ବରଗଡ଼ ଜିଲ୍ଲାରେ ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ପ୍ରାକଟ୍ୟ ଦିବସ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଅନନ୍ତ ଶ୍ରୀ ବିଭୁଶିତ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ଜୀ ମହାରାଜାଙ୍କ ଦୀର୍ଘ ଜୀବନ କାମନା କରି ଏହି ବିଶେଷ ରୁଦ୍ରାଭିଷେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୀଠ ପରିଷଦ ଅନ୍ତର୍ଗତ ଆନନ୍ଦ ବାହିନୀ ଓ ଆଦିତ୍ୟ ବାହିନୀର ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନ୍ ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ବଟେଶ୍ବର ବାବା ଶିବ ମନ୍ଦିରରେ ଏହି ପୂଜାର୍ଚ୍ଚନା କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀମତୀ ନିତମ୍ବିନୀ ପଣ୍ଡା ଏବଂ ଶ୍ରୀ ଗଜେନ୍ଦ୍ର ପଣ୍ଡା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ନିଗମାନନ୍ଦ ମିଶ୍ର ଗୁରୁ ପୂଜା ଏବଂ ମହାଦେବଙ୍କ ରୁଦ୍ରାଭିଷେକ ଆଦି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଅମରେନ୍ଦ୍ର ନାରାୟଣ ଯାଦବ, ରାମ ଚରଣ ଦାଶ, ଶାନ୍ତନୁ କୁମାର ପାଣିଗ୍ରାହୀ, ରବିନ୍ଦ୍ରନାଥ ପଣ୍ଡା, ଚନ୍ଦ୍ର ଶେଖର ପ୍ରଧାନ, କମ୍ଭୁଧର ମିଶ୍ର, କୃଷ୍ଣ ଚନ୍ଦ୍ର ପାଢ଼ୀ, ଦୟାନିଧି ଦାଶ, ଗୀତାଞ୍ଜଳି ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ଅଞ୍ଜନ ପାଣିଗ୍ରାହୀ, ବିମଳ କୃଷ୍ଣ ମିଶ୍ର, ସୁକାନ୍ତ ମହାପାତ୍ର, କିଶୋର ଚନ୍ଦ୍ର ଦାଶ, ରୁନୁପମା ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରତିମା ମିଶ୍ର, ସୂର୍ଯ୍ୟକାନ୍ତୀ ପାଣିଗ୍ରାହୀ, ପ୍ରତୀମା ମିଶ୍ର ଓ ସୌଦାମିନୀ ପଣ୍ଡାଙ୍କ ସମେତ ଅନେକ ଗୁରୁ ଭାଇ ଓ ଭଉଣୀ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ବରଗଡ଼ ଜିଲ୍ଲାରେ ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ପ୍ରାକଟ୍ୟ ଦିବସ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବର ସହ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଅନନ୍ତ ଶ୍ରୀ ବିଭୁଶିତ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ଜୀ ମହାରାଜାଙ୍କ ଦୀର୍ଘ ଜୀବନ କାମନା କରି ଏହି ବିଶେଷ ରୁଦ୍ରାଭିଷେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୀଠ ପରିଷଦ ଅନ୍ତର୍ଗତ ଆନନ୍ଦ ବାହିନୀ ଓ ଆଦିତ୍ୟ ବାହିନୀର ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନ୍ ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ବଟେଶ୍ବର ବାବା ଶିବ ମନ୍ଦିରରେ ଏହି ପୂଜାର୍ଚ୍ଚନା କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରୀମତୀ ନିତମ୍ବିନୀ ପଣ୍ଡା ଏବଂ ଶ୍ରୀ ଗଜେନ୍ଦ୍ର ପଣ୍ଡା କର୍ତ୍ତା ଭାବରେ
ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ନିଗମାନନ୍ଦ ମିଶ୍ର ଗୁରୁ ପୂଜା ଏବଂ ମହାଦେବଙ୍କ ରୁଦ୍ରାଭିଷେକ ଆଦି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଅମରେନ୍ଦ୍ର ନାରାୟଣ ଯାଦବ, ରାମ ଚରଣ ଦାଶ, ଶାନ୍ତନୁ କୁମାର ପାଣିଗ୍ରାହୀ, ରବିନ୍ଦ୍ରନାଥ ପଣ୍ଡା, ଚନ୍ଦ୍ର ଶେଖର ପ୍ରଧାନ, କମ୍ଭୁଧର ମିଶ୍ର, କୃଷ୍ଣ ଚନ୍ଦ୍ର ପାଢ଼ୀ, ଦୟାନିଧି ଦାଶ, ଗୀତାଞ୍ଜଳି ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ଅଞ୍ଜନ ପାଣିଗ୍ରାହୀ, ବିମଳ କୃଷ୍ଣ ମିଶ୍ର, ସୁକାନ୍ତ ମହାପାତ୍ର, କିଶୋର ଚନ୍ଦ୍ର ଦାଶ, ରୁନୁପମା ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରତିମା ମିଶ୍ର, ସୂର୍ଯ୍ୟକାନ୍ତୀ ପାଣିଗ୍ରାହୀ, ପ୍ରତୀମା ମିଶ୍ର ଓ ସୌଦାମିନୀ ପଣ୍ଡାଙ୍କ ସମେତ ଅନେକ ଗୁରୁ ଭାଇ ଓ ଭଉଣୀ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
- ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର କ୍ଲବଠାରେ ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ତଥା ବରପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଘନଶ୍ୟାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଏହି ଜୟନ୍ତୀ ସମାରୋହ ପାଳନ କରାଯିବ। ଏହା ସହିତ ପ୍ରତି ମାସର ଗୋଟିଏ ଦିନରେ ଗଙ୍ଗାଧର ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ନେଇ ବର୍ତ୍ତମାନର ସଭାପତି ନରେନ୍ଦ୍ର କୁମାର ହୋତା ସୂଚନା ଦେଇଛନ୍ତି। ଏହି ବୈଠକରେ ଆନନ୍ଦ ମେହେର, ବାଳକିଶୋର ଖାଡ଼ଙ୍ଗl, ପଦ୍ମଲୋଚନ ସାହୁ, ରାଜାରାମ ମେହେର, ବାଳକୃଷ୍ଣ ପୂଝାରୀ, ମହେନ୍ଦ୍ର ଗହୀର ଓ ବନ୍ତରlମ ସେଠ ପ୍ରମୁଖ ଯୋଗ ଦେଇଥିଲେ।1
- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରିଫ୍ରାକ୍ଟୋରିଜ୍ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି। ପ୍ରକୃତିର ସୁରକ୍ଷା ଓ ବିଶ୍ୱତାପନରୁ ପରିବେଶକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ନିମ୍ବ, କରଞ୍ଜ, ଆମ୍ବ, ପିଜୁଳି ଓ ବଉଳ ଭଳି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ନିରୁପମା ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ତଥା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୁଖ୍ୟ ଅତିଥି ଏବଂ ସମିତିର ଉପସଭାପତି ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା ବୁଝାଇବା ସହ ବୃକ୍ଷ ଆମର ବନ୍ଧୁ ବୋଲି ଅଭିହିତ କରିଥିଲେ। ସହକାରୀ ପ୍ରଧାନ ଶିକ୍ଷକ ରଘୁନାଥ ନାୟକ, ଯୁଗ୍ମ ସହକାରୀ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ବେହେରା, ରେଡ଼କ୍ରସ କାଉନସିଲର ଦିଲୀପ ସାହୁ ଏବଂ ଏନସିସି ଅଫିସର ବିରେନ୍ଦ୍ର ଭୋଇଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ। ଶିକ୍ଷକ ଦିଲୀପ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଗିରିଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପଞ୍ଚମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବତ୍କୃତା ପ୍ରତିଯୋଗିତା କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଭିରାମ ସାହୁ ପ୍ରଥମ, ସୁନୟନା ପ୍ରଧାନ ଦ୍ଵିତୀୟ ଓ କ୍ଷୀରୋଦ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବତ୍କୃତାରେ ପ୍ରଭାସିନୀ ନାୟକ ପ୍ରଥମ, ଦୀପକ ମହାନନ୍ଦ ଦ୍ଵିତୀୟ ଏବଂ ଶ୍ରୀଲେଖା ଷଡ଼ଙ୍ଗୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।4
- ଝାରସୁଗୁଡ଼ାରେ ଏକ ପ୍ରତିବାଦର ନୂତନ ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରତିବାଦରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ପଟେ କୁଶପୁତ୍ତଳିକା ଜଳୁଛି ଏବଂ ଅନ୍ୟପଟେ ତା’ ପାଖରେ ଡାନ୍ସ ପର୍ଫର୍ମାନ୍ସ ଚାଲିଛି। ଆନ୍ଦୋଳନ ସମୟରେ ଦିଆଯାଉଥିବା ନାରା ଅପେକ୍ଷା ଏହି ନୃତ୍ୟର ନୂଆ ଷ୍ଟେପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ କୁଶପୁତ୍ତଳିକା ଦାହ ଅପେକ୍ଷା ନାଚର ଭିଡିଓ ଅଧିକ ଭାଇରାଲ ହେଉଛି। ତେବେ ପାଠ ପଢ଼ୁଥିବା କୋମଳମତି ଶିଶୁମାନଙ୍କୁ ଏଭଳି ଏକ ଆନ୍ଦୋଳନରେ ସାମିଲ କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଶିକ୍ଷକ ଶିକ୍ଷୟତ୍ରୀମାନେ ଶିଶୁମାନଙ୍କୁ ଭିନ୍ନ ଢଙ୍ଗରେ ବୁଝାଇ ପଢ଼ାଇପାରିଥାନ୍ତେ, ଯେପରି ସେମାନଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାନ୍ତା। କିନ୍ତୁ ସେମାନଙ୍କୁ ଏହି ପ୍ରତିବାଦରେ ସାମିଲ କରାଇ, ସେମାନଙ୍କ ସମ୍ମୁଖରେ ଜନପ୍ରତିନିଧିମାନେ ଗୀତରେ ଏଭଳି ନାଚିବାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ କୋମଳମତି ଶିଶୁମାନେ ଜନପ୍ରତିନିଧିମାନଙ୍କଠାରୁ କ’ଣ ଶିଖିବେ ବୋଲି ପ୍ରଶ୍ନ ଉଠିଛି।1
- ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଠାରେ ବିଜେପିର ଏକ ମଣ୍ଡଳ ସ୍ତରୀୟ ଗ୍ରାମୀଣ ବିଏଲଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ପ୍ରଦୀପ ପଧାନଙ୍କ ସଭାପତିତ୍ବରେ ଏହି ସଭାର ଆୟୋଜନ କରାଯାଇଥିଲା। ଜନଗଣନା ବର୍ଦ୍ଧିତ ବୁଥ୍ ପାଇଁ ଉଦ୍ଦିଷ୍ଟ ଏହି ବୈଠକରେ ୯ଟି ପଞ୍ଚାୟତର ନେତା ଓ କର୍ମୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ଏହି ବୈଠକରେ ଉପେନ୍ଦ୍ର, ମାନସ, ହରାଧନ, ରମକୁମାର, ଗଣପତି, ପୁରନ୍ଦର, କବି, ଦିବ୍ୟ ଏବଂ କୈଳାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।1
- ବିହାରର ରୋହତାସ ଜିଲ୍ଲା ଚେନାରୀ ଅନ୍ତର୍ଗତ ମଲ୍ଲୀପୁରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଲାଇନ ମରାମତି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶଟଡାଉନ୍ ନିଆଯାଇଥିବା ସତ୍ତ୍ୱେ ହଠାତ୍ ବିଦ୍ୟୁତ୍ ସରବରାହ ଚାଲୁ ହୋଇଯିବାରୁ ବିଦ୍ୟୁତ ମିସ୍ତ୍ରୀ ମନୀଷ କୁମାର ଚୌଧୁରୀ କରେଣ୍ଟ ସଂସ୍ପର୍ଶରେ ଆସି ପୋଲରୁ ତଳକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମିସ୍ତ୍ରୀଙ୍କୁ ତୁରନ୍ତ ଚେନାରୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶଟଡାଉନ୍ ସତ୍ତ୍ୱେ ବିଦ୍ୟୁତ ସରବରାହ କିପରି ସ୍ୱାଭାବିକ ହେଲା ସେ ନେଇ ଯାଞ୍ଚ କରାଯାଉଛି।1