର ମହଲା। କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଶା ମାଟିର ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। “ଆମ ଉତ୍କଳ, ଆମ ପରିଚୟ” ଶୀର୍ଷକକୁ କେନ୍ଦ୍ର କରି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବକ୍ତାମାନେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ଭାଷା ଓ ପାରମ୍ପରିକ ମୂଲ୍ୟବୋଧ ବିଷୟରେ ବିସ୍ତୃତ ମତ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ ଯେ, ଓଡ଼ିଆ ଭାଷା ଓ ସଂସ୍କୃତି ଆମ ପରିଚୟର ମୂଳ ଭିତ୍ତି, ଏହାକୁ ରକ୍ଷା କରିବା ଓ ପ୍ରଚାର କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ। ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ ଓଡ଼ିଶାର ଐତିହାସିକ ପୃଷ୍ଠଭୂମି ଓ ଉତ୍କଳ ଗଠନର ଗୌରବମୟ ଅଧ୍ୟାୟକୁ ଉଲ୍ଲେଖ କରିଥିଲେ। ଡ଼. ହିମାଂଶୁ ଶେଖର ସାହୁ ଆଧୁନିକ ଯୁଗରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଡ଼. ରତ୍ନାକର ପରିଡା ଯୁବ ପିଢ଼ୀଙ୍କ ଭୂମିକା ଉପରେ ଆଲୋକ ପାତ କରି କହିଥିଲେ ଯେ, ସଂସ୍କୃତିକ ମୂଲ୍ୟବୋଧ ଅନୁସରଣ କଲେ ହିଁ ସମାଜର ସଠିକ ଉନ୍ନତି ସମ୍ଭବ। ଶ୍ରୀ ପ୍ରିତମ କୁମାର ମହଲା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅବିଚ୍ଛିନ୍ନ ପରମ୍ପରାକୁ ଉଦ୍ବୋଧନ କରିଥିଲେ। କାର୍ଯ୍ୟକ୍ରମଟିକୁ ଓଡ଼ିଆ ବିଭାଗର ଶ୍ରୀ ସୌଦାଗର ସିଅ ସୁନ୍ଦର ଓ ସୁଚାରୁ ଭାବେ ପରିଚାଳନା କରିଥିଲେ, ଯାହା ଉପସ୍ଥିତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ତାଙ୍କର ସମନ୍ୱୟ ଓ ଉପସ୍ଥାପନା କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିଥିଲା। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ। ସମସ୍ତଙ୍କ ମୁହଁରେ ଓଡ଼ିଆ ପରିଚୟ ପ୍ରତି ଗର୍ବ ଓ ଆତ୍ମସମ୍ମାନର ଚିହ୍ନ ପ୍ରକାଶ ପାଉଥିଲା।ଶେଷରେ ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସଂସ୍କୃତି ଓ ଜାତୀୟ ଏକତା ପ୍ରତି ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ସଚେତନତା ସୃଷ୍ଟି କରିଥିଲା ବୋଲି ମତ ପ୍ରକାଶ ପାଇଥିଲା।

6 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
6 hrs ago
5470a163-980e-4523-a11e-260cf37db674

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ ଓଡ଼ିଶା ଦିବସ ପାଳିତ ମାଲକାନଗିରି, ତା-୦୧-୦୪-୨୬: (ରାମ କୃଷ୍ଣ ଚୌଧୁରୀ) ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଗର୍ବ, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଓଡ଼ିଶା ଦିବସ ପାଳିତ ହୋଇଥିଲା। ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରି ଏହି ଅବସରକୁ ଅତ୍ୟନ୍ତ ଗମ୍ଭୀରତା ଓ ଉତ୍ସବମୂଡ଼ରେ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ଥିଲେ—ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ, ଆକାଉଣ୍ଟ ଭର୍ଷର ଡ଼. ହିମାଂଶୁ ଶେଖର ସାହୁ, ପରୀକ୍ଷା ନିୟନ୍ତ୍ରକ ଡ଼. ରତ୍ନାକର ପରିଡା ଓ ପାଠଚକ୍ର ସଂଯୋଜକ ଶ୍ରୀ ପ୍ରିତମ କୁମାର ମହଲା। କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଶା ମାଟିର ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। “ଆମ ଉତ୍କଳ, ଆମ ପରିଚୟ” ଶୀର୍ଷକକୁ କେନ୍ଦ୍ର କରି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବକ୍ତାମାନେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତି, ଭାଷା ଓ ପାରମ୍ପରିକ ମୂଲ୍ୟବୋଧ ବିଷୟରେ ବିସ୍ତୃତ ମତ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ ଯେ, ଓଡ଼ିଆ ଭାଷା ଓ ସଂସ୍କୃତି ଆମ ପରିଚୟର ମୂଳ ଭିତ୍ତି, ଏହାକୁ ରକ୍ଷା କରିବା ଓ

4729f700-4ff4-4530-a602-9f24bd44569a

ପ୍ରଚାର କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ। ଆଡ଼ମିଷ୍ଟେଟିଭ ଭର୍ଷର ଡ଼. ପ୍ରସନ୍ନ କୁମାର ବରାଳ ଓଡ଼ିଶାର ଐତିହାସିକ ପୃଷ୍ଠଭୂମି ଓ ଉତ୍କଳ ଗଠନର ଗୌରବମୟ ଅଧ୍ୟାୟକୁ ଉଲ୍ଲେଖ କରିଥିଲେ। ଡ଼. ହିମାଂଶୁ ଶେଖର ସାହୁ ଆଧୁନିକ ଯୁଗରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଡ଼. ରତ୍ନାକର ପରିଡା ଯୁବ ପିଢ଼ୀଙ୍କ ଭୂମିକା ଉପରେ ଆଲୋକ ପାତ କରି କହିଥିଲେ ଯେ, ସଂସ୍କୃତିକ ମୂଲ୍ୟବୋଧ ଅନୁସରଣ କଲେ ହିଁ ସମାଜର ସଠିକ ଉନ୍ନତି ସମ୍ଭବ। ଶ୍ରୀ ପ୍ରିତମ କୁମାର ମହଲା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅବିଚ୍ଛିନ୍ନ ପରମ୍ପରାକୁ ଉଦ୍ବୋଧନ କରିଥିଲେ। କାର୍ଯ୍ୟକ୍ରମଟିକୁ ଓଡ଼ିଆ ବିଭାଗର ଶ୍ରୀ ସୌଦାଗର ସିଅ ସୁନ୍ଦର ଓ ସୁଚାରୁ ଭାବେ ପରିଚାଳନା କରିଥିଲେ, ଯାହା ଉପସ୍ଥିତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ତାଙ୍କର ସମନ୍ୱୟ ଓ ଉପସ୍ଥାପନା କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିଥିଲା। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ। ସମସ୍ତଙ୍କ ମୁହଁରେ ଓଡ଼ିଆ ପରିଚୟ ପ୍ରତି ଗର୍ବ ଓ ଆତ୍ମସମ୍ମାନର ଚିହ୍ନ ପ୍ରକାଶ ପାଉଥିଲା।ଶେଷରେ ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସଂସ୍କୃତି ଓ ଜାତୀୟ ଏକତା ପ୍ରତି ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ସଚେତନତା ସୃଷ୍ଟି କରିଥିଲା ବୋଲି ମତ ପ୍ରକାଶ ପାଇଥିଲା।

More news from ଓଡ଼ିଶା and nearby areas
  • ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh। ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି। ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି। ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା। ‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    4
    ମାଲକାନଗିରି, ଏପ୍ରିଲ ୧ (ରାମ କୃଷ୍ଣ ଚୌଧୁରୀ): 
ଉତ୍କଳ ଦିବସ ଅବସରରେ ମାଲକାନଗିରିରେ ପ୍ରଥମଥର ପାଇଁ ଏକ ଓଡ଼ିଆ ଚଳଚ୍ଚିତ୍ରର ପ୍ରିମିୟର୍ ଆୟୋଜିତ ହୋଇ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି। ‘ମୁରବୀ’ ନାମକ ଏହି ଚଳଚ୍ଚିତ୍ରର ପ୍ରିମିୟର୍ “ପ୍ରିମିୟର୍ ୱିଥ୍ ଫ୍ୟାମିଲି” ଥିମ୍‌ରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା।
ଏହି ଚଳଚ୍ଚିତ୍ରଟିକୁ Vishal Mourya ଓ Debiprasad Lenka ପ୍ରସ୍ତୁତ କରିଥିବା ବେଳେ, ଏହା ତାଙ୍କର ପ୍ରଥମ ଫିଚର୍ ଫିଲ୍ମ ପ୍ରଯୋଜନା। ଚଳଚ୍ଚିତ୍ରଟିକୁ Pinaki Singh ଓ Sisir Kumar Sahoo ନିର୍ଦ୍ଦେଶନା କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ରଚନା କରିଛନ୍ତି Agnimitra Behera ଓ ଗୀତ ଲେଖିଛନ୍ତି P. Santosh।
ଚଳଚ୍ଚିତ୍ରରେ କୁଣା ତ୍ରିପାଠୀ, ଜୟପ୍ରକାଶ ଦାସ, ବିଜୟନୀ ମିଶ୍ର, ଅଙ୍କିତା ମହାନ୍ତି, ଉଦିତ ଗୁରୁ, ବି.ଏମ୍. ବୈଶାଳୀ, ପ୍ରସଞ୍ଜୀତ ମହାପାତ୍ର, କଳ୍ପନା ରାଉତ, ଆମିର ଦାସ ଓ ସୁସ୍ମିତା ପ୍ରଧାନ ଭଳି ଅଭିନେତାମାନେ ଅଭିନୟ କରିଛନ୍ତି।
ଭୁବନେଶ୍ୱର କିମ୍ବା କଟକର ପରମ୍ପରାଗତ ପ୍ରିମିୟର୍ ସ୍ଥାନକୁ ଛାଡ଼ି ମାଲକାନଗିରିକୁ ବାଛିବା ନିର୍ମାତାମାନଙ୍କର ଏକ ବିଶେଷ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଜିଲ୍ଲା ପାଇଁ ଗର୍ବର କଥା ବୋଲି ସ୍ଥାନୀୟ ଲୋକମାନେ ମନ୍ତବ୍ୟ ଦେଇଛନ୍ତି।
ଏହି ପ୍ରିମିୟର୍‌ରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି, ମିଡିଆ ପ୍ରତିନିଧି ଓ ଅନେକ ଦର୍ଶକ ଯୋଗଦେଇଥିଲେ। ଏହା ସମଗ୍ର ଜିଲ୍ଲା ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।
‘ମୁରବୀ’ ଚଳଚ୍ଚିତ୍ରଟିକୁ CBFC ଦ୍ୱାରା UA 7+ ସର୍ଟିଫିକେଟ୍ ମିଳିଛି ଏବଂ ଏହା ପରିବାର ସହ ଦେଖିବାଯୋଗ୍ୟ ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରଟି ଆସନ୍ତା ୧୪ ଏପ୍ରିଲରେ ସମଗ୍ର ଦେଶରେ ମୁକ୍ତିଲାଭ କରିବ l
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • *ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର* *ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ* ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜନଗଣନା ରଥ-୨୦୨୭ ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାଧ୍ୟମରେ ଗୃହ ଗଣନା ଓ ଜନଗଣନା ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ଡିଜିଟାଲ୍ ସ୍ୱ-ଗଣନା ମାଧ୍ଯମରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣ ନିଜେ se.census.gov.in ପୋର୍ଟାଲ୍ ବ୍ୟବହାର କରି ନିଜ ତଥ୍ୟ ଅନ୍‌ଲାଇନ୍ରେ ଦେଇପାରିବେ।କ୍ଷେତ୍ର ସ୍ତରୀୟ ଗଣନା ପାଇଁ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏହି ବୃହତ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨୭୯ ଜଣ ଗଣନାକାରୀ ଏବଂ ୨୨୨ ଜଣ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ସ୍ଵଗଣନା ଏବଂ ଏପ୍ରିଲ ୧୭ ରୁ ମେ ୧୫ ଏହି ତିରିଶି ଦିନ ପାଇଁ ପ୍ରକୃତ ଗୃହଗଣନା ଘରେ ଘରେ ହେବ। ଜନଗଣନା ଆସନ୍ତା ଫେବୃଆରୀ ୨୦୨୭ ରେ ହେବ । ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପଖଣ୍ଡ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଡେପୁଟି ଜନଗଣନା ଅଧିକାରୀ ମୁନା ତୁରୁକ୍ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅକ୍ଷୟ ମୁଦଗଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଦେଶ ଓ ରାଜ୍ୟର ଭବିଷ୍ୟତ ଯୋଜନା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
    2
    *ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର*
*ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ*
ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ  ଜନଗଣନା ରଥ-୨୦୨୭ ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାଧ୍ୟମରେ ଗୃହ ଗଣନା ଓ ଜନଗଣନା ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ଡିଜିଟାଲ୍ ସ୍ୱ-ଗଣନା ମାଧ୍ଯମରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣ ନିଜେ se.census.gov.in ପୋର୍ଟାଲ୍ ବ୍ୟବହାର କରି ନିଜ ତଥ୍ୟ ଅନ୍‌ଲାଇନ୍ରେ ଦେଇପାରିବେ।କ୍ଷେତ୍ର ସ୍ତରୀୟ ଗଣନା ପାଇଁ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏହି ବୃହତ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨୭୯ ଜଣ ଗଣନାକାରୀ  ଏବଂ ୨୨୨ ଜଣ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। 
ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ସ୍ଵଗଣନା ଏବଂ ଏପ୍ରିଲ ୧୭ ରୁ ମେ ୧୫ ଏହି ତିରିଶି ଦିନ ପାଇଁ ପ୍ରକୃତ ଗୃହଗଣନା ଘରେ ଘରେ ହେବ। ଜନଗଣନା ଆସନ୍ତା ଫେବୃଆରୀ ୨୦୨୭ ରେ ହେବ । ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପଖଣ୍ଡ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଡେପୁଟି ଜନଗଣନା ଅଧିକାରୀ ମୁନା ତୁରୁକ୍ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅକ୍ଷୟ ମୁଦଗଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଦେଶ ଓ ରାଜ୍ୟର ଭବିଷ୍ୟତ ଯୋଜନା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    5 hrs ago
  • କୋରାପୁଟ ଜିଲ୍ଲା ପୋଲିସ ପ୍ୟାରେଡ ପଡ଼ିଆରେ ୯୧ତମ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି
    1
    କୋରାପୁଟ ଜିଲ୍ଲା ପୋଲିସ ପ୍ୟାରେଡ ପଡ଼ିଆରେ ୯୧ତମ ପ୍ରତିଷ୍ଠା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    1 hr ago
  • Post by Pramodkumar Jena
    1
    Post by Pramodkumar Jena
    user_Pramodkumar Jena
    Pramodkumar Jena
    Court reporter ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    4 hrs ago
  • ମୁନିଗୁଡାରେ ଉତ୍କଳ ଦିବସ ପାଳିତ। ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ କବୟିତ୍ରୀ,କବି ମାନେ ନିଜ ନିଜର ସୁରଚିତ କବିତା ପଠନ କରିଥିଲେ।
    4
    ମୁନିଗୁଡାରେ ଉତ୍କଳ ଦିବସ ପାଳିତ।
ମୁନିଗୁଡାର ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ କ୍ଳବ,ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର ମିଳିତରେ ଉତ୍କଳ ଦିବସ ବା ଓଡିଶା ଦିବସ ପାଳିତ ହୋଇଯାଇଛି। ମୁନିଗୁଡା ସାହିତ୍ୟ ସଂସଦ ସଭାପତି ହୃଷିକେଶ ଜାଲିଙ୍କ ସଭାପତିତ୍ୱ ଓ ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ପି.ସୁଧାକର ପାତ୍ର,ମୁଖ୍ୟବକ୍ତା ଭାବେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥିଭାବେ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ଆଜିର କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ 1936 ମସିହା ଏପ୍ରିଲ 1 ତାତିଖରେ ଓଡ଼ିଶା ଭାଷାଭିତ୍ତିରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଥିଲା। ଏହା ପୂର୍ବରୁ ଓଡ଼ିଶା ବିହାର ଓ ବେଙ୍ଗଲ ସହିତ ମିଶିକି ରହିଥିଲା ଏହି ଦିନଟି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଆମ ଆତ୍ମସମ୍ମାନ, ସଂସ୍କୃତି ଏବଂ ଇତିହାସର ସମ୍ମାନର ଦିନ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଉତ୍କଳ ଦିବସ ଓ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପରେ କବି ପ୍ରଶାନ୍ତ ସାହୁଙ୍କ ପିତା ସ୍ବର୍ଗତ ମକରଧ୍ୱଜ ସାହୁକାରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ କୁନି କଳାକାର ରିପ୍ସିତା ପାତ୍ରଙ୍କ ସୁନ୍ଦର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବୟିତ୍ରୀ ନନ୍ଦିନୀ ଦାସ,ସୁଶୀଳା ସରାଫ, କବି ଅକ୍ଷୟ କୁମାର ମଲ୍ଲିକ,ଉତ୍ତମ କୁମାର ଦାସ, ସୁବାଷ ଖୁରା,ପ୍ରମୋଦ ଦାସ,କାଳିନ୍ଦୀ ନାୟକ, ଦୋଳ ଗୋବିନ୍ଦ ନାୟକ,ଗଣେଶ ସେଠୀ,ସାମ୍ବାଦିକ କ୍ଷମାସାଗର ଦାସ,ପ୍ରସାଦ ସାହୁକାର,ଧନୁ କୁସୁଲିଆ, ଭି.ପ୍ରବୀଣ କୁମାର, ନରତ୍ତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ କବୟିତ୍ରୀ,କବି ମାନେ ଉପସ୍ଥିତ ରହିଥିଲେ। ଶେଷରେ ଉତ୍କଳ ଦିବସ ଉପଲକ୍ଷେ  କବୟିତ୍ରୀ,କବି ମାନେ ନିଜ  ନିଜର ସୁରଚିତ କବିତା ପଠନ କରିଥିଲେ।
    user_Prasad sahukar
    Prasad sahukar
    Court reporter ମୁନିଗୁଡା, ରାୟଗଡା, ଓଡ଼ିଶା•
    58 min ago
  • ବରିଷ୍ଠ କଂଗ୍ରେସ ନେତା ଶଙ୍କର ପ୍ରଧାନ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋନୀତ ହୋଇଛନ୍ତି । ମଙ୍ଗଳବାର ପିସିସି ସଭାପତି ଭକ୍ତଚରଣ ଦାସ ଶଙ୍କର ପ୍ରଧାନଙ୍କୁ ନାମରେ ମୋହର ମାରିବା ସହ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା ହେବା ପରେ ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ସ୍ବାଗତ କରିଛନ୍ତି । ମୋହନା ବ୍ଳକ ଲୁହାଗୁଡି ବାସିନ୍ଧା ଶଙ୍କର ଗତ ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସର ଜଣେ ସକ୍ରିୟ କର୍ମୀ ଅଛନ୍ତି । ପୂର୍ବରୁ ଲୁହାଗୁଡିରୁ ୨୦୦୭ ରୁ୨୦୧୨ ସମିତିସଭ୍ୟ, ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ମୋହନା ବ୍ଳକର ଯୁବ କଂଗ୍ରେସର ସଭାପତି ଥିଲେ ଏବଂ ୨୦୧୩ ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସର ବ୍ଳକ ସଭାପତି ଦାୟିତ୍ବ ରହି ଦଳର ସମସ୍ତ କାମ କରିଆସୁଥିଲି । ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବିରେ ରହି କାର୍ଯ୍ୟ କରୁଥିଲେ । ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିବା ଯୋଗୁଁ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ କର୍ମୀମାନେ । ଏଥିସହ ଦଳର ସବୁ ବର୍ଗର କର୍ମୀ ଓ ନେତାଙ୍କୁ ନେଇ ଦଳକୁ ମଜବୁତ କରିବି ବୋଲି ନୂତନ ଭାବେ ଜିଲ୍ଲା ସଭାପତି ଶଙ୍କର କହିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ରାଜ୍ୟସଭା ନିର୍ବାଚନରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ଦାଶରଥି ଗମାଙ୍ଗ ଦଳୀୟ ହୁଇପକୁ ଅବମାନନା କରି କ୍ରସ ଭୋଟିଂ କରିଥିଲେ । ଏହାକୁ ନେଇ ବିବାଦୀୟ ହୋଇ ପଡିବା ସହ ତାଙ୍କୁ ପିସିସି ସଭାପତି କଂଗ୍ରେସ ଦଳରୁ ନିଲମ୍ବିତ କରିଛନ୍ତି । ଏହାକୁ ଆଧାର କରି ଆଜି ଶଙ୍କର ପ୍ରଧାନଙ୍କ ନାମରେ ମୋହର ମାରିଛି ପିସିସି ।
    1
    ବରିଷ୍ଠ କଂଗ୍ରେସ ନେତା ଶଙ୍କର ପ୍ରଧାନ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋନୀତ ହୋଇଛନ୍ତି । ମଙ୍ଗଳବାର ପିସିସି ସଭାପତି ଭକ୍ତଚରଣ ଦାସ ଶଙ୍କର ପ୍ରଧାନଙ୍କୁ ନାମରେ ମୋହର ମାରିବା ସହ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା ହେବା ପରେ ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ସ୍ବାଗତ କରିଛନ୍ତି । ମୋହନା ବ୍ଳକ ଲୁହାଗୁଡି ବାସିନ୍ଧା ଶଙ୍କର ଗତ ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସର ଜଣେ ସକ୍ରିୟ କର୍ମୀ ଅଛନ୍ତି । ପୂର୍ବରୁ ଲୁହାଗୁଡିରୁ ୨୦୦୭ ରୁ୨୦୧୨   ସମିତିସଭ୍ୟ, ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ମୋହନା ବ୍ଳକର ଯୁବ କଂଗ୍ରେସର ସଭାପତି ଥିଲେ  ଏବଂ ୨୦୧୩ ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସର ବ୍ଳକ ସଭାପତି ଦାୟିତ୍ବ ରହି ଦଳର  ସମସ୍ତ କାମ  କରିଆସୁଥିଲି । ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବିରେ ରହି କାର୍ଯ୍ୟ କରୁଥିଲେ । ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିବା ଯୋଗୁଁ  ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି  କଂଗ୍ରେସ କର୍ମୀମାନେ । ଏଥିସହ ଦଳର ସବୁ ବର୍ଗର କର୍ମୀ ଓ ନେତାଙ୍କୁ  ନେଇ ଦଳକୁ ମଜବୁତ କରିବି ବୋଲି  ନୂତନ ଭାବେ ଜିଲ୍ଲା ସଭାପତି ଶଙ୍କର କହିଛନ୍ତି  । ସୂଚନା ଯୋଗ୍ୟ ଯେ ଗତ ରାଜ୍ୟସଭା ନିର୍ବାଚନରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ଦାଶରଥି ଗମାଙ୍ଗ  ଦଳୀୟ ହୁଇପକୁ ଅବମାନନା କରି କ୍ରସ ଭୋଟିଂ କରିଥିଲେ । ଏହାକୁ ନେଇ ବିବାଦୀୟ ହୋଇ ପଡିବା ସହ ତାଙ୍କୁ ପିସିସି ସଭାପତି କଂଗ୍ରେସ ଦଳରୁ ନିଲମ୍ବିତ କରିଛନ୍ତି । ଏହାକୁ ଆଧାର କରି ଆଜି ଶଙ୍କର ପ୍ରଧାନଙ୍କ ନାମରେ ମୋହର ମାରିଛି ପିସିସି ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ। ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି ର ଘରେ ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା" ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।
    4
    ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ। ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ  ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି  ର ଘରେ  ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ  ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା"  ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.