logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟାଟା ପାଓ୍ବାର ର ଜୁଲମ୍:୪ବର୍ଷ ର ବିଲ୍ ବକେୟା କହି କନେକ୍ସନ କାଟିଦେଲେ। ଅନ୍ଧାର ରେ ଡ୍ରୋଙ୍ଗ୍ରିପଡା ଗାଁ କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଟାଟା ପାଓ୍ବାର ର ଜୁଲମ୍ ,ବିଜୁଳି ବିଲ୍ ଆସୁନି କହି ଗାଁ ସାରା କନେକ୍ସନ କାଟିଦେଲେ। ଅନ୍ଧାରରେ ପୁରା ଗାଁ।ବର୍ଷ ବର୍ଷ ଧରି ବିଭାଗ ର ଅବହେଳା ଏବେ ନିରିହ ଗରିବ ଙ୍କ ମୁଣ୍ଡରେ ୪ବର୍ଷ ର ବିଜୁଳି ବିଲ୍। ତୁରନ୍ତ ସଂଯୋଗ ନକଲେ ରାସ୍ତାରୋକ ର ଚେତାବନୀ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ରିଶଗାଁ, ଡୋଙ୍ଗ୍ରୀପଡା ରୁ ଆସିଛି ଏଭଳି ଅଭିଯୋଗ ଭବାନୀପାଟଣା ସହର ପାଖ ପାହାଡ କୁ ଲାଗିକି ରହିଛି ଡ୍ରୋଙ୍ଗ୍ରିପଡା ଗାଁ।ସଞ୍ଜ ନଇଁବା ମାତ୍ରେ ,ସରିସ୍ରୁପ ଜୀବଜନ୍ତୁ ଭୟ ।ଅନ୍ୟପଟେ ପିଲା ଛୁଆ ଙ୍କ ପରିକ୍ଷା ସମୟରେ ।ଘର ବାହାରେ ଅନ୍ଧାର ରେ ସେହି ପୁରୁଣା କାଲିଆ ଡିବିରି ସାହାଯ୍ୟରେ ପିଲାଛୁଆ ଙ୍କ ପାଠପଢ଼ା ଚାଲିଛି। କିଏ ଗୁଲୁଗୁଲିଆ ଗରମ ପବନ ଘର ବାହାରେ ପବନ ଖାଉଛି। ଦୃଶ୍ୟ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂର , ସହର ର ଝିମକିମ୍ ଆଲୁଅ ମଧ୍ୟରେ ଅନ୍ଧାର ରେ ଡ୍ରୋଙ୍ଗ୍ରୀପଡା ଗାଁ।୨୦୧୮ ପରଠାରୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ହୋଇଥିଲା।୨୦୨୦ ପର୍ଯ୍ୟନ୍ତ ଗୋଟିଏ ବଲବ ଛଡ଼ା ୫୦-୮୦ ଟଙ୍କା ବିଲ୍ ଦେୟ ପୈଠ କରୁଥିଲେ।ହେଲେ ୨୦୨୧-୨୨ ମଧ୍ୟରୁ ଆଉ ବିଜୁଳି ବିଲ୍ ଆସିଲା ନାହିଁ କି ବିଜୁଳି ବିଲ୍ ସଂଗ୍ରହ କଲେ ନାହିଁ।ହେଲେ ୨୦୨୬ ମାର୍ଚ୍ଚ ରେ ୩୦ପରିବାର ର ବିଜୁଲି ତାର କାଟି ଦେଲେ ଭବାନୀପାଟଣା ଟାଟାପାଓ୍ବାର କର୍ମଚାରୀ। ଗ୍ରାମବାସୀ କହିବାରୁ ୬୭୦୪ ଟଙ୍କା ପୈଠ କଲେ ବିଜୁଳି ସଂଯୋଗ ହେବ।ଓ ପରେ ୪ବର୍ଷ ର ବିଲ୍ ସଂଗ୍ରହ ମଧ୍ୟ କରାଯିବ।ହେଲେ ଯେଉଁ ବିପିଏଲ୍ ଶ୍ରେଣୀର ପରିବାର ମାନେ ଓଲିଏ କାମ କଲେ ଦି ଓଲି ପରିବାର ପୋଷଣ କରନ୍ତି।ସେ ମାନେ କେଉଁଠୁ ଏତେ ଟଙ୍କା ଦେଇ ପୁଣି ବିଜୁଳି ସଂଯୋଗ କରିବେ। ଏନେଇ ଆମେ ଟାଟା ପାୱାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲୁ। କହିଛନ୍ତି ଗ୍ରାମର କୌଣସି ମିଟର ରିଡ୍ ହେଉନାହିଁ।ଆମ ବିଭାଗ ତାହା ସଂଯୋଗ କରିନାହାନ୍ତି।୪ ବର୍ଷ ଧରି ଫ୍ରୀ ରେ ବିଜୁଳି ଉପଭୋଗ କଲେ ଏବେ ୬ହଜାର ଲେଖାଏ ଦେଲେ ଆମେ କନଜ୍ୟୁମର କରିଦେବୁ।ଯଦି ମିଟର ରିଡ୍ ହେଉନଥିଲା ତେବେ ବିଜୁଳି ବିଭାଗ ୪ବର୍ଷ ଧରି ଚୁପ୍ ଥିଲା କାହିଁକି !ଏବେ ହଠାତ୍ ବିଜୁଳି ସଂଯୋଗ କାଟି ଜୁଲମ କରିବାରେ ଉଦ୍ଧେଶ୍ୟ କଣ! ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ନଚେତ୍ କିଛିଦିନ ଭିତରେ ବିଜୁଳି ସଂଯୋଗ ନକଲେ ରାସ୍ତାରୋକ ସହ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି।

on 21 March
user_Chittaranjan Bishi
Chittaranjan Bishi
ସଦର, କଳାହାଣ୍ଡି, ଓଡ଼ିଶା•
on 21 March
b491e1c0-b370-4589-9026-dd3990cf4497

ଟାଟା ପାଓ୍ବାର ର ଜୁଲମ୍:୪ବର୍ଷ ର ବିଲ୍ ବକେୟା କହି କନେକ୍ସନ କାଟିଦେଲେ। ଅନ୍ଧାର ରେ ଡ୍ରୋଙ୍ଗ୍ରିପଡା ଗାଁ କଳାହାଣ୍ଡି (ଚିତ୍ତରଞ୍ଜନ ବିଷି )ଟାଟା ପାଓ୍ବାର ର ଜୁଲମ୍ ,ବିଜୁଳି ବିଲ୍ ଆସୁନି କହି ଗାଁ ସାରା କନେକ୍ସନ କାଟିଦେଲେ। ଅନ୍ଧାରରେ ପୁରା ଗାଁ।ବର୍ଷ ବର୍ଷ ଧରି ବିଭାଗ ର ଅବହେଳା ଏବେ ନିରିହ ଗରିବ ଙ୍କ ମୁଣ୍ଡରେ ୪ବର୍ଷ ର ବିଜୁଳି ବିଲ୍। ତୁରନ୍ତ ସଂଯୋଗ ନକଲେ ରାସ୍ତାରୋକ ର ଚେତାବନୀ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ରିଶଗାଁ, ଡୋଙ୍ଗ୍ରୀପଡା ରୁ ଆସିଛି ଏଭଳି ଅଭିଯୋଗ ଭବାନୀପାଟଣା ସହର ପାଖ ପାହାଡ କୁ ଲାଗିକି ରହିଛି ଡ୍ରୋଙ୍ଗ୍ରିପଡା ଗାଁ।ସଞ୍ଜ ନଇଁବା ମାତ୍ରେ ,ସରିସ୍ରୁପ ଜୀବଜନ୍ତୁ ଭୟ ।ଅନ୍ୟପଟେ ପିଲା ଛୁଆ ଙ୍କ ପରିକ୍ଷା ସମୟରେ ।ଘର ବାହାରେ ଅନ୍ଧାର ରେ ସେହି ପୁରୁଣା କାଲିଆ ଡିବିରି ସାହାଯ୍ୟରେ ପିଲାଛୁଆ ଙ୍କ ପାଠପଢ଼ା ଚାଲିଛି। କିଏ ଗୁଲୁଗୁଲିଆ ଗରମ ପବନ ଘର ବାହାରେ ପବନ ଖାଉଛି। ଦୃଶ୍ୟ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂର , ସହର ର ଝିମକିମ୍ ଆଲୁଅ ମଧ୍ୟରେ ଅନ୍ଧାର ରେ ଡ୍ରୋଙ୍ଗ୍ରୀପଡା ଗାଁ।୨୦୧୮ ପରଠାରୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ହୋଇଥିଲା।୨୦୨୦ ପର୍ଯ୍ୟନ୍ତ ଗୋଟିଏ ବଲବ ଛଡ଼ା ୫୦-୮୦ ଟଙ୍କା ବିଲ୍

abb09872-183b-492a-92ce-74edf36124fb

ଦେୟ ପୈଠ କରୁଥିଲେ।ହେଲେ ୨୦୨୧-୨୨ ମଧ୍ୟରୁ ଆଉ ବିଜୁଳି ବିଲ୍ ଆସିଲା ନାହିଁ କି ବିଜୁଳି ବିଲ୍ ସଂଗ୍ରହ କଲେ ନାହିଁ।ହେଲେ ୨୦୨୬ ମାର୍ଚ୍ଚ ରେ ୩୦ପରିବାର ର ବିଜୁଲି ତାର କାଟି ଦେଲେ ଭବାନୀପାଟଣା ଟାଟାପାଓ୍ବାର କର୍ମଚାରୀ। ଗ୍ରାମବାସୀ କହିବାରୁ ୬୭୦୪ ଟଙ୍କା ପୈଠ କଲେ ବିଜୁଳି ସଂଯୋଗ ହେବ।ଓ ପରେ ୪ବର୍ଷ ର ବିଲ୍ ସଂଗ୍ରହ ମଧ୍ୟ କରାଯିବ।ହେଲେ ଯେଉଁ ବିପିଏଲ୍ ଶ୍ରେଣୀର ପରିବାର ମାନେ ଓଲିଏ କାମ କଲେ ଦି ଓଲି ପରିବାର ପୋଷଣ କରନ୍ତି।ସେ ମାନେ କେଉଁଠୁ ଏତେ ଟଙ୍କା ଦେଇ ପୁଣି ବିଜୁଳି ସଂଯୋଗ କରିବେ। ଏନେଇ ଆମେ ଟାଟା ପାୱାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲୁ। କହିଛନ୍ତି ଗ୍ରାମର କୌଣସି ମିଟର ରିଡ୍ ହେଉନାହିଁ।ଆମ ବିଭାଗ ତାହା ସଂଯୋଗ କରିନାହାନ୍ତି।୪ ବର୍ଷ ଧରି ଫ୍ରୀ ରେ ବିଜୁଳି ଉପଭୋଗ କଲେ ଏବେ ୬ହଜାର ଲେଖାଏ ଦେଲେ ଆମେ କନଜ୍ୟୁମର କରିଦେବୁ।ଯଦି ମିଟର ରିଡ୍ ହେଉନଥିଲା ତେବେ ବିଜୁଳି ବିଭାଗ ୪ବର୍ଷ ଧରି ଚୁପ୍ ଥିଲା କାହିଁକି !ଏବେ ହଠାତ୍ ବିଜୁଳି ସଂଯୋଗ କାଟି ଜୁଲମ କରିବାରେ ଉଦ୍ଧେଶ୍ୟ କଣ! ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ନଚେତ୍ କିଛିଦିନ ଭିତରେ ବିଜୁଳି ସଂଯୋଗ ନକଲେ ରାସ୍ତାରୋକ ସହ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି।

More news from Kalahandi and nearby areas
  • ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    1
    ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    13 hrs ago
  • Post by Tikeswar Bhaisal
    1
    Post by Tikeswar Bhaisal
    user_Tikeswar Bhaisal
    Tikeswar Bhaisal
    ଧରମଗଡ଼, କଳାହାଣ୍ଡି, ଓଡ଼ିଶା•
    17 hrs ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ 
ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    7 hrs ago
  • Post by Narattam Kumar padhy
    4
    Post by Narattam Kumar padhy
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    13 hrs ago
  • Post by Jitendra sahu
    1
    Post by Jitendra sahu
    user_Jitendra sahu
    Jitendra sahu
    Construction Worker ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    11 hrs ago
  • ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏
    1
    ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.