ରେଳ ଫାଟକ ରେ ଫସିଗଲା ଚାଉଳ ବୋଝେଇ ଟ୍ରକ, ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ର ଏଫ, ସି, ଆଇ, କେନାଲ ଛକ ରୁ ଯାଇଥିବା ରାସ୍ତା ଆନ୍ଦ୍ରାଡେରା ଦେଇ ଗଣ୍ଡପାଲି କେନାଲ ଛକ କୁ ସଂଯୋଗ କରୁଛି | ଏହି ରାସ୍ତାରେ ମଧ୍ୟରେ ଇଣ୍ଟରଲିଙ୍କ ରେଳଲାଇନ ଫାଟକରେ ପୂର୍ବାହ୍ନ 11ଟାରେ ଏକ ଚାଉଳ ବୋଝଇ ଟ୍ରକ ଫସି ଯାଇଥିଲା | ଏବଂ ଏହି ସମୟରେ ଆସୁଥିବା ହାଟିଆ ବାଙ୍ଗାଲୋର ସୁପର ଫାଷ୍ଟ ଏକ୍ସପ୍ରେସ ଏହି ଫାଟକରେ ପ୍ରାୟ ଏକ ଘଣ୍ଟା ଅଟକି ରହିବାକୁ ପଡିଥିଲା | ଏହି ହାଟିଆ ବାଙ୍ଗାଲୋର ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ଧୀର୍ଘ ସମୟ ଅଟକିଥିବା ଯୋଗୁଁ ଟ୍ରେନ ଭିତରେ ଥିବା ଯାତ୍ରୀ ମାନେ ହଟହଟା ହେଉଥିଲେ ଓ ଦୁଃଖ ପ୍ରକାଶ କରୁଥିଲେ | ସୂଚନା ଅନୁଯାଇ ରେଳଲାଇନ ଫାଟକ ମଧ୍ୟରେ ଚାଉଳ ବୋଝଇ ଯାଉଥିବା ଟ୍ରକ ର ଏକ୍ସିଲ ଭାଙ୍ଗି ଯିବାରୁ ଟ୍ରକଟି ଆଉ ଆଗକୁ ଯାଇପାରିଲା ନାହିଁ | ଅନ୍ୟ ପଟେ ଗେଟ ପଡ଼ି ପାରି ନ ଥିବା ଯୋଗୁଁ ବିଦ୍ୟୁତ ଚଳିତ ସିଗନାଲ ମଧ୍ୟ ଖରାପ ହୋଇଯାଇଥିଲା | ସେପଟେ ଟ୍ରେନ ଲାଇନରେ ଆସୁଥିବା ହାଟିଆ ବାଙ୍ଗାଲୋର ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ କୁ ସିଗନାଲ ପଡ଼ି ନ ଥିବାରୁ ଏହି ଟ୍ରେନ ଟି ପ୍ରାୟ ଏକ ଘଣ୍ଟା ଅଟକି ରହିଥିଲା | ପରେ ଷ୍ଟେସନ ମାଷ୍ଟ୍ର ଆସି ହସ୍ତ ଚଳିତ ସିଗନାଲ ବ୍ୟବହାର କରି ଟ୍ରେନ କୁ ଛାଡିଥିବା ଜଣା ପଡିଛି |

- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି1
- ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି। ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି।1
- ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee #bargarh #controversy #Singing #westernodisha #Sambalpurinews1
- ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- ସୁବର୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ପରିଷଦ କାର୍ଯାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବଲାଙ୍ଗିର ରୋୟାଲ ସିକ୍ୟୁରିଟି ସର୍ଭିସ ଏଜେନ୍ସୀ ଲକ୍ଷାଧିକ ଟଙ୍କାର ଇପିଏଫ୍ ଏବଂ ଇଏସଆଇ ଅର୍ଥ ଦେଉନଥିବା ସଙ୍ଗିନ ଅଭିଯୋଗ1