ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ କେନ୍ଦୁଝର,୨୭।୮(ଦୁର୍ଯ୍ୟୋଧନ ପାତ୍ର): କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ମହା ଆଡମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି।ବ୍ରହ୍ମାକୁମାରିଜ କେନ୍ଦୁଝରର କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର କୂଳସଚିବ ବ୍ରହ୍ମାକୁମାରୀ ସୁଶ୍ରୀ ପ୍ରତିଭା ପୃଷ୍ଟି,ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମାକୁମାରି ଜୟନ୍ତୀ ଥାଟୋଇ,କେନ୍ଦ୍ର ସହସଞ୍ଚାଳିକା ବ୍ରହ୍ମାକୁମାରି ପ୍ରତିଭା,ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର କେନ୍ଦ୍ର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ।ପରସ୍ପର ପ୍ରତି ଭାଇଭଉଣୀର ପବିତ୍ର ସମ୍ପର୍କକୁ ନିଜ ଚିନ୍ତନ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ କେନ୍ଦୁଝରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁ ରାକ୍ଷୀ ବାନ୍ଧିବା ସହ ଆଶ୍ରମରେ ତିଆରି ମିଷ୍ଟାର୍ଣ୍ଣ ବାଣ୍ଟି ବରଦାନ କାର୍ଡ ପ୍ରଦାନ କରିଥିଲେ।କେନ୍ଦୁଝର କେନ୍ଦ୍ର ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଜିଲ୍ଲା କାରାଗାରରେ ପହଞ୍ଚି ସମସ୍ତ କର୍ମଚାରୀ ଓ ଜେଲ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧି ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ। ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝର ସେବାକେନ୍ଦ୍ର ତଥା ସଂଲଗ୍ନ ଶାଖାକେନ୍ଦ୍ର ମାନଙ୍କରୁ ବ୍ରହ୍ମାକୁମାର ଭାଇ ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରାୟ ୪୫୦ ଜଣ ଯୋଗ ଦେଇଥିଲେ।ସନ୍ଧ୍ୟା ପ୍ରାର୍ଥନା ପରେ ସମନ୍ତରାୟପୁର ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ କେନ୍ଦୁଝର ଶ୍ରୀମେଟାଲିକ୍ସର ମାନବସମ୍ବଳ ମୁଖ୍ୟ ଅମ୍ବିକା ମହାପାତ୍ର, ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତନ ଓ ରାଜଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ।ବ୍ରହ୍ମାକୁମାରୀ ବିନ୍ଦୁଙ୍କ ତତ୍ତ୍ୱାବଧାନରେ ନରଣପୁର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତି, ବ୍ରହ୍ମାକୁମାରୀ ମିକୁ,ବିନତା,ସୁନିତା,ଶକୁନ୍ତଳା,ଟୁନି,ସରୋଜିନୀ,ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟଭାଇ ,ଅକ୍ଷୟ ଭାଇ,ଘନଶ୍ୟାମ ଭାଇ, ଜିଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ଲୋକନାଥ ଭାଇ,ଝରିଲାଲ ଭାଇ,ପୀତବାସ ଭାଇ,ସୁମନ୍ତ ଭାଇ,କ୍ଷୀରୋଦ ଭାଇ ବିଜୟ ଭାଇ,କୃତିବାସ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ କେନ୍ଦୁଝର,୨୭।୮(ଦୁର୍ଯ୍ୟୋଧନ ପାତ୍ର): କେନ୍ଦୁଝର ପୁରୁଣା ସହର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସୁଖଶାନ୍ତି ସରୋବର ପରିସରରେ ମହା ଆଡମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି।ବ୍ରହ୍ମାକୁମାରିଜ କେନ୍ଦୁଝରର କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର କୂଳସଚିବ ବ୍ରହ୍ମାକୁମାରୀ ସୁଶ୍ରୀ ପ୍ରତିଭା ପୃଷ୍ଟି,ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବ୍ରହ୍ମାକୁମାରି ଜୟନ୍ତୀ ଥାଟୋଇ,କେନ୍ଦ୍ର ସହସଞ୍ଚାଳିକା ବ୍ରହ୍ମାକୁମାରି
ପ୍ରତିଭା,ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଭକ୍ତବତ୍ସଳ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର କେନ୍ଦ୍ର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ।ପରସ୍ପର ପ୍ରତି ଭାଇଭଉଣୀର ପବିତ୍ର ସମ୍ପର୍କକୁ ନିଜ ଚିନ୍ତନ ମଧ୍ୟରେ ରଖିବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ କେନ୍ଦୁଝରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ରାଜଯୋଗିନୀ ବ୍ରହ୍ମାକୁମାରୀ ବିନ୍ଦୁ ରାକ୍ଷୀ ବାନ୍ଧିବା ସହ ଆଶ୍ରମରେ ତିଆରି ମିଷ୍ଟାର୍ଣ୍ଣ ବାଣ୍ଟି ବରଦାନ କାର୍ଡ ପ୍ରଦାନ କରିଥିଲେ।କେନ୍ଦୁଝର କେନ୍ଦ୍ର
ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରତିଭା ଜିଲ୍ଲା କାରାଗାରରେ ପହଞ୍ଚି ସମସ୍ତ କର୍ମଚାରୀ ଓ ଜେଲ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧି ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ। ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝର ସେବାକେନ୍ଦ୍ର ତଥା ସଂଲଗ୍ନ ଶାଖାକେନ୍ଦ୍ର ମାନଙ୍କରୁ ବ୍ରହ୍ମାକୁମାର ଭାଇ ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରାୟ ୪୫୦ ଜଣ ଯୋଗ ଦେଇଥିଲେ।ସନ୍ଧ୍ୟା ପ୍ରାର୍ଥନା ପରେ ସମନ୍ତରାୟପୁର ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ କେନ୍ଦୁଝର ଶ୍ରୀମେଟାଲିକ୍ସର ମାନବସମ୍ବଳ ମୁଖ୍ୟ ଅମ୍ବିକା
ମହାପାତ୍ର, ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତନ ଓ ରାଜଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଥିଲେ।ବ୍ରହ୍ମାକୁମାରୀ ବିନ୍ଦୁଙ୍କ ତତ୍ତ୍ୱାବଧାନରେ ନରଣପୁର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତି, ବ୍ରହ୍ମାକୁମାରୀ ମିକୁ,ବିନତା,ସୁନିତା,ଶକୁନ୍ତଳା,ଟୁନି,ସରୋଜିନୀ,ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟଭାଇ ,ଅକ୍ଷୟ ଭାଇ,ଘନଶ୍ୟାମ ଭାଇ, ଜିଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ଲୋକନାଥ ଭାଇ,ଝରିଲାଲ ଭାଇ,ପୀତବାସ ଭାଇ,ସୁମନ୍ତ ଭାଇ,କ୍ଷୀରୋଦ ଭାଇ ବିଜୟ ଭାଇ,କୃତିବାସ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
- #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ1
- ବଣାଇ ଥାନାରେ ଶବରୀ କନ୍ୟାଶ୍ରମ ତରଫରୁ ଏକଲ ଅଭିଯାନ ରକ୍ଷା ବନ୍ଧନ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଶବରୀ କନ୍ୟାଶ୍ରମ ଏକଲ ଅଭିଯାନ ପଶ୍ଚିମ ଓଡିଶା ଭାଗ ସୁନ୍ଦରଗଡ଼ ଅଞ୍ଚଳ ଆନୁକୂଲ୍ୟରେ ବଣାଇ ଥାନାରେ ଏକ ରାକ୍ଷୀ ବନ୍ଧନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଥିଲା l କନ୍ୟାଶ୍ରମର ଛାତ୍ର ଛାତ୍ରୀ ତଥା ପରିଚାଳିକା ପ୍ରମୁଖ ଆସି ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଦ୍ବୀପରେ ବନ୍ଦେଇ ପୂଜାର୍ଚନା କରି ପବିତ୍ରତାର ପର୍ବ ଓ ଭାଇ ଭଉଣୀର ସମ୍ପର୍କକୁ ଅତୁଟ କରିବା ପାଇଁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଥାନା ଏଏସଆଇ ପର୍ଶୁରାମ ମହାନ୍ତ, ଚୂଡ଼ାମଣି ମହାପାତ୍ର ସମେତ ପୋଲିସ କର୍ମଚାରୀ, ବିଜେପି ବଣାଇ ମଣ୍ଡଳ ସାଧାରଣ ସମ୍ପାଦକ ବୈକୁଣ୍ଠ ଗଡ଼ଦ୍ଦିଆ, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲ୍ଲାଦ ବଢ଼େଇ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l3
- #ଭୁବନେଶ୍ବରରେ_ଦାମୀ_କାର ଭୁବନେଶ୍ୱରରେ ୧୦୦ କୋଟି ଟଙ୍କିଆ କାର: ଡ୍ରାଇଭରଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍! Racing Car ଦେଖିବା1
- ରାଜଗାଙ୍ଗପୁର ପୁଲିସ ପକ୍ଷରୁ ବିକଟା ଳ ଶବ୍ଦ କରୁ ଥିବା ବାଇକ ଉପରେ ଚଢ଼ାଉ କରି ୧୫ ଟି ବାଇକ ଜବତ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ!3
- ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି। ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।1
- ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights1
- ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସେଲ୍ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା । ସମାପନୀ ସମାରୋହରେ ବଣାଇ ଥାନାର ଏଏସଆଇ ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ଶକ୍ତିଶ୍ରୀ ସେଲ୍ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।2