ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଁ ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଥିବା ମୁକ୍ତିଧାମର ବାବା ମୁକ୍ତେଶ୍ଵର ମନ୍ଦିରରେ ଶୀତଳ ଷଷ୍ଠୀ ପର୍ବ ଉପଲକ୍ଷେ ଶିବ ବିବାହ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏହି ମହୋତ୍ସବର କାର୍ଯ୍ୟକ୍ରମ ଅନୁଯାୟୀ, ଜୁନ ୧୬ ତାରିଖ ମଙ୍ଗଳବାର ଦିନ ଲଗ୍ନ ସ୍ଥିର କରାଯାଇଥିବା ବେଳେ ଜୁନ ୧୭ ତାରିଖ ବୁଧବାର ଦିନ ଗୁଆ ମଙ୍ଗଳନ ଅନୁଷ୍ଠିତ ହୋଇଥିଲା। ପରେ ଜୁନ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକାରେ ବରାନୁଗମନ ପରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ଏହି ଶିବ ବିବାହରେ ପରମାନନ୍ଦ ପାଣିଗ୍ରାହୀ ବର ପିତା ଭାବେ ଏବଂ ଶରତଚନ୍ଦ୍ର ନାୟକ କନ୍ୟା ପିତା ଭାବେ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ପୂଜକ ଭାବେ ହରିଶ୍ଚନ୍ଦ୍ର ପଣ୍ଡା ଓ ସହ ପୂଜକ ଭାବେ ଦେବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ବିବାହ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିଥିଲେ। ଠାକୁରଙ୍କୁ ନେଇ ଗ୍ରାମ ପରିକ୍ରମା କରାଯିବା ସମୟରେ ବାଜା ରୋଷଣୀ ସହ ଟାଟା ରାଇରଙ୍ଗପୁରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ଏବଂ ଦେବଗଣ ବେଶରେ କଳାକାରମାନଙ୍କ ବିଭିନ୍ନ ବେଶଭୂଷା ସହ ନୃତ୍ୟ ଉପସ୍ଥିତ ଲୋକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଭାପତି ଶରତଚନ୍ଦ୍ର ନାୟକ, ଉପସଭାପତି ଗୁରୁପ୍ରସାଦ ପାଣିଗ୍ରାହୀ, ସଭ୍ୟ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରବିନ୍ଦ୍ର ରାଉତ, ସୁବାସ ଚନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସୁଦର୍ଶନ ଜେନା, ସୁଧିର ମହାନ୍ତି, ପ୍ରମୋଦ ରାଉତ, ସୁରେନ୍ଦ୍ର ବାରିକ, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ପାର୍ଥ ସାରଥି ରାଉତ, ସୁଧାକର ମହାନ୍ତି, ଅରୁଣ କୁମାର ପଣ୍ଡା, ଗିରିଶ ଚନ୍ଦ୍ର ପଢିଆରୀଙ୍କ ସମେତ ଅନେକ ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ସଫଳତାର ସହ ପରିଚାଳନା କରିଥିଲେ।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଁ ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଥିବା ମୁକ୍ତିଧାମର ବାବା ମୁକ୍ତେଶ୍ଵର ମନ୍ଦିରରେ ଶୀତଳ ଷଷ୍ଠୀ ପର୍ବ ଉପଲକ୍ଷେ ଶିବ ବିବାହ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏହି ମହୋତ୍ସବର କାର୍ଯ୍ୟକ୍ରମ ଅନୁଯାୟୀ, ଜୁନ ୧୬ ତାରିଖ ମଙ୍ଗଳବାର ଦିନ ଲଗ୍ନ ସ୍ଥିର କରାଯାଇଥିବା ବେଳେ ଜୁନ ୧୭ ତାରିଖ ବୁଧବାର ଦିନ ଗୁଆ ମଙ୍ଗଳନ ଅନୁଷ୍ଠିତ ହୋଇଥିଲା। ପରେ ଜୁନ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟା ୬ ଘଟିକାରେ ବରାନୁଗମନ ପରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ଏହି ଶିବ ବିବାହରେ ପରମାନନ୍ଦ ପାଣିଗ୍ରାହୀ ବର ପିତା ଭାବେ ଏବଂ ଶରତଚନ୍ଦ୍ର ନାୟକ କନ୍ୟା ପିତା ଭାବେ ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ପୂଜକ ଭାବେ ହରିଶ୍ଚନ୍ଦ୍ର ପଣ୍ଡା ଓ ସହ ପୂଜକ ଭାବେ ଦେବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ ବିବାହ
କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିଥିଲେ। ଠାକୁରଙ୍କୁ ନେଇ ଗ୍ରାମ ପରିକ୍ରମା କରାଯିବା ସମୟରେ ବାଜା ରୋଷଣୀ ସହ ଟାଟା ରାଇରଙ୍ଗପୁରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ଏବଂ ଦେବଗଣ ବେଶରେ କଳାକାରମାନଙ୍କ ବିଭିନ୍ନ ବେଶଭୂଷା ସହ ନୃତ୍ୟ ଉପସ୍ଥିତ ଲୋକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଭାପତି ଶରତଚନ୍ଦ୍ର ନାୟକ, ଉପସଭାପତି ଗୁରୁପ୍ରସାଦ ପାଣିଗ୍ରାହୀ, ସଭ୍ୟ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରବିନ୍ଦ୍ର ରାଉତ, ସୁବାସ ଚନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସୁଦର୍ଶନ ଜେନା, ସୁଧିର ମହାନ୍ତି, ପ୍ରମୋଦ ରାଉତ, ସୁରେନ୍ଦ୍ର ବାରିକ, ବ୍ରହ୍ମାନନ୍ଦ ପାଣିଗ୍ରାହୀ, ପାର୍ଥ ସାରଥି ରାଉତ, ସୁଧାକର ମହାନ୍ତି, ଅରୁଣ କୁମାର ପଣ୍ଡା, ଗିରିଶ ଚନ୍ଦ୍ର ପଢିଆରୀଙ୍କ ସମେତ ଅନେକ ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ସଫଳତାର ସହ ପରିଚାଳନା କରିଥିଲେ।
- ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।1
- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମଦିନ ଅବସରରେ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରିଥିଲେ। ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରପତି ପିଲାମାନଙ୍କ ସହ ଅତ୍ୟନ୍ତ ଆତ୍ମୀୟ ମୁହୂର୍ତ୍ତ ବିତାଇଥିଲେ। ଜନ୍ମଦିନ ଅବସରରେ ପିଲାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସେ ସେମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। ରାଷ୍ଟ୍ରପତିଙ୍କର ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିବାର ଏହି ଦୃଶ୍ୟ ସମସ୍ତଙ୍କ ମନ ଜିତି ନେଇଥିଲା। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜର ପାହାଡ଼ପୁର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସିମୁଳିଆ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ପରିସରରେ ଦୁଇ ବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ବ୍ଲକ୍ ଅଧକ୍ଷ ବାବାଜୀ ମଳିକ, ବିଡିଓ ସୁନୀଲ ଟୁଡୁ, ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର ଏବଂ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହରିଜନ, ଅଧିବାସୀ ଓ ସଂଖ୍ୟାଲଘୁ ପଛୁଆ ବର୍ଗଙ୍କ ପାଇଁ ରାଜ୍ୟ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।1
- ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ଦିନ ଦ୍ୱିପହରରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଅମର୍ଦା ଏୟାର ଷ୍ଟ୍ରିପ୍ ଅଞ୍ଚଳରେ ଏକ ଏକାକୀ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅମର୍ଦା ଏୟାର ଷ୍ଟ୍ରିପ୍ ପରି ଏକ ଖୋଲା ଅଞ୍ଚଳରେ ଦିନ ଦ୍ୱିପହରରେ ଏହି ଦନ୍ତା ପ୍ରବେଶ କରି ବୁଲାବୁଲି କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଯୁବକ ଦୂରରୁ ପାଟି କରି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଗତ କିଛି ମାସ ହେବ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି, ଯେଉଁଥିରେ ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ତେବେ ଏବେ ଦିନବେଳା ବି ଏକାକୀ ଦନ୍ତା ଲୋକାଲୟକୁ ପଶୁଥିବାରୁ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା କର୍ମୀମାନେ ବ୍ଲଡ ପ୍ରେସର ମାପିଥିବା ଘଟଣା ସାମ୍ନାକୁ ଆସିଛି।1
- କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର ଉଦଘାଟନ କରିବାର ସମ୍ପୂର୍ଣ୍ଣ ଅଧିକାର ଭଦ୍ରକ ମୁନିସିପାଲିଟିର ରହିଛି ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଠାରେ ଏକ ଅଭିଭାଷଣ ପ୍ରଦାନ କରିଛନ୍ତି।1