ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଯୁବ ଦିବସ ପାଳନ ଆଜି ଆମ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି I ଏହି ଉପଲକ୍ଷେ ବିଦ୍ୟାଳୟର ସମସ୍ତ ଛାତ୍ର ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଦ୍ଵାରା ସାମୂହିକ ବନ୍ଦେ ମାତରଂ ଗାନକରାଯିବା ସହ ସ୍ୱଦେଶୀ ସଂକଳ୍ପ ପତ୍ର ପଠନ କରାଯାଇଥିଲା I ଏହାପରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜିବନୀ ଓ ସନାତନ ସଂସ୍କୃତି ଉପରେ ତାଙ୍କ ଅବଦାନକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଠ ଶିଳ୍ପୀ ଶ୍ରୀମତୀ ମୋନାଲିସା ନନ୍ଦ ଯୋଗ ଦେଇ ସଙ୍ଗୀତ ମାଧ୍ୟମରେ ବିବେକାନନ୍ଦଙ୍କ ଜିବନୀ କୁ ପରିବେଷଣ କରି ଛାତ୍ରମାନଙ୍କୁ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥିଲେ I ଏଥିରେ ଶିକ୍ଷକ ସଦାନନ୍ଦ ପଣ୍ଡା, ବୈକୁଣ୍ଠ ନାୟକ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସକ୍ରୀୟ ସହଯୋଗ କରିଥିଲେ I

- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ଆଭାସି ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ1
- Post by Meena1
- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l1
- Post by KOSAL TIMES1
- #1
- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ1