Shuru
Apke Nagar Ki App…
ମାଲକାନଗିରି ଜିଲ୍ଲାରେ କଇଁଛ ଚୋରାଚାଲାଣ ଉପରେ ରୋକ ଲାଗୁନଥିବା ଦେଖିବାକୁ ମିଳିଛି। ଏହି କ୍ରମରେ, ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଏକ ବୋଲେରୋ ଗାଡ଼ିରେ ଚୋରାଚାଲାଣ ହେଉଥିବା କଇଁଛମାନଙ୍କୁ ବନବିଭାଗ ମାଡ଼ି ବସି ଜବତ କରିଛି।
ଆଦର୍ଶ ନ୍ୟୁଜ live
ମାଲକାନଗିରି ଜିଲ୍ଲାରେ କଇଁଛ ଚୋରାଚାଲାଣ ଉପରେ ରୋକ ଲାଗୁନଥିବା ଦେଖିବାକୁ ମିଳିଛି। ଏହି କ୍ରମରେ, ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଏକ ବୋଲେରୋ ଗାଡ଼ିରେ ଚୋରାଚାଲାଣ ହେଉଥିବା କଇଁଛମାନଙ୍କୁ ବନବିଭାଗ ମାଡ଼ି ବସି ଜବତ କରିଛି।
More news from ଓଡ଼ିଶା and nearby areas
- ମାଲକାନଗିରି ଜିଲ୍ଲାରେ କଇଁଛ ଚୋରାଚାଲାଣ ଉପରେ ରୋକ ଲାଗୁନଥିବା ଦେଖିବାକୁ ମିଳିଛି। ଏହି କ୍ରମରେ, ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଏକ ବୋଲେରୋ ଗାଡ଼ିରେ ଚୋରାଚାଲାଣ ହେଉଥିବା କଇଁଛମାନଙ୍କୁ ବନବିଭାଗ ମାଡ଼ି ବସି ଜବତ କରିଛି।1
- ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି-୭୯ ଅଞ୍ଚଳରେ ଜିଓ ମୋବାଇଲ ନେଟୱର୍କ ସେବାକୁ ନେଇ ଏକ ଗୁରୁତର ସମସ୍ୟା ଦେଖାଦେଇଛି। ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବା ମାତ୍ରେ ଜିଓ ନେଟୱର୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଉଛି। ସୂଚନା ଅନୁସାରେ, ଗତ ଏକ ସପ୍ତାହ ରୁ ଅଧିକ ସମୟ ଧରି ଏହି ସମସ୍ୟା ଲାଗିରହିଛି। ବିଦ୍ୟୁତ କାଟ ହେଲେ ପ୍ରାୟ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ନେଟୱର୍କ ସେବା ବନ୍ଦ ରହୁଥିବାରୁ ଲୋକମାନେ ଯୋଗାଯୋଗ, ଅନଲାଇନ କାର୍ଯ୍ୟ ଓ ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମସ୍ୟା ଟାୱାରର ଜେନେରେଟର କିମ୍ବା ବ୍ୟାକଅପ ବ୍ୟବସ୍ଥା ଖରାପ ଥିବା ଯୋଗୁଁ ଘଟୁଥିବା ସନ୍ଦେହ କରାଯାଉଛି। ଅଞ୍ଚଳରେ ଜିଓର କୌଣସି ସ୍ଥାନୀୟ କାର୍ଯ୍ୟାଳୟ କିମ୍ବା ସେବା କେନ୍ଦ୍ର ନଥିବାରୁ ଗ୍ରାହକମାନେ ସମସ୍ୟା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପାଇପାରୁନାହାନ୍ତି। ଏମ୍ଭି-୭୯ ଅଞ୍ଚଳରେ ପ୍ରମୁଖତଃ ଜିଓ ନେଟୱର୍କ ଉପରେ ଲୋକମାନେ ନିର୍ଭରଶୀଳ ଥିବାରୁ ଅଭିଯୋଗ ଜଣାଇବାରେ ମଧ୍ୟ ଅସୁବିଧା ହେଉଛି। ବର୍ତ୍ତମାନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ଓ ବିଭିନ୍ନ କଲେଜରେ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଏହି ନେଟୱର୍କ ସମସ୍ୟା ଛାତ୍ରଛାତ୍ରୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି। ଏହି ସମସ୍ୟାର ଶୀଘ୍ର ସମାଧାନ କରି ନେଟୱର୍କ ସେବାକୁ ସୁଚାରୁ ରଖିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସାଧାରଣ ଲୋକ ଜିଓ କମ୍ପାନୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।4
- କୋଡିଙ୍ଗାମାଳି ବକ୍ସାଇଟ ଖଣିର ସମ୍ପ୍ରସାରଣ ନିମନ୍ତେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଛି।1
- ସୂର୍ଯ୍ୟ ପଟ୍ଟନାୟକ କଂଗ୍ରେସକୁ ମଜବୁତ କରିବାକୁ ସଂକଳ୍ପ ନେବା ସହ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି।1
- ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଦୈନିକ ବଜାର ସବୁବେଳେ ଋତୁ ଅନୁଯାୟୀ ପନିପରିବା ପାଇଁ ସ୍ଥାନୀୟ ତଥା ପଡ଼ୋଶୀ ଜିଲ୍ଲାମାନଙ୍କରେ ଚର୍ଚ୍ଚାରେ ରହିଆସିଛି। ଆଜି କୋଷାଗୁମୁଡ଼ା ଦୈନିକ ବଜାରରେ ଋତୁ ଆସିବା ପୂର୍ବରୁ ପ୍ରଥମ ଥର ପାଇଁ ବଡା ଛତୁ ବିକ୍ରି ପାଇଁ ଆସିଥିବା ଦେଖିବାକୁ ମିଳିଛି। ଏହାକୁ କିଣିବା ପାଇଁ ଆଗ୍ରହୀ ଗ୍ରାହକମାନଙ୍କ ମଧ୍ୟରେ ଠେଲାପେଲା ଦେଖାଯାଇଥିଲା ଏବଂ ମୂଲ୍ୟର ଭାବବିନିମୟ ନକରି ଗ୍ରାହକମାନେ ପ୍ରତ୍ୟେକ ଚକୋନୀ (ପତ୍ର ଥୋଲା)କୁ ୧୦୦ ଟଙ୍କାରେ କିଣିଥିବା ଜଣାପଡ଼ିଛି। ଏହି ସୁସ୍ୱାଦ ବଡା ଛତୁର ମୂଲ୍ୟ ସାଧାରଣତଃ କିଲୋଗ୍ରାମ ପିଛା ୧୮୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ଏବଂ ଏହାକୁ ନନଭେଜ ଭଳି ରୋଷେଇ କଲେ ବହୁତ ସୁସ୍ୱାଦ ଲାଗିଥାଏ। ଆମ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ଋତୁ ଅନୁସାରେ ଏହି ବଡା ଛତୁ ମିଳିଥାଏ। ଏହି ବଡା ଛତୁ ସାଗୁଆନ (ସର୍ଗି) ଜଙ୍ଗଲ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଉତ୍ପନ୍ନ ହୋଇଥାଏ। ବଜ୍ରପାତ ସହ ବର୍ଷା ହେବାର ଗୋଟିଏ ଦିନ ପରେ ଖରା ହେବା ପରେ ବଡା ଛତୁ ଫୁଟିଥାଏ ଏବଂ ତା' ପରଦିନ ସକାଳୁ ଆଦିବାସୀ ମହିଳାମାନେ ଏହାକୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥାନ୍ତି। ବଡା ଛତୁ ବିକାଳୀ ମହିଳାମାନେ ଗୋଟିଏ ଦିନରେ ପ୍ରାୟ ୪ ହଜାରରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ବର୍ତ୍ତମାନ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଚାଷୀମାନେ ଚାଷ ପ୍ରଣାଳୀରେ ଏହାକୁ ଉତ୍ପାଦନ କରି ବହୁତ ଟଙ୍କା ଉପାର୍ଜନ କରୁଥିବା ଜଣାପଡ଼ିଛି। ଆଦିବାସୀ ମହିଳାମାନଙ୍କୁ ରୋଜଗାର ଯୋଗାଉଥିବା ଏହି ସୁସ୍ୱାଦ ବଡା ଛତୁର ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ରହିଛି।3
- କଳାହାଣ୍ଡି ଜିଲ୍ଲାର କୋକସରା ଠାରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାର ତାଲିକା ପ୍ରକାଶ ପାଇଛି। ଏହି ତାଲିକା ପ୍ରକାଶ ପାଇବା ପରେ ଅନେକ ହିତାଧିକାରୀଙ୍କ ନାମ ସେଥିରେ ନଥିବା ଅଭିଯୋଗ ହୋଇଛି। ତାଲିକାରେ ନାମ ନଥିବା ଯୋଗୁଁ ଅସନ୍ତୁଷ୍ଟ ହିତାଧିକାରୀମାନେ ସ୍ଥାନୀୟ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।1
- Post by Bighne Rana1
- ମାଲକାନଗିରିରେ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଆଜି ସକାଳେ ପଦ୍ମଗିରି ଛକ ନିକଟରେ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ ମୋଟ ୩୧୧ଟି କଇଁଛ ଜବତ କରାଯିବା ସହ ୩ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଛକି ରହିଥିଲେ। ଆନ୍ଧ୍ରପ୍ରଦେଶରୁ କଇଁଛ ଭର୍ତ୍ତି ହୋଇ ଆସୁଥିବା ଏକ ସନ୍ଦିଗ୍ଧ ବୋଲେରୋ ଗାଡ଼ିକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ବହୁ ପରିମାଣର କଇଁଛ ଠାବ ହୋଇଥିଲା। ଏହାପରେ ବନ ବିଭାଗ ତୁରନ୍ତ ଗାଡ଼ି ଓ କଇଁଛଗୁଡ଼ିକୁ ଜବତ କରି ମାଲକାନଗିରି ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲା। ଗଣତି ବେଳେ ଏହି ୩୧୧ଟି କଇଁଛ ମଧ୍ୟରୁ ୨୮୮ଟି ଜୀବିତ ଥିବା ବେଳେ ୨୩ଟି ମୃତ ଅବସ୍ଥାରେ ଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ପୋଲାଭରମ ଜିଲ୍ଲା ଦେବରପାଲ୍ଲୀ ଗ୍ରାମର ସିଦଲା ରାଜ ରେଡି ଓ ଏନ୍. ଅମରନାଥ, ଏବଂ ମାଲକାନଗିରି ଜିଲ୍ଲାର ଏମପିଭି-୬୫ ଗ୍ରାମର ରବିନ ମିର୍ଦ୍ଧା। ବର୍ତ୍ତମାନ ସେମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଏହି ଚୋରାଚାଲାଣ ରାକେଟ୍ର ଅଧିକ ଲିଙ୍କ୍ ଖୋଜାଯାଉଛି। ମାଲକାନଗିରି ସହାୟକ ବନ ସଂରକ୍ଷକ ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କୁ ଶୀଘ୍ର କୋର୍ଟ ଚାଲାଣ କରାଯିବ ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।3