ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ୍ ୩ କୋଟି ୩୨ ଲକ୍ଷ ୭୨ ହଜାର ୩୦୮ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହା ସହିତ ସଂଗୃହିତ ତଥ୍ୟର ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି, ଯେଉଁଥିରେ ୭୫.୮୪ ପ୍ରତିଶତ ଅର୍ଥାତ୍ ୨ କୋଟି ୫୩ ଲକ୍ଷ ୨୯ ହଜାର ୩୨୯ ଭୋଟରଙ୍କର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବର୍ତ୍ତମାନ ଏକ ଉତ୍ସାହଜନକ ମୋଡ଼ରେ ପହଞ୍ଚିଛି। ୬୩-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୦୦ ପ୍ରତିଶତ ଡିଜିଟାଇଜେସନ ହାସଲ କରି ରେକର୍ଡ ସୃଷ୍ଟି କରିଥିବା ବେଳେ, ରାଜ୍ୟର ଅନ୍ୟ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ୯୯ ପ୍ରତିଶତରୁ ଅଧିକ ଡିଜିଟାଇଜେସନ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଡିଜିଟାଇଜେସନରେ ଜିଲ୍ଲା କ୍ଷେତ୍ରରେ ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼ ଯଥାକ୍ରମେ ୮୯.୬୧, ୮୮.୬୧ ଓ ୮୮.୨୪ ପ୍ରତିଶତ ସହ ଆଗରେ ରହିଛନ୍ତି। ଏକ ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀ ଓ ବିଏଲ୍ଓ ମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ପ୍ରତିଟି ସ୍ତରରେ ଉଲ୍ଲେଖନୀୟ ସଫଳତା ମିଳିଛି। ଘରକୁ ଘର ବୁଲି ସୂଚନା ସଂଗ୍ରହ ଓ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ପ୍ରାୟ ଶତପ୍ରତିଶତ (୯୯.୬୨%) ଶେଷ ହୋଇଥିବାରୁ ଏହି ଅଭିଯାନ ଏକ ବଡ଼ ସଫଳତା ଆଡ଼କୁ ଗତି କରୁଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗର ପ୍ରମୁଖ ସଚିବ ଓ ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲାର ସମୀକ୍ଷା କରିଥିଲେ। ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଏସ୍ଆଇଆରର ଅଗ୍ରଗତି ନେଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। ପରିଗଣନା ଫର୍ମ ବଣ୍ଟନ ସହିତ ସମାନ୍ତରାଳ ଭାବେ ଡାଟା ଏଣ୍ଟ୍ରି ବା ଡିଜିଟାଇଜେସନ କାର୍ଯ୍ୟକୁ ମଧ୍ୟ ଅଧିକ ତ୍ୱରାନ୍ୱିତ କରାଯାଇଛି।

- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।1
- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା। ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।1
- ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।1
- କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ବାଳିକିଆରୀ ଗାଁରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଦୁଇଟି ଭିନ୍ନ ବିଭାଗରୁ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।1
- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।1
- ବୌଦ୍ଧ ଜିଲ୍ଲାର ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକ ଥାନା ଅନ୍ତର୍ଗତ ଗଣ୍ଡାପାଜୁ ଠାରେ ଏକ ଆଇଚର୍ ଗାଡ଼ି ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।1