logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ। ଖଡ଼ିଆଳର ଚିତ୍ତରଞ୍ଜନ ଦାଶ ପାଇଲେ "ଦିବ୍ୟାଙ୍ଗ ମିତ୍ର" ପୁରସ୍କାର l ନୂଆପଡା- ୧୧/୦୩- ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମାସିକ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମୀକ୍ଷା ବୈଠକରେ ବିଭାଗର ସମସ୍ତ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିରୁ ଜଣାଗଲା ଯେ, ବର୍ତ୍ତମାନ ଜିଲ୍ଲାରେ ୧୧୦୯୪୯ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ,ବିଧବା ତଥା ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଚଳିତ ଆର୍ଥିକ ବର୍ଷରେ, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୬୧୪ ଜଣଙ୍କୁ, ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ଯୋଜନାରେ ୬୮ ଜଣଙ୍କୁ, ଭିନ୍ନକ୍ଷମ ଛାତ୍ର ବୃତ୍ତି ଯୋଜନାରେ ୪୧ ଜଣଙ୍କୁ ଓ ବାଣୀଶ୍ରୀ ଛାତ୍ର ବୃତ୍ତି ଯୋଜନାରେ ୪୦୦ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୈଠକରେ ଦିବ୍ୟାଙ୍ଗ ସହାୟତା ଅଭିଯାନ, ମଧୁବାବୁ ପେନସନ ଯୋଜନା, ଦିବ୍ୟାଙ୍ଗ ପେନସନ, ଜାତୀୟ ପରିବାର କଲ୍ୟାଣ ଯୋଜନା ଏବଂ ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ “ସ୍ୱୀକୃତି” ଯୋଜନାର ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ " ବିଧବା ସହାୟତା ଅଭିଯାନ” ରେ ଆସୁଥିବା ସମସ୍ତ ବାଧାକୁ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ବିଧବାମାନଙ୍କ ଡାଟାବେସ ଶୀଘ୍ର ସମ୍ପନ୍ନ କରି ସେମାନଙ୍କୁ ଆବଶ୍ୟକ ସହାୟତା ସହିତ ଜୀବନ ଜୀବିକାର ସୁଯୋଗ ଯୋଗାଇଦେବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି, ଜାତୀୟ ପରିବାର କଲ୍ୟାଣ ଯୋଜନା ସହିତ ଅନ୍ୟାନ୍ୟ ସମାଜିକ ସୁରକ୍ଷା ଯୋଜନାରେ ଥିବା ଅନ୍ତରାଳକୁ ମଧ୍ୟ ସମାଧାନ କରିବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, ଜିଲ୍ଲାପାଳ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମର ଚିତ୍ତରଞ୍ଜନ ଦାଶଙ୍କୁ ଫେବୃଆରି ମାସ ପାଇଁ" ଦିବ୍ୟାଙ୍ଗ ମିତ୍ର" ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀ ଦାଶ ନିଜେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନେକ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଅଧିକାର ପ୍ରାପ୍ତ କରିବାରେ ସହାୟତା ଯୋଗାଇ ଦେଉଛନ୍ତି l ପୁରଷ୍କାର ସ୍ୱରୁପ ଆଜି ତାହାଙ୍କୁ ପୁଷ୍ପଗୁଛ୍ଛ ,ମାନପତ୍ର ଓ ଉପଢୌକନ ସହ ସମ୍ୱର୍ଦ୍ଧନା ଦିଆଯାଇଥିଲା ।ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଧନେଶ୍ୱର ସେଠୀ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସ୍ମୃତି ରେଖା ନନ୍ଦ ଏବଂ ବିଭାଗର ବ୍ଲକ ସ୍ତରୀୟ, ବିଜ୍ଞାପିତ ଅଞ୍ଚଳ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

3 hrs ago
user_Surendra Tiwari
Surendra Tiwari
Insurance Agent ନୂଆପଡା, ନୂଆପଡ଼ା, ଓଡ଼ିଶା•
3 hrs ago
01b30ea4-ff2d-4afd-ab4e-600259bca18f

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ। ଖଡ଼ିଆଳର ଚିତ୍ତରଞ୍ଜନ ଦାଶ ପାଇଲେ "ଦିବ୍ୟାଙ୍ଗ ମିତ୍ର" ପୁରସ୍କାର l ନୂଆପଡା- ୧୧/୦୩- ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମାସିକ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମୀକ୍ଷା ବୈଠକରେ ବିଭାଗର ସମସ୍ତ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିରୁ ଜଣାଗଲା ଯେ, ବର୍ତ୍ତମାନ ଜିଲ୍ଲାରେ ୧୧୦୯୪୯ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ,ବିଧବା ତଥା ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଚଳିତ ଆର୍ଥିକ ବର୍ଷରେ, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୬୧୪ ଜଣଙ୍କୁ, ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ଯୋଜନାରେ ୬୮ ଜଣଙ୍କୁ, ଭିନ୍ନକ୍ଷମ ଛାତ୍ର ବୃତ୍ତି ଯୋଜନାରେ ୪୧ ଜଣଙ୍କୁ ଓ ବାଣୀଶ୍ରୀ ଛାତ୍ର ବୃତ୍ତି ଯୋଜନାରେ ୪୦୦ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୈଠକରେ ଦିବ୍ୟାଙ୍ଗ ସହାୟତା ଅଭିଯାନ, ମଧୁବାବୁ ପେନସନ ଯୋଜନା, ଦିବ୍ୟାଙ୍ଗ ପେନସନ, ଜାତୀୟ ପରିବାର କଲ୍ୟାଣ ଯୋଜନା ଏବଂ ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ “ସ୍ୱୀକୃତି” ଯୋଜନାର ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ "

55ad404c-b1a3-4aa5-98e7-b5aecdb58602

ବିଧବା ସହାୟତା ଅଭିଯାନ” ରେ ଆସୁଥିବା ସମସ୍ତ ବାଧାକୁ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ସମସ୍ତ ବିଧବାମାନଙ୍କ ଡାଟାବେସ ଶୀଘ୍ର ସମ୍ପନ୍ନ କରି ସେମାନଙ୍କୁ ଆବଶ୍ୟକ ସହାୟତା ସହିତ ଜୀବନ ଜୀବିକାର ସୁଯୋଗ ଯୋଗାଇଦେବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେହିପରି, ଜାତୀୟ ପରିବାର କଲ୍ୟାଣ ଯୋଜନା ସହିତ ଅନ୍ୟାନ୍ୟ ସମାଜିକ ସୁରକ୍ଷା ଯୋଜନାରେ ଥିବା ଅନ୍ତରାଳକୁ ମଧ୍ୟ ସମାଧାନ କରିବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, ଜିଲ୍ଲାପାଳ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମର ଚିତ୍ତରଞ୍ଜନ ଦାଶଙ୍କୁ ଫେବୃଆରି ମାସ ପାଇଁ" ଦିବ୍ୟାଙ୍ଗ ମିତ୍ର" ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀ ଦାଶ ନିଜେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନେକ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଅଧିକାର ପ୍ରାପ୍ତ କରିବାରେ ସହାୟତା ଯୋଗାଇ ଦେଉଛନ୍ତି l ପୁରଷ୍କାର ସ୍ୱରୁପ ଆଜି ତାହାଙ୍କୁ ପୁଷ୍ପଗୁଛ୍ଛ ,ମାନପତ୍ର ଓ ଉପଢୌକନ ସହ ସମ୍ୱର୍ଦ୍ଧନା ଦିଆଯାଇଥିଲା ।ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଧନେଶ୍ୱର ସେଠୀ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସ୍ମୃତି ରେଖା ନନ୍ଦ ଏବଂ ବିଭାଗର ବ୍ଲକ ସ୍ତରୀୟ, ବିଜ୍ଞାପିତ ଅଞ୍ଚଳ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    1
    ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ । ଆଜିର ସମାଚାର ରେ ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ । ଆଜିର ସମାଚାର ରେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    12 hrs ago
  • #ସାଇବର_ଅପରାଧ_ନେଟୱର୍କ #୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ, ୯ ଗିରଫ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ‘ଅପରେସନ ସାଇବର କବଚ’ ଅଭିଯାନ। ଆକାଉଣ୍ଟ ଜରିଆରେ ୭ କୋଟି ୮୨ ଲକ୍ଷ ଟଙ୍କା କାରବାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଛି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ୨୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫଳରେ ବେନାମୀ ଆକାଉଣ୍ଟ କାରବାରରେ ଜଡ଼ିତ ଥିବା ସହାୟକ ମାନଙ୍କ ମଧ୍ୟରେ ଛନକା ପଶିଛି।
    1
    #ସାଇବର_ଅପରାଧ_ନେଟୱର୍କ
#୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ, ୯ ଗିରଫ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୧୫୦୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ‘ଅପରେସନ ସାଇବର କବଚ’ ଅଭିଯାନ। ଆକାଉଣ୍ଟ ଜରିଆରେ ୭ କୋଟି ୮୨ ଲକ୍ଷ ଟଙ୍କା କାରବାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଛି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ୨୬ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫଳରେ ବେନାମୀ ଆକାଉଣ୍ଟ କାରବାରରେ ଜଡ଼ିତ ଥିବା ସହାୟକ ମାନଙ୍କ ମଧ୍ୟରେ ଛନକା ପଶିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଖଵର ଦେଖନ୍ତୁ ।ଆଜିର ସମାଚାର ତା ୧୦/ ୦୩ /୨୦୨୬ ମଙ୍ଗଳବାର
    1
    ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଖଵର ଦେଖନ୍ତୁ ।ଆଜିର ସମାଚାର ତା ୧୦/ ୦୩ /୨୦୨୬ ମଙ୍ଗଳବାର
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    12 hrs ago
  • Post by Mangulu Sahu
    1
    Post by Mangulu Sahu
    user_Mangulu Sahu
    Mangulu Sahu
    ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.