ଭୋଗରାଇରେ ଗଣେଶ ପୂଜା ଉତ୍ସବମୁଖର: ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ସୁଉଚ୍ଚ ଓ ସୁସଜ୍ଜିତ ଗଣେଶ ମୂର୍ତ୍ତି ଭକ୍ତଙ୍କ ମନ ମୋହିଛି : ଭୋଗରାଇରେ ଗଣେଶ ପୂଜା ଉତ୍ସବମୁଖର: ଭୋଗରାଇ , ୧୪/୯: ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାକୁ ନେଇ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଫୁଲବଣୀ ସରକାରୀ ଉଚ୍ଚବିଦ୍ଯାଳୟ, ପିଏମଶ୍ରୀ ମଧୁସୂଦନ ଉଚ୍ଚବିଦ୍ୟାଳୟ ଶଙ୍ଖାରୀ, ଅନାଦି ଏକାଡେମୀ କାନ୍ଥିଭଉଁରୀ, ରଜନୀକାନ୍ତ ଏକାଡେମୀ ନାରାୟଣ ମହାନ୍ତି ପଡିଆ, ଶ୍ରଦ୍ଧାପୁର ଉଚ୍ଚ ବିଦ୍ୟାଳୟ, ତରାପୁର ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ, ଯୁବକ ସଂଘ, ଛକ, ବ୍ଯବସାୟୀ ସଂଘ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟରେ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ସୁଉଚ୍ଚ ଓ ସୁସଜ୍ଜିତ ଗଣେଶ ମୂର୍ତ୍ତି ଭକ୍ତଙ୍କ ମନ ମୋହିଛି। ରଙ୍ଗବେରଙ୍ଗ ଆଲୋକମାଳା, ତୋରଣ ଓ ଚିତ୍ତାକର୍ଷକ ସାଜସଜ୍ଜାରେ ସନ୍ଧ୍ୟା ପରେ ପୂଜାମଣ୍ଡପଗୁଡ଼ିକ ଝଲସି ଉଠୁଛି। ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା ଓ ଶଙ୍ଖଧ୍ୱନିରେ ମଣ୍ଡପ ପରିବେଶ ଭକ୍ତିମୟ ହୋଇପଡ଼ିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂଜାକୁ ନେଇ ବିଶେଷ ଉତ୍ସାହ ଦେଖାଦେଇଥିଲା। ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ଉତ୍ସବର ଆକର୍ଷଣ ବଢ଼ାଇଥିଲା। ବିଭିନ୍ନ କ୍ଲବ ଓ ଯୁବକ ସଂଘ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ମଣ୍ଡପ ଓ ଆଲୋକସଜ୍ଜା କରାଯାଇଥିଲା। ସକାଳଠାରୁ ବିଭିନ୍ନ ପୂଜାମଣ୍ଡପରେ ଭକ୍ତଙ୍କ ସମାଗମ ଲାଗିରହିଥିବା ବେଳେ ସନ୍ଧ୍ୟାରେ ଏହା ଅଧିକ ବଢ଼ିଥିଲା। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରିବାର ସହ ମଣ୍ଡପରେ ପହଞ୍ଚି ଗଣେଶଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଭୋଗରାଇରେ ଗଣେଶ ପୂଜା ଅବସରରେ ସୃଷ୍ଟି ହୋଇଥିବା ଏହି ଭକ୍ତିମୟ ପରିବେଶ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଇଚାରା ଓ ଉତ୍ସବର ଆନନ୍ଦକୁ ଆହୁରି ବଢ଼ାଇଦେଇଛି।

- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- Post by Bhadrak bulletin1
- ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ1
- ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ1
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ସିମୁଳିଆ ବ୍ଲକ ମାର୍କୋଣାରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ ସିମୁଳିଆରେ ଋଷି ହିରୋ ଶୋରୁମ ଉଦଘାଟିତ l ସିମୁଳିଆ1