Shuru
Apke Nagar Ki App…
ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ଗୋଷ୍ଠୀ ସମୂହ ସଚେତନତା ବୈଠକ ରଙ୍ଗିଆପଲ ପାଲଲହଡ଼ା ବ୍ଲକ୍ ଅନ୍ତର୍ଗତ ରୋହିଳା ପଞ୍ଚାୟତ ର ରଙ୍ଗିଅପଲ୍ ଗ୍ରାମ ରେ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ଗୋଷ୍ଠୀ ସମୂହ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଗ୍ରାମର ସବୁ ବର୍ଗର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଏହି ବୈଠକରେ ଆଲୋଚ୍ୟ ବିଷୟ ହେଲା ବାଲ୍ୟ ବିବାହ ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ କୁ କିପରି ଭାବରେ ରୋକା ଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ବିଶ୍ୱ ଯୁବ କେନ୍ଦ୍ର ର ସଂଯୋଜିକା ପୂଜା ସ୍ୱାଇଁ ଙ୍କ ନେତୃତ୍ୱରେ ପ୍ରକଳ୍ପ ସହାୟକ ପ୍ରଦୀପ କୁମାର ନାଏକ ସର୍ବ ଶେଷରେ କାର୍ଯ୍ୟକର୍ମ କୁ ଶେଷ କରିଥିଲେ
Susama Naik
ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ଗୋଷ୍ଠୀ ସମୂହ ସଚେତନତା ବୈଠକ ରଙ୍ଗିଆପଲ ପାଲଲହଡ଼ା ବ୍ଲକ୍ ଅନ୍ତର୍ଗତ ରୋହିଳା ପଞ୍ଚାୟତ ର ରଙ୍ଗିଅପଲ୍ ଗ୍ରାମ ରେ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ଗୋଷ୍ଠୀ ସମୂହ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଗ୍ରାମର ସବୁ ବର୍ଗର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଏହି ବୈଠକରେ ଆଲୋଚ୍ୟ ବିଷୟ ହେଲା ବାଲ୍ୟ ବିବାହ ଶିଶୁ ଯୌନ ନିର୍ଯାତନା ଓ ଶିଶୁ ଶ୍ରମିକ କୁ କିପରି ଭାବରେ ରୋକା ଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ବିଶ୍ୱ ଯୁବ କେନ୍ଦ୍ର ର ସଂଯୋଜିକା ପୂଜା ସ୍ୱାଇଁ ଙ୍କ ନେତୃତ୍ୱରେ ପ୍ରକଳ୍ପ ସହାୟକ ପ୍ରଦୀପ କୁମାର ନାଏକ ସର୍ବ ଶେଷରେ କାର୍ଯ୍ୟକର୍ମ କୁ ଶେଷ କରିଥିଲେ
More news from ଓଡ଼ିଶା and nearby areas
- ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ! ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି। କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।1
- ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।1
- ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ପାଣି ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ ତାଳଚେର :- ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ବସୁଧା ପାଇପ ପାଣି ଆଜିକୁ ଦୁଇ ଦିନ ହେବ ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଶୀଘ୍ର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଜଳ ଯୋଗାଣ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଲେ l1
- Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ1
- ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି4
- 🙏🙏🙏କର୍ତ୍ତ୍ୟବ୍ୟ ପରାୟଣ 🙏🙏🙏 ନିଷ୍ଠା ଓ ଭକ୍ତି ସତମାର୍ଗ ର ବ୍ୟକ୍ତି କେବେ ହାରି ନ ଥାଏ 🙏🙏🙏1
- #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha1
- ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର1