କୁକୁରପେଟା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:- ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ର କୁକୁରପେଟା ପଞ୍ଚାୟତ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ ଡ୍ରେନ୍ ଦ୍ୱାରା ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ସରପଞ୍ଚ,ପିଓ,ଅଙ୍ଗନାୱାଡି କର୍ମୀ, ୱାଡମେମ୍ୱର, ଆଶା, ସିଆରପି,ଏନ୍ଏମ୍ ଦିଦି,ଏବଂ ଗ୍ରାମ ର କିଛି ସଦସ୍ୟ ଉପସ୍ଥିତ ଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଲନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା ହୋଇଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ୱା ବଧାନ ରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ l ଶେଷ ରେ ଶପଥ ପାଠ କରାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
କୁକୁରପେଟା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ:- ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ର କୁକୁରପେଟା ପଞ୍ଚାୟତ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଲି ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲ୍ ଡ୍ରେନ୍ ଦ୍ୱାରା ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ସରପଞ୍ଚ,ପିଓ,ଅଙ୍ଗନାୱାଡି କର୍ମୀ, ୱାଡମେମ୍ୱର, ଆଶା, ସିଆରପି,ଏନ୍ଏମ୍ ଦିଦି,ଏବଂ ଗ୍ରାମ ର କିଛି ସଦସ୍ୟ ଉପସ୍ଥିତ ଥିଲେ l ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଲନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା ହୋଇଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ର ଙ୍କ ତତ୍ୱା ବଧାନ ରେ ପ୍ରକଳ୍ପ ସହଯୋଗୀ ସୁନୀତା ମାଝୀ ସଭା ପରିଚାଳନା କରିଥିଲେ l ଶେଷ ରେ ଶପଥ ପାଠ କରାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
- ଢେଙ୍କାନାଳ ଜିଲ୍ଲା ପୌରଅଧ୍ୟକ୍ଷ୍ୟା ଙ୍କ ପ୍ରୋସ୍ ମିଟିଙ୍ଗି ଶ୍ରୀମତୀ ଜୟନ୍ତି ପାତ୍ର କୁଟୁଣିଆ ବସ୍ତି ଭଙ୍ଗା ଯିବା ଘଟଣ କୁ ନେଇ1
- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ #LatestNews #UpdateNews #apanankakhabara #khordha #news #Bhubaneswar #OdishaNews #odisha1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।1
- ଜେକେ କାଗଜ କଳ ପକ୍ଷରୁ ଭୀମ ଭୋଇ ନଗରରେ ଜନ ସଚେତନତା କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲାର ଜେକେପୁର ସ୍ଥିତ ଭୀମ ଭୋଇ ନଗରରେ ଜେକେ କାଗଜ କଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ହରିହର ଖମାରୀ, ସୁରକ୍ଷା ବିଭାଗର ଶ୍ରୀ ରମା ରଞ୍ଜନ ବିଶ୍ୱାଳ ଏବଂ ସିଏସଆର ବିଭାଗର ଶ୍ରୀ ବ୍ରହ୍ମାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଲୋରିନ ଗ୍ୟାସ ପ୍ରଭାବରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେନେଇ ପୋଷ୍ଟର ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଇଥିଲା । କାରଖାନା ନିକଟବର୍ତ୍ତୀ ସମସ୍ତ ଗ୍ରାମରେ ଏପରି ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଷାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ସତର୍କତା ଅବଲମ୍ବନ ସମ୍ପର୍କରେ ଆବାଳ ବୃଦ୍ଧ ବନିତାଙ୍କୁ ବୁଝାଯାଇଥିଲା ।1
- ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଦୁର୍ଗାପୁର ଗ୍ରାମସ୍ଥିତ ମା’ ବାଉତିଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ଓ ଜନଶୁଣାଣୀ ଶିବିର। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦଳେଇ, ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀମାନେ ଯୋଗଦେଇଥିଲେ। ଶିବିରରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି ଜନଶୁଣାଣୀ ଶିବିରରେ ପ୍ରାୟ ୫୦୦ ରୁ ୬୦୦ ଲୋକ ଏକତ୍ରିତ ହୋଇଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହୋଇ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ପଦକ୍ଷେପ ନେବା—ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିବା କୁହାଯାଇଛି।1
- ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha1
- ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଏକ ହୋଣ୍ଡା ସାଇନ୍ ବାଇକ୍ ଜବତ କରିଛି ପୋଲିସ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇଛି।1