Shuru
Apke Nagar Ki App…
#ଭୁବନେଶ୍ବରରେ_ଦାମୀ_କାର ଭୁବନେଶ୍ୱରରେ ୧୦୦ କୋଟି ଟଙ୍କିଆ କାର: ଡ୍ରାଇଭରଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍! Racing Car ଦେଖିବା
Rajib Behera
#ଭୁବନେଶ୍ବରରେ_ଦାମୀ_କାର ଭୁବନେଶ୍ୱରରେ ୧୦୦ କୋଟି ଟଙ୍କିଆ କାର: ଡ୍ରାଇଭରଙ୍କ ଦରମା ଶୁଣିଲେ ଉଡ଼ିଯିବ ହୋସ୍! Racing Car ଦେଖିବା
More news from ଓଡ଼ିଶା and nearby areas
- ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ-ଗୁଳି ଜବତ ମାମଲା; ଜେଲ୍ ଗଲେ ଯୁବ ନେତା ପ୍ରକାଶ ପାଶୱାନ1
- ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା1
- ଖଡ଼ିଆଳ ଠାରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ।1
- ୨୮ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ମତ୍ସ୍ୟଜୀବୀ ପଶ୍ଚମବଙ୍ଗ ଦୀଘା ସମୁଦ୍ର ଉଦ୍ଧାର ୨୮ ଦିନ ପରେ ସମୁଦ୍ରରୁ ୮ ମତ୍ସ୍ୟଜୀବୀ ଉଦ୍ଧାର ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଆନ୍ଧ୍ରପ୍ରଦେଶରୁ ସମୁଦ୍ରକୁ ବାହାରିଥିବା ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଦୀର୍ଘଦିନ ଧରି ଏହା ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ଶେଷରେ ଅନ୍ୟ ଏକ ମାଛଧରା ଟ୍ରଲର ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଛି।ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲା ଏହି ଟ୍ରଲର। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ସୀମାନ୍ତ ଦିଗକୁ ଚାଲି ଆସିଥିଲା। ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ। ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ। ଏହି ଘଟଣା ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଇଞ୍ଜିନ ଖରାପ ହୋଇଯିବା ପରେ ଦୀର୍ଘଦିନ ଧରି ସମୁଦ୍ରରେ ଭାସିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ୮ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିଲା। ତେବେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହଯୋଗ ଏବଂ ସମୟୋଚିତ ଭାବେ ୱାୟାରଲେସ୍ ଯୋଗେ ଖବର ପହଞ୍ଚିବାରୁ ଶେଷରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୮ ଦିନର ଦୁର୍ଦ୍ଦଶା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତିର ମାହୋଲ। ସମୁଦ୍ରରୁ ଜୀବନ ଯୁଦ୍ଧରେ ଜିତି ଫେରିଥିବା ଏହି ୮ ମତ୍ସ୍ୟଜୀବୀଙ୍କ ଘଟଣା ଏବେ ଚର୍ଚ୍ଚାରେ।ପୋଲିସ 8 ଜଣ ମତ୍ସ୍ୟ ଯିବି ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ!4
- ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି। ବନ୍ତ ବ୍ଲକରେ ଲଗାଣ ବର୍ଷ ପାଇଁ ରାକ୍ଷୀ ବ୍ୟବସାୟରେ ମାନ୍ଦା ଦେଖାଦେଇଛି।1
- ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ1
- ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଭୋଗରାଇ , ୨୭/୮ : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।1
- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ସିଂହବାହିନୀ ଗଣନାଟ୍ୟର ମଞ୍ଚରେ ଅଭିନୟ କରୁଥିବା ସମୟରେ ବିଳମ୍ବିତ ରାତିରେ ମୁଣ୍ଡ ବୁଲାଇ ତଳେ ପଡ଼ିଯାଇଥିଲେ ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ।1