logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।

3 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
3 hrs ago

କୋରାପୁଟରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।

More news from ଓଡ଼ିଶା and nearby areas
  • ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି। INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।
    1
    ନାଲକୋ ମ୍ୟାନେଜମେଣ୍ଟର ଠିକା ଶ୍ରମିକମାନଙ୍କ ପ୍ରତି ଅବହେଳା ଏବଂ ନିୟମିତ କର୍ମଚାରୀଙ୍କ ନ୍ୟାୟୋଚିତ ଦାବି ପୂରଣରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛି ନାଲକୋ INTUC ୟୁନିୟନ ଫେଡେରେସନ। ଫେଡେରେସନ ଅଭିଯୋଗ କରିଛି ଯେ ମ୍ୟାନେଜମେଣ୍ଟ କେବଳ ନିଜ ସ୍ୱାର୍ଥ ଚିନ୍ତା କରୁଛି ଏବଂ ସରକାରଙ୍କ ନିକଟରେ କେବଳ ନିଜର ପ୍ରଚାର ପ୍ରସାର କରୁଛି। ଶ୍ରମିକ ଓ କର୍ମଚାରୀଙ୍କ ନ୍ୟାୟପୂର୍ଣ୍ଣ ଦାବି ଉପରେ ଏହା ଏକ 'କୁଠାରଘାତ' ସଦୃଶ ବୋଲି ଫେଡେରେସନ କହିଛି।

INTUC ଫେଡେରେସନ ଅଭିଯୋଗ କରିଛି ଯେ 'ଲେବର କୋଡ଼' ନାମରେ 'ଡବଲ ଇଞ୍ଜିନ ସରକାରଙ୍କ ଚକମା ଦେଖା ନୀତି' ପ୍ରଦର୍ଶିତ ହେଉଛି। ସେମାନେ ବିସ୍ଥାପିତ ପରିବାରଙ୍କ ପାଇଁ ଥିବା ଆରଓଆର ପଲିସିକୁ ଅଣଦେଖା, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପ୍ରତି ବୈମାତୃକ ମନୋଭାବ, ଶ୍ରମିକମାନଙ୍କୁ ସାବତ ପୁଅ ଭଳି ଦେଖିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ମଚାରୀମାନଙ୍କ ପ୍ରତି ଅବହେଳା ନୀତି ବିରୁଦ୍ଧରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଶନିବାର ଓ ରବିବାର ଦୁଇ ଦିନ ଧରି ଦାମନଯୋଡି ଠାରେ ଅନୁଷ୍ଠିତ ଏକ କର୍ମଶାଳାରେ INTUC ଫେଡେରେସନର ମୁଖ୍ୟ ଉପଦେଷ୍ଟା ମଦନ ମୋହନ ଧଳ ଯୋଗଦେଇ ଏହି ସମସ୍ତ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ INTUC ଫେଡେରେସନର ସଭାପତି ନିର୍ମଳ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ବିଭବ କୁମାର ଜେନା, ଉପସଭାପତି ମୃତ୍ୟୁଞ୍ଜୟ ଦାଶ ଓ ସଂଗ୍ରାମ ଭୁୟାଁ, ଏଜ୍ୟୁକୁଟିଭ ମେମ୍ବର ପ୍ରକାଶ ବେହେରା ଓ ସୁନୀଲ ପାତ୍ର, ନାଲକୋ ମାଇନ୍ସ ଏମ୍ପ୍ଲୋଇଜ ୟୁନିଅନ ଦାମନଯୋଡିର ସଭାପତି ସନ୍ତୋଷ କୁମାର ଜେନା, ପୂର୍ଣ୍ଣ ବଡନାୟକ, ବୁଲୁ ଭତ୍ରା, ଶ୍ୟାମସୁନ୍ଦର ଖୋରା, ସଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହା ସହିତ INTUC ଅନୁବନ୍ଧିତ ନାଲକୋ ଅନୁଗୁଳ, ଭୁବନେଶ୍ୱର, ବିଶାଖାପାଟଣମ ଏବଂ ଦାମନଯୋଡି ଆଦି ୟୁନିଟରୁ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ନାଲକୋର ଏହି ନୀତି ବିରୁଦ୍ଧରେ ସ୍ଲୋଗାନ ଦିଆଯିବା ସହ ଆଗାମୀ ଦିନରେ ମିଳିତ ଭାବେ ସଂଗ୍ରାମ କରିବାକୁ INTUC ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    11 hrs ago
  • ଦୁଃଖ, ଅଭାବ ଓ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିଛନ୍ତି ମାଲକାନଗିରି ଜିଲ୍ଲାର ଏମଭି-୮୩ କୃଷ୍ଣନଗର ଗ୍ରାମର ଛାତ୍ରୀ କୁମାରୀ ଚୟନିକା ରାୟ। ଚଳିତ ଦଶମ ବୋର୍ଡ ପରୀକ୍ଷାରେ ସେ ୪୮୦ ନମ୍ବର ରଖି ‘ଏ–୨’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ରହିଛି, ଯେଉଁଥିରେ କିଛି ଦିନ ପୂର୍ବରୁ ଚୟନିକାଙ୍କ ପିତା ଜିତେଶ ରାୟ (୩୮)ଙ୍କର ଅକାଳ ବିୟୋଗ ଘଟିଥିଲା। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବା ବେଳେ ଚୟନିକାଙ୍କ ଉଚ୍ଚଶିକ୍ଷା ନେଇ ଚିନ୍ତା ବଢ଼ିଥିଲା। ତଥାପି ସମସ୍ତ ଦୁଃଖକୁ ପଛରେ ପକାଇ ସେ ବିଜ୍ଞାନ ଶାଖାରେ ଅଧ୍ୟୟନ କରିବାକୁ ଦୃଢ଼ ସଙ୍କଳ୍ପ ନେଇଛନ୍ତି। ଚୟନିକାଙ୍କ ଏହି ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ସାବରୀ ବିଦ୍ୟା ଭବନର ୧୯୮୦–୧୯୯୦ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ସଂଘ ତାଙ୍କ ସହାୟତା ପାଇଁ ଆଗକୁ ଆସିଥିଲେ। ସଂଘ ପକ୍ଷରୁ ଚୟନିକାଙ୍କୁ ୧୦ ହଜାର ଟଙ୍କାର ଚେକ୍‌, ‘ମାଣିକ ଲାଲ ଘୋଷ ସ୍ମାରକୀ ସମ୍ମାନ’ ଏବଂ ଏକ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏମଭି–୮୦ ସ୍ଥିତ ପ୍ରଶାନ୍ତ ସର୍ଦ୍ଦାରଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁକୁଳ ମଣ୍ଡଳ, ନିମାଇ ଚନ୍ଦ୍ର ପାଲ, ସମୀର ମିସ୍ତ୍ରୀ, ଅମିୟ ବୈରାଗୀ, ଦୀପକ ଦତ୍ତ, ଚଳଚିତ୍ର ମଣ୍ଡଳ, ସୁରେଶ ମେହତା, ସୁଖଲାଲ ମଣ୍ଡଳ, ଆନନ୍ଦ ରାୟ, ଗୋବିନ୍ଦ ରାୟ, ଚିତ୍ତ ସିକଦାର, ବୁଲବୁଲି ମଜୁମଦାର, ସାବିତ୍ରୀ ମଣ୍ଡଳ, ସୁନୀଲ ସର୍ଦ୍ଦାର, ପରିମଳ ସାନା, କୃଷ୍ଣ ମଣ୍ଡଳ, ସଚିନ କୃଷ୍ଣ ସାନା, ପ୍ରଶାନ୍ତ ସର୍ଦ୍ଦାର ଓ ଭବେନ ସର୍ଦ୍ଦାରଙ୍କ ସମେତ ଚୟନିକାଙ୍କ ମାତା ସୁଚିତ୍ରା ରାୟ ଏବଂ ଅଭିଭାବକ ଶ୍ରୀ ମନୀନ୍ଦ୍ର ଗୋଲଦାର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ସ୍ଵର୍ଗତ ମାଣିକ ଲାଲ ଘୋଷଙ୍କୁ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ, ଯିଏ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିଥିଲେ। ତାଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ସମ୍ମାନ ଆଗାମୀ ଦିନରେ ଅନେକ ମେଧାବୀ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ। ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ବନ୍ଧୁମିଳନ, ରକ୍ତଦାନ ଶିବିର, ବୃକ୍ଷରୋପଣ, ଚିକିତ୍ସା ସହାୟତା ଓ ସମାଜସେବାମୂଳକ ବିଭିନ୍ନ କାର୍ଯ୍ୟ ନିୟମିତ ଭାବେ କରାଯାଉଥିବା ସୂଚନା ମିଳିଛି। ଚୟନିକାଙ୍କ ସଫଳତା ଏବଂ ତାଙ୍କ ପାଇଁ ସମାଜର ବିଭିନ୍ନ ମହଲରୁ ମିଳୁଥିବା ସହଯୋଗ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ଉଚ୍ଚ ଶିକ୍ଷା ଅର୍ଜନ କରି ସେ ଭବିଷ୍ୟତରେ ନିଜ ଅଞ୍ଚଳ ଓ ସମାଜ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।
    1
    ଦୁଃଖ, ଅଭାବ ଓ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିଛନ୍ତି ମାଲକାନଗିରି ଜିଲ୍ଲାର ଏମଭି-୮୩ କୃଷ୍ଣନଗର ଗ୍ରାମର ଛାତ୍ରୀ କୁମାରୀ ଚୟନିକା ରାୟ। ଚଳିତ ଦଶମ ବୋର୍ଡ ପରୀକ୍ଷାରେ ସେ ୪୮୦ ନମ୍ବର ରଖି ‘ଏ–୨’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ରହିଛି, ଯେଉଁଥିରେ କିଛି ଦିନ ପୂର୍ବରୁ ଚୟନିକାଙ୍କ ପିତା ଜିତେଶ ରାୟ (୩୮)ଙ୍କର ଅକାଳ ବିୟୋଗ ଘଟିଥିଲା। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବା ବେଳେ ଚୟନିକାଙ୍କ ଉଚ୍ଚଶିକ୍ଷା ନେଇ ଚିନ୍ତା ବଢ଼ିଥିଲା। ତଥାପି ସମସ୍ତ ଦୁଃଖକୁ ପଛରେ ପକାଇ ସେ ବିଜ୍ଞାନ ଶାଖାରେ ଅଧ୍ୟୟନ କରିବାକୁ ଦୃଢ଼ ସଙ୍କଳ୍ପ ନେଇଛନ୍ତି।

ଚୟନିକାଙ୍କ ଏହି ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ସାବରୀ ବିଦ୍ୟା ଭବନର ୧୯୮୦–୧୯୯୦ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ସଂଘ ତାଙ୍କ ସହାୟତା ପାଇଁ ଆଗକୁ ଆସିଥିଲେ। ସଂଘ ପକ୍ଷରୁ ଚୟନିକାଙ୍କୁ ୧୦ ହଜାର ଟଙ୍କାର ଚେକ୍‌, ‘ମାଣିକ ଲାଲ ଘୋଷ ସ୍ମାରକୀ ସମ୍ମାନ’ ଏବଂ ଏକ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏମଭି–୮୦ ସ୍ଥିତ ପ୍ରଶାନ୍ତ ସର୍ଦ୍ଦାରଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁକୁଳ ମଣ୍ଡଳ, ନିମାଇ ଚନ୍ଦ୍ର ପାଲ, ସମୀର ମିସ୍ତ୍ରୀ, ଅମିୟ ବୈରାଗୀ, ଦୀପକ ଦତ୍ତ, ଚଳଚିତ୍ର ମଣ୍ଡଳ, ସୁରେଶ ମେହତା, ସୁଖଲାଲ ମଣ୍ଡଳ, ଆନନ୍ଦ ରାୟ, ଗୋବିନ୍ଦ ରାୟ, ଚିତ୍ତ ସିକଦାର, ବୁଲବୁଲି ମଜୁମଦାର, ସାବିତ୍ରୀ ମଣ୍ଡଳ, ସୁନୀଲ ସର୍ଦ୍ଦାର, ପରିମଳ ସାନା, କୃଷ୍ଣ ମଣ୍ଡଳ, ସଚିନ କୃଷ୍ଣ ସାନା, ପ୍ରଶାନ୍ତ ସର୍ଦ୍ଦାର ଓ ଭବେନ ସର୍ଦ୍ଦାରଙ୍କ ସମେତ ଚୟନିକାଙ୍କ ମାତା ସୁଚିତ୍ରା ରାୟ ଏବଂ ଅଭିଭାବକ ଶ୍ରୀ ମନୀନ୍ଦ୍ର ଗୋଲଦାର ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ ସ୍ଵର୍ଗତ ମାଣିକ ଲାଲ ଘୋଷଙ୍କୁ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ, ଯିଏ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିଥିଲେ। ତାଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ସମ୍ମାନ ଆଗାମୀ ଦିନରେ ଅନେକ ମେଧାବୀ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ। ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ବନ୍ଧୁମିଳନ, ରକ୍ତଦାନ ଶିବିର, ବୃକ୍ଷରୋପଣ, ଚିକିତ୍ସା ସହାୟତା ଓ ସମାଜସେବାମୂଳକ ବିଭିନ୍ନ କାର୍ଯ୍ୟ ନିୟମିତ ଭାବେ କରାଯାଉଥିବା ସୂଚନା ମିଳିଛି।

ଚୟନିକାଙ୍କ ସଫଳତା ଏବଂ ତାଙ୍କ ପାଇଁ ସମାଜର ବିଭିନ୍ନ ମହଲରୁ ମିଳୁଥିବା ସହଯୋଗ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟିଛି। ଉଚ୍ଚ ଶିକ୍ଷା ଅର୍ଜନ କରି ସେ ଭବିଷ୍ୟତରେ ନିଜ ଅଞ୍ଚଳ ଓ ସମାଜ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • ଯୁଦ୍ଧ କ୍ଷେତ୍ର ଦୈନିକ ଖବର କାଗଜ..........................
    1
    ଯୁଦ୍ଧ କ୍ଷେତ୍ର ଦୈନିକ ଖବର କାଗଜ..........................
    user_Santosh kumar Majhi
    Santosh kumar Majhi
    ଗୋଲାମୁଣ୍ଡା, କଳାହାଣ୍ଡି, ଓଡ଼ିଶା•
    8 hrs ago
  • ମାଲକାନଗିରିର ମାଲ୍ୟବନ୍ତ ଶିଳ୍ପୀ ସଙ୍ଘ ପକ୍ଷରୁ ସୋମବାର, ମଇ ୨୫ ତାରିଖରେ ପୋଟେରୁ ଠାରେ 'ସ୍ୱଚ୍ଛ ଭାରତ ଅଭିଯାନ' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶବ୍ୟାପୀ ଚାଲିଥିବା ଏହି ଅଭିଯାନକୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳକୁ ସଫାସୁତରା ରଖିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ବିଶେଷ ସ୍ୱଚ୍ଛତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସୋମବାର ସକାଳେ ସଙ୍ଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପୋଟେରୁ ମୁଖ୍ୟ ବଜାର ପରିସରରୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ସଦସ୍ୟମାନେ ନିଜ ହାତରେ ଝାଡୁ ଧରି ରାସ୍ତାଘାଟ, ନାଳ ଓ ସାଧାରଣ ସ୍ଥାନଗୁଡ଼ିକୁ ସଫା କରିବା ସହ ସ୍ଥାନୀୟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ନିତ୍ୟାନନ୍ଦ ରାୟ, ସମ୍ପାଦକ ଜୟଦେବ ତରଫଦାର, ଉପଦେଷ୍ଟା ତପନ ମଣ୍ଡଳ, ପିନକ ସରକାର, ଶଶାଙ୍କ ମଣ୍ଡଳ ଏବଂ ମଧୁସୂଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ନିଜ ବକ୍ତବ୍ୟରେ ସେମାନେ କହିଥିଲେ ଯେ, କେବଳ ସରକାର ନୁହେଁ, ଜଣେ କଳାକାର ଓ ଶିଳ୍ପୀ ଭାବରେ ସମାଜକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ସେମାନଙ୍କର ମଧ୍ୟ ନୈତିକ ଦାୟିତ୍ୱ। ଶିଳ୍ପୀ ସଙ୍ଘର ଏହି ମହତ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।
    3
    ମାଲକାନଗିରିର ମାଲ୍ୟବନ୍ତ ଶିଳ୍ପୀ ସଙ୍ଘ ପକ୍ଷରୁ ସୋମବାର, ମଇ ୨୫ ତାରିଖରେ ପୋଟେରୁ ଠାରେ 'ସ୍ୱଚ୍ଛ ଭାରତ ଅଭିଯାନ' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦେଶବ୍ୟାପୀ ଚାଲିଥିବା ଏହି ଅଭିଯାନକୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳକୁ ସଫାସୁତରା ରଖିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ବିଶେଷ ସ୍ୱଚ୍ଛତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସୋମବାର ସକାଳେ ସଙ୍ଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପୋଟେରୁ ମୁଖ୍ୟ ବଜାର ପରିସରରୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ସଦସ୍ୟମାନେ ନିଜ ହାତରେ ଝାଡୁ ଧରି ରାସ୍ତାଘାଟ, ନାଳ ଓ ସାଧାରଣ ସ୍ଥାନଗୁଡ଼ିକୁ ସଫା କରିବା ସହ ସ୍ଥାନୀୟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ନିତ୍ୟାନନ୍ଦ ରାୟ, ସମ୍ପାଦକ ଜୟଦେବ ତରଫଦାର, ଉପଦେଷ୍ଟା ତପନ ମଣ୍ଡଳ, ପିନକ ସରକାର, ଶଶାଙ୍କ ମଣ୍ଡଳ ଏବଂ ମଧୁସୂଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟର ନେତୃତ୍ୱ ନେଇଥିଲେ।

ନିଜ ବକ୍ତବ୍ୟରେ ସେମାନେ କହିଥିଲେ ଯେ, କେବଳ ସରକାର ନୁହେଁ, ଜଣେ କଳାକାର ଓ ଶିଳ୍ପୀ ଭାବରେ ସମାଜକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ସେମାନଙ୍କର ମଧ୍ୟ ନୈତିକ ଦାୟିତ୍ୱ। ଶିଳ୍ପୀ ସଙ୍ଘର ଏହି ମହତ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    3 hrs ago
  • ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ଭାଲେରି ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଠିକାଦାର କେ. ମାଲେଶୁ ସ୍ଥାନୀୟ ସାମଗ୍ରୀ ଯୋଗାଣକାରୀମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଟାଙ୍କି ବସାଯାଇଛି। ସାମଗ୍ରୀ ଯୋଗାଣକାରୀମାନଙ୍କ ସୂଚନା ଅନୁଯାୟୀ, ଠିକାଦାର କେ. ମାଲେଶୁ ସେମାନଙ୍କୁ ପ୍ରାୟ ୩୫,୫୦୦ ଟଙ୍କା ପୈଠ କରିବାର ଅଛି, କିନ୍ତୁ ସେ ଏହି ଦେୟ ପୈଠ କରିନାହାନ୍ତି।
    1
    ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ପଞ୍ଚାୟତର ଭାଲେରି ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଠିକାଦାର କେ. ମାଲେଶୁ ସ୍ଥାନୀୟ ସାମଗ୍ରୀ ଯୋଗାଣକାରୀମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଏକ ଟାଙ୍କି ବସାଯାଇଛି। ସାମଗ୍ରୀ ଯୋଗାଣକାରୀମାନଙ୍କ ସୂଚନା ଅନୁଯାୟୀ, ଠିକାଦାର କେ. ମାଲେଶୁ ସେମାନଙ୍କୁ ପ୍ରାୟ ୩୫,୫୦୦ ଟଙ୍କା ପୈଠ କରିବାର ଅଛି, କିନ୍ତୁ ସେ ଏହି ଦେୟ ପୈଠ କରିନାହାନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁ ଭୁବନେଶ୍ୱରକୁ ଯାଉଥିବା ଏକମାତ୍ର ସରକାରୀ ବସ୍ 'ଗଜପତି ଏକ୍ସପ୍ରେସ' ପୁଣିଥରେ ନିଜର ପୁରୁଣା ପଲାସା ରାସ୍ତାରେ ଯାତାୟାତ କରିବ। ପୂର୍ବରୁ ଚାରି ଦଶନ୍ଧି ଧରି ଏହି ବସ୍ ପାରଳା ସହରରୁ ବାହାରି ପଲାସା, ବ୍ରହ୍ମପୁର ଦେଇ ଭୁବନେଶ୍ୱର ଯାଉଥିଲା, କିନ୍ତୁ ହଠାତ୍ ଏହାର ରୁଟ୍ ମୋହନା ରାସ୍ତାକୁ ପରିବର୍ତ୍ତନ କରାଯାଇଥିଲା। ପାରଳା ସହରରୁ ଆରମ୍ଭ ହେଉଥିବା ଏହି ଗୋଟିଏ ମାତ୍ର ବସ୍ ଉପରେ ଦୀର୍ଘ ବର୍ଷ ଧରି ଲୋକେ ନିର୍ଭର କରିଆସୁଛନ୍ତି। ମୋହନା ରାସ୍ତାରେ ଭୁବନେଶ୍ୱରକୁ ଅନେକ ବସ୍ ଚଳାଚଳ କରୁଥିବା ବେଳେ, ପାରଳା ପାଇଁ ଏହି ବସ୍ ପଲାସା ରେଳ ଷ୍ଟେସନ୍ ପାଇଁ ରାତିରେ ଅତ୍ୟନ୍ତ ଆବଶ୍ୟକ। ନୂତନ ଯାତାୟାତ ରାସ୍ତାକୁ ବିରୋଧ କରି ପାରଳା ସହରବାସୀ ଏହି ବସ୍‌କୁ କିଛି ସମୟ ପାଇଁ ଅଟକାଇଥିଲେ। ଏହାପରେ ଓଏସଆରଟିସି (OSRTC) କର୍ତ୍ତୃପକ୍ଷ ରାଜ୍ୟ ସ୍ତରରେ ଏନେଇ ଆଲୋଚନା କରିଥିଲେ। ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ମଙ୍ଗଳବାର ଠାରୁ ବସ୍ ପୂର୍ବ ପରି ପଲାସା ରାସ୍ତା ଦେଇ ଯାତାୟାତ କରିବ। ଏହି ଦାବି ଗ୍ରହଣ କରାଯିବା ପରେ ପାରଳା ସହରବାସୀ ଓ ବୁଦ୍ଧିଜୀବୀମାନେ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।
    1
    ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁ ଭୁବନେଶ୍ୱରକୁ ଯାଉଥିବା ଏକମାତ୍ର ସରକାରୀ ବସ୍ 'ଗଜପତି ଏକ୍ସପ୍ରେସ' ପୁଣିଥରେ ନିଜର ପୁରୁଣା ପଲାସା ରାସ୍ତାରେ ଯାତାୟାତ କରିବ। ପୂର୍ବରୁ ଚାରି ଦଶନ୍ଧି ଧରି ଏହି ବସ୍ ପାରଳା ସହରରୁ ବାହାରି ପଲାସା, ବ୍ରହ୍ମପୁର ଦେଇ ଭୁବନେଶ୍ୱର ଯାଉଥିଲା, କିନ୍ତୁ ହଠାତ୍ ଏହାର ରୁଟ୍ ମୋହନା ରାସ୍ତାକୁ ପରିବର୍ତ୍ତନ କରାଯାଇଥିଲା।

ପାରଳା ସହରରୁ ଆରମ୍ଭ ହେଉଥିବା ଏହି ଗୋଟିଏ ମାତ୍ର ବସ୍ ଉପରେ ଦୀର୍ଘ ବର୍ଷ ଧରି ଲୋକେ ନିର୍ଭର କରିଆସୁଛନ୍ତି। ମୋହନା ରାସ୍ତାରେ ଭୁବନେଶ୍ୱରକୁ ଅନେକ ବସ୍ ଚଳାଚଳ କରୁଥିବା ବେଳେ, ପାରଳା ପାଇଁ ଏହି ବସ୍ ପଲାସା ରେଳ ଷ୍ଟେସନ୍ ପାଇଁ ରାତିରେ ଅତ୍ୟନ୍ତ ଆବଶ୍ୟକ। ନୂତନ ଯାତାୟାତ ରାସ୍ତାକୁ ବିରୋଧ କରି ପାରଳା ସହରବାସୀ ଏହି ବସ୍‌କୁ କିଛି ସମୟ ପାଇଁ ଅଟକାଇଥିଲେ।

ଏହାପରେ ଓଏସଆରଟିସି (OSRTC) କର୍ତ୍ତୃପକ୍ଷ ରାଜ୍ୟ ସ୍ତରରେ ଏନେଇ ଆଲୋଚନା କରିଥିଲେ। ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ମଙ୍ଗଳବାର ଠାରୁ ବସ୍ ପୂର୍ବ ପରି ପଲାସା ରାସ୍ତା ଦେଇ ଯାତାୟାତ କରିବ। ଏହି ଦାବି ଗ୍ରହଣ କରାଯିବା ପରେ ପାରଳା ସହରବାସୀ ଓ ବୁଦ୍ଧିଜୀବୀମାନେ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    1 day ago
  • ଆନନ୍ଦପୁରରେ ଥିବା ଦଧିବାମନ ଜିୟୁଙ୍କ ପାଚେରୀ ଭଙ୍ଗାଯିବା ଘଟଣାକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ଼ ବିରୋଧ କରିଛି। ଏହି ଘଟଣାକୁ ନେଇ ସଙ୍ଗଠନ ପକ୍ଷରୁ ନାପସନ୍ଦ ପ୍ରକାଶ କରାଯାଇଛି।
    1
    ଆନନ୍ଦପୁରରେ ଥିବା ଦଧିବାମନ ଜିୟୁଙ୍କ ପାଚେରୀ ଭଙ୍ଗାଯିବା ଘଟଣାକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ଼ ବିରୋଧ କରିଛି। ଏହି ଘଟଣାକୁ ନେଇ ସଙ୍ଗଠନ ପକ୍ଷରୁ ନାପସନ୍ଦ ପ୍ରକାଶ କରାଯାଇଛି।
    user_TV5 ଓଡ଼ିଆ
    TV5 ଓଡ଼ିଆ
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • #ତମର ମା ଇ ଜୀ ଯା ତି ଲୋ କା ଚୂ ରା କାଶ ହ ପି ର ତି
    1
    #ତମର ମା ଇ ଜୀ ଯା ତି ଲୋ କା ଚୂ ରା କାଶ ହ ପି ର ତି
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ଗଜପତି ଜିଲ୍ଲାର ମୋହନା ଅନ୍ତର୍ଗତ ପାଣିଗ୍ରାହୀ କଲୋନୀରେ ଜଣେ ମହିଳା ନିଜ ଘରେ ବେକାର ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ତାଙ୍କୁ ମୋହନା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।
    1
    ଗଜପତି ଜିଲ୍ଲାର ମୋହନା ଅନ୍ତର୍ଗତ ପାଣିଗ୍ରାହୀ କଲୋନୀରେ ଜଣେ ମହିଳା ନିଜ ଘରେ ବେକାର ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ତାଙ୍କୁ ମୋହନା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.