logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଳିଆପଣ୍ଡା ବିଜୟନଗର ବସ୍ତିକୁ ପଟ୍ଟା ଦାବି: ୭ ଦିନରେ ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ ଅନଶନ ଚେତାବନୀ। ପୁରୀ: ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ୨୦୧୭ ମସିହାରେ ଆରମ୍ଭ ହୋଇଥିବା “ଜାଗା ମିଶନ” ଯୋଜନା ଅନୁସାରେ ପୁରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବସ୍ତିରେ ପଟ୍ଟା ବଣ୍ଟନ ହୋଇଥିଲେ ମଧ୍ୟ ବଳିଆପଣ୍ଡାର ବିଜୟନଗର ବସ୍ତିକୁ “ସ୍ୱିଟ୍ ୱାଟର ଜୋନ” ଦେଖାଇ ଦୀର୍ଘଦିନ ପର୍ଯ୍ୟନ୍ତ ପଟ୍ଟା ଦିଆଯାଇନଥିଲା। ଏହା ପରେ ବସ୍ତିବାସିନ୍ଦାମାନେ ଲଗାତାର ଆନ୍ଦୋଳନ, ଦାବିପତ୍ର ଓ ଘେରାଉ କରିଆସୁଥିବା ବେଳେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଶାସନ ଉପରେ ଚାପ ଜାରି ରହିଥିଲା। ୨୦୨୧ରେ ଦ୍ୱିତୀୟ ଥର ପାଇଁ ଉଷା ସର୍ଭେ ହୋଇ ୧୭୮୪ ପରିବାରକୁ ଚିହ୍ନଟ କରାଯାଇଥିଲା। ଦୀର୍ଘ ସଂଘର୍ଷ ପରେ ୩୧ ଅଗଷ୍ଟ ୨୦୨୫ ରେ ପୁରୀ ପୌରସଂସ୍ଥା ସ୍ୱୟତ୍ତ ଶାସନ ଦିବସ ଅବସରରେ ପୁରୀ ଟାଉନ ହଲ୍‌ରେ ପ୍ରଥମ ପର୍ଯ୍ୟାୟରେ ୨୮୬ ଜଣଙ୍କୁ ମାଗଣା ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ପରେ ପ୍ରକ୍ରିୟା ଅଟକିଯିବାରୁ ଅନ୍ୟ ୧୫୦୦ରୁ ଅଧିକ ପରିବାର ଏପର୍ଯ୍ୟନ୍ତ ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ପରେ ଅଧିକ ଜମି ଥିବା ଲୋକମାନଙ୍କୁ ଜମି ମୂଲ୍ୟ ପୌରପାଳିକାରେ ଡିପୋଜିଟ କରିବା ପାଇଁ ତାଲିକା ଦିଆଯାଇଥିଲା ଓ ୧୦୦ରୁ ଅଧିକ ଲୋକ ଟଙ୍କା ଜମା କରି ରସିଦ ମଧ୍ୟ ପାଇଛନ୍ତି। ସମୁଦାୟ ୪୮୪ ଜଣଙ୍କୁ ଏହି ତାଲିକାରେ ଚିହ୍ନଟ କରାଯାଇଥିଲା। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ବଳିଆପଣ୍ଡା ବସ୍ତିବାସିନ୍ଦାମାନେ ପୁନଃ ଆନ୍ଦୋଳନ ମୁଖରେ ଯାଇଛନ୍ତି। ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲେବେଗ ପିଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଭାନେତ୍ରୀ ବାସନ୍ତୀ ମୁଦି ଓ ବସ୍ତି ଅଧିକାର ସମିତିର ନେତାମାନେ ୭ ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରକୁ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ, ଦାବି ପୂରଣ ନହେଲେ ସମସ୍ତ ବସ୍ତିବାସିନ୍ଦା ଅନିର୍ଦ୍ଧିଷ୍ଟ ଅହୋରାତ୍ରି ଅନଶନରେ ବସିବେ। ଏହି ସମୟରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଆନ୍ଦୋଳନକୁ ସମର୍ଥନ କରି ସରକାର ବିରୋଧରେ ଆହୁରି ଜୋରଦାର ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ମତଅନୁସାରେ, ବର୍ଷରୁ ବର୍ଷ ଧରି ଚାଲୁଥିବା ଏହି ଭୂମି ଅଧିକାର ସଂଘର୍ଷର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନଙ୍କ ତତ୍କାଳ ପଦକ୍ଷେପ ଆବଶ୍ୟକ।

1 hr ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
1 hr ago

ବଳିଆପଣ୍ଡା ବିଜୟନଗର ବସ୍ତିକୁ ପଟ୍ଟା ଦାବି: ୭ ଦିନରେ ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ ଅନଶନ ଚେତାବନୀ। ପୁରୀ: ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ୨୦୧୭ ମସିହାରେ ଆରମ୍ଭ ହୋଇଥିବା “ଜାଗା ମିଶନ” ଯୋଜନା ଅନୁସାରେ ପୁରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବସ୍ତିରେ ପଟ୍ଟା ବଣ୍ଟନ ହୋଇଥିଲେ ମଧ୍ୟ ବଳିଆପଣ୍ଡାର ବିଜୟନଗର ବସ୍ତିକୁ “ସ୍ୱିଟ୍ ୱାଟର ଜୋନ” ଦେଖାଇ ଦୀର୍ଘଦିନ ପର୍ଯ୍ୟନ୍ତ ପଟ୍ଟା ଦିଆଯାଇନଥିଲା। ଏହା ପରେ ବସ୍ତିବାସିନ୍ଦାମାନେ ଲଗାତାର ଆନ୍ଦୋଳନ, ଦାବିପତ୍ର ଓ ଘେରାଉ କରିଆସୁଥିବା ବେଳେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ

ପ୍ରଶାସନ ଉପରେ ଚାପ ଜାରି ରହିଥିଲା। ୨୦୨୧ରେ ଦ୍ୱିତୀୟ ଥର ପାଇଁ ଉଷା ସର୍ଭେ ହୋଇ ୧୭୮୪ ପରିବାରକୁ ଚିହ୍ନଟ କରାଯାଇଥିଲା। ଦୀର୍ଘ ସଂଘର୍ଷ ପରେ ୩୧ ଅଗଷ୍ଟ ୨୦୨୫ ରେ ପୁରୀ ପୌରସଂସ୍ଥା ସ୍ୱୟତ୍ତ ଶାସନ ଦିବସ ଅବସରରେ ପୁରୀ ଟାଉନ ହଲ୍‌ରେ ପ୍ରଥମ ପର୍ଯ୍ୟାୟରେ ୨୮୬ ଜଣଙ୍କୁ ମାଗଣା ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ପରେ ପ୍ରକ୍ରିୟା ଅଟକିଯିବାରୁ ଅନ୍ୟ ୧୫୦୦ରୁ ଅଧିକ ପରିବାର ଏପର୍ଯ୍ୟନ୍ତ ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ପରେ ଅଧିକ ଜମି ଥିବା ଲୋକମାନଙ୍କୁ ଜମି

ମୂଲ୍ୟ ପୌରପାଳିକାରେ ଡିପୋଜିଟ କରିବା ପାଇଁ ତାଲିକା ଦିଆଯାଇଥିଲା ଓ ୧୦୦ରୁ ଅଧିକ ଲୋକ ଟଙ୍କା ଜମା କରି ରସିଦ ମଧ୍ୟ ପାଇଛନ୍ତି। ସମୁଦାୟ ୪୮୪ ଜଣଙ୍କୁ ଏହି ତାଲିକାରେ ଚିହ୍ନଟ କରାଯାଇଥିଲା। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ବଳିଆପଣ୍ଡା ବସ୍ତିବାସିନ୍ଦାମାନେ ପୁନଃ ଆନ୍ଦୋଳନ ମୁଖରେ ଯାଇଛନ୍ତି। ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲେବେଗ ପିଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଭାନେତ୍ରୀ ବାସନ୍ତୀ ମୁଦି ଓ ବସ୍ତି ଅଧିକାର ସମିତିର ନେତାମାନେ ୭ ଦିନ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରକୁ

ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ, ଦାବି ପୂରଣ ନହେଲେ ସମସ୍ତ ବସ୍ତିବାସିନ୍ଦା ଅନିର୍ଦ୍ଧିଷ୍ଟ ଅହୋରାତ୍ରି ଅନଶନରେ ବସିବେ। ଏହି ସମୟରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଆନ୍ଦୋଳନକୁ ସମର୍ଥନ କରି ସରକାର ବିରୋଧରେ ଆହୁରି ଜୋରଦାର ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ମତଅନୁସାରେ, ବର୍ଷରୁ ବର୍ଷ ଧରି ଚାଲୁଥିବା ଏହି ଭୂମି ଅଧିକାର ସଂଘର୍ଷର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନଙ୍କ ତତ୍କାଳ ପଦକ୍ଷେପ ଆବଶ୍ୟକ।

More news from Odisha and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    8 min ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • Post by Rakesh Behera
    2
    Post by Rakesh Behera
    user_Rakesh Behera
    Rakesh Behera
    ଖୋର୍ଦ୍ଧା, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • 33 % reservation bill to empower status of living and living stutas upliftment.
    1
    33 %  reservation bill to empower status of living and living stutas upliftment.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    33 min ago
  • Post by Gagan Bhoi
    2
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। #ପ୍ରବାଦ_ପୁରୁଷ_ଦିବସ #PrabadPrushaDibasa #17April #BijuBabu
    1
    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। 
#ପ୍ରବାଦ_ପୁରୁଷ_ଦିବସ
#PrabadPrushaDibasa
#17April #BijuBabu
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    8 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    36 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.