Shuru
Apke Nagar Ki App…
ନିମାପଡ଼ା ଅବକାରୀ ରେଞ୍ଜ ପକ୍ଷରୁ କାକଟପୁର ରେ ଚଢାଉ ବେଳେ ଏକ ବଡ ସଫଳତା ମିଳିଛି ନିମାପଡା (BT)ନିମାପଡ଼ା ଅବକାରୀ ରେଞ୍ଜ ପକ୍ଷରୁ କାକଟପୁର କଲେଜ ଗେଟ୍ ନିକଟରେ ଚଢ଼ାଉ କରାଯାଇ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ବ୍ୟବସାୟୀଙ୍କ ଠାରୁ ୧୧୨ ଗ୍ରାମ ବ୍ରାଉନ୍ସୁଗାର, ଗୋଟିଏ ବାଇକ୍, ଗୋଟିଏ ଫୋନ୍, ନଗଦ ୨୦୦୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୧ଲକ୍ଷ ହେବ ବୋଲି ଅବକାରୀ ଇନ୍ସିପେକ୍ଟର ପ୍ରଭାକର ସୂଚନା ଦେଇଛନ୍ତି। ବ୍ୟବସାୟୀ ଜଣକ ହେଲେ କାକଟପୁର ଥାନା ଅନ୍ତର୍ଗତ ବିକାଶ ପାଢ଼ୀ। ସମ୍ପର୍କରେ ବ୍ୟବସାୟୀଙ୍କ ବିରୋଧରେ ନିମାପଡ଼ା ଅବକାରୀ ରେଞ୍ଜ ପକ୍ଷରୁ କେସ୍ନଂ.୧୦୬/୨୫–୨୬ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ନିମାପଡ଼ା ଅବକାରୀ ରେଞ୍ଜ ଇନିଶପେକ୍ଟର ପ୍ରଭାକର ସେଠୀ, ଏଏସ୍ଆଇ । ସନ୍ତୋଷ ମହାରଣା, ଫିରୋଜ ମହାନନ୍ଦିଆ, ତପନ ପ୍ରଧାନ,ଏସ୍ କେ. . ୱାରିଶ, ସ୍ବାଗତିକା ଘଡ଼େଇ ପ୍ରମୁଖ ସଦଳବଳ ଏହି ଚଢ଼ାଉ କରିଥିଲେ।
Bibhuti TV

More news from ଓଡ଼ିଶା and nearby areas
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- ଥାନା ଆଗରେ ମୃତଦେହ ରଖି ଧାରଣା ନିମାପଡ଼ା ପୋଲିସ୍ ର ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ1
- ଶିକୁଳିରେ ବନ୍ଧା ମାନବିକତା; ପ୍ରଶାସନିକ ଅବହେଳାର ଶୀକାର ମାନସିକ ଅସୁସ୍ଥ ମାନସ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପୁନଙ୍ଗ ପଞ୍ଚାୟତରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସେହି ଗ୍ରାମର ଶୁକଦେବ ଭୋଇଙ୍କ ମଝିଆ ପୁଅ ମାନସ କୁମାର ଭୋଇ ବିଗତ କିଛି ବର୍ଷ ହେଲା ମାନସିକ ଅସୁସ୍ଥତା କାରଣରୁ ନିଜ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ଆଜିର ସମୟରେ ବିଜ୍ଞାନ ଓ ପ୍ରଶାସନ ଏତେ ଆଗେଇଥିଲେ ମଧ୍ୟ ମାନସଙ୍କ ପାଖରେ ସରକାରୀ ସହାୟତା ଅପହଞ୍ଚ ହୋଇପଡ଼ିଛି। ଘଟଣାର ସଂକ୍ଷିପ୍ତ ବିବରଣୀ: ମାନସ ଦୀର୍ଘ ଦିନ ଧରି ମାନସିକ ସନ୍ତୁଳନ ହରାଇଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି। ଅଭାବ ଅନାଟନ ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହେଉନାହିଁ। ବର୍ତ୍ତମାନ ମାନସଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇପଡ଼ିଛି। ସେ ଶାରୀରିକ ଭାବେ ଦୁର୍ବଳ ହେବା ସହ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପ୍ରଶାସନିକ ଉଦାସୀନତା: ପରିବାର ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କିମ୍ବା ମାଗଣା ଚିକିତ୍ସା ସୁବିଧା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ସ୍ଥାନୀୟ ଜନପ୍ରତିନିଧି କିମ୍ବା ସାମାଜିକ ସୁରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ନିବେଦନ: ଏହି ଖବର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଉଛି କି, ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମାନସଙ୍କୁ ଶିକୁଳି ମୁକ୍ତ କରାଯାଉ ଏବଂ ତାଙ୍କୁ ଉନ୍ନତମାନର ମାନସିକ ଚିକିତ୍ସା ସହ ସରକାରୀ ସହାୟତା ଯୋଗାଇ ଦିଆଯାଉ।1
- Post by Manoj kumar baliyarsingh4
- Post by NEWS MANORANJAN1
- ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି..ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥାଳି ଗିନା ବାଡେଇ ପ୍ରତିବାଦ କଲା ଦଳ l1
- Post by Rajesh Samantaray1
- Post by ମାନସ କୁମାର ଦାସ1