ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଦୁର୍ଗାପୁର ଗ୍ରାମସ୍ଥିତ ମା’ ବାଉତିଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ଓ ଜନଶୁଣାଣୀ ଶିବିର। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦଳେଇ, ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀମାନେ ଯୋଗଦେଇଥିଲେ। ଶିବିରରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି ଜନଶୁଣାଣୀ ଶିବିରରେ ପ୍ରାୟ ୫୦୦ ରୁ ୬୦୦ ଲୋକ ଏକତ୍ରିତ ହୋଇଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହୋଇ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ପଦକ୍ଷେପ ନେବା—ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିବା କୁହାଯାଇଛି।
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଦୁର୍ଗାପୁର ଗ୍ରାମସ୍ଥିତ ମା’ ବାଉତିଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ଓ ଜନଶୁଣାଣୀ ଶିବିର। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦଳେଇ, ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀମାନେ ଯୋଗଦେଇଥିଲେ। ଶିବିରରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି ଜନଶୁଣାଣୀ ଶିବିରରେ ପ୍ରାୟ ୫୦୦ ରୁ ୬୦୦ ଲୋକ ଏକତ୍ରିତ ହୋଇଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହୋଇ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ପଦକ୍ଷେପ ନେବା—ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିବା କୁହାଯାଇଛି।
- ଢେଙ୍କାନାଳ ଜିଲ୍ଲା ପୌରଅଧ୍ୟକ୍ଷ୍ୟା ଙ୍କ ପ୍ରୋସ୍ ମିଟିଙ୍ଗି ଶ୍ରୀମତୀ ଜୟନ୍ତି ପାତ୍ର କୁଟୁଣିଆ ବସ୍ତି ଭଙ୍ଗା ଯିବା ଘଟଣ କୁ ନେଇ1
- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ -------------- ନୟାଗଡ଼, ତାରିଖ: ୨୫.୦୮.୨୦୨୬- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ନୟାଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ଶକ୍ତି ସଦନ, ତୁଳସୀପୁର ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ, ଡିମିରିଝରି ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଆଶ୍ରମ ବିଦ୍ୟାଳୟ ଏବଂ ଦଶପଲ୍ଲାସ୍ଥିତ ଶ୍ରୀ କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଛତୁଆ ୟୁନିଟ୍ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକଳାପ ଓ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ ଶିଶୁମାନଙ୍କ ପାଇଁ ଉପଲବ୍ଧ ସେବା, ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଆୟୋଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସେହିପରି ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ରହଣି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ମଧ୍ୟ ତଥ୍ୟ ନିଆଯାଇଥିଲା। ଶିଶୁମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ଯୋଗାଇଦେବା ଏବଂ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମାନ୍ୟବର ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶ୍ରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆୟୋଗକୁ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସଦଭାବନା ଗୃହ, ନୟାଗଡ଼ ଠାରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ବିଶେଷକରି ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ଶିଶୁ ଅଧିକାରର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମକୁ କିପରି ପ୍ରଭାବଶାଳୀ ଭାବେ ରୋକାଯାଇପାରିବ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ କିପରି ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ମତବିନିମୟ କରାଯାଇଥିଲା।2
- ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha1
- ନିରାକାରାପୁର ଜଗନ୍ନାଥ ମନ୍ଦିର ତୃତୀୟ ଦିବସ ଝୁଲଣ ଉତ୍ସବରେ ବହୁ ଭକଙ୍କ ସମାଗମ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଳିତ ବର୍ଷ ଝୁଲଣ ଉତ୍ସବ ଜାରୀ ରହିଛି ।ତୃତୀୟ ଦିବସ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ମହାପ୍ରଭୁ ଙ୍କ ଝୁଲଣ ଉତ୍ସବ ରେ ଠାକୁର ଙ୍କୁ ପୁର୍ବ ପ୍ରସ୍ତୁତି ଅନୁଯାୟୀ ସୁସଜିତ ପଲଙ୍କରେ ବିଭିନ୍ନ ପ୍ରକାରର ସୁବାସିତ ପୁଷ୍ପ ମାଲ୍ୟ ଓ ଅଙ୍ଗ ବତ୍ସ ପରିଧାନ କରି ମଣ୍ଡପ ରେ ଆସିନ ହୋଇଥିଲେ l ହରିବୋଲ ହୁଳହୁଳି ଘଣ୍ଟ କିର୍ତ୍ତନ ରେ କମ୍ପିଥିଲା ମନ୍ଦିର ପରିସର । ଏହି ତୃତୀୟ ଦିବସ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ଟ୍ରଷ୍ଟ ପକ୍ଷରୁ ଠାକୁର ଙ୍କ ସମସ୍ତ ନିତି ନିୟମ କାର୍ଯ୍ୟକୁ ଵିଧି ଅନୁପାଳନ କରି ତୃତୀୟ ଦିବସ ରେ ପହଞ୍ଚିଛି। ପରିଶେଷରେ ସମସ୍ତ ଭକ୍ତଙ୍କୁ ଠାକୁର ଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉତ୍ସବ କୁ ସହଯୋଗ କରିଥିଲେ।1
- ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।1
- କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida1
- ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସମ୍ପର୍କ ଓ ଜନଶୁଣାଣୀ ଶିବିର ଅନୁଷ୍ଠିତ। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଦୁର୍ଗାପୁର ଗ୍ରାମସ୍ଥିତ ମା’ ବାଉତିଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଜନସମ୍ପର୍କ ଓ ଜନଶୁଣାଣୀ ଶିବିର। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦଳେଇ, ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିପ୍ଳବ କେଶରୀ ବଳିଆରସିଂହଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀମାନେ ଯୋଗଦେଇଥିଲେ। ଶିବିରରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ନେଇ ଆଲୋଚନା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି, ଏହି ଜନଶୁଣାଣୀ ଶିବିରରେ ପ୍ରାୟ ୫୦୦ ରୁ ୬୦୦ ଲୋକ ଏକତ୍ରିତ ହୋଇଥିଲେ। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ିହୋଇ ସେମାନଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ପଦକ୍ଷେପ ନେବା—ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିବା କୁହାଯାଇଛି।1
- ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ #LatestNews #UpdateNews #apanankakhabara #khordha #news #Bhubaneswar #OdishaNews #odisha1
- ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ1