Shuru
Apke Nagar Ki App…
ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ | ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି
Chittaranjan Behera
ବେଆଇନ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ; ଗାଡ଼ି ମାଲିକଙ୍କ ସମେତ ୬ଅଟକ | ମୋରଡା ଥାନା ଅଧୀନ କେନ୍ଦୁଡିହା ନଦୀ ଘାଟରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ବେଳେ ଦୁଇ ଟିପ୍ପରକୁ ଜବତ କରି ଥାନାକୁ ଆଣିଛି ମୋରଡା ପୁଲିସ। ସୂଚନାଯୋଗ୍ୟ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଡିହା ନଦୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ନିର୍ଦ୍ଦେଶକ୍ରମେ ସବଇନ୍ସପେକ୍ଟର ନିବେଦିତା ନାୟକ ସଦଳବଳେ ଚଢ଼ଉ କରିଥିଲେ।ତେବେ ଘଟଣାସ୍ଥଳରୁ ବାଲି ଉତ୍ତୋଳନ କରୁଥିବା ୨ଟିପ୍ପରକୁ ଜବତ କରି ଥାନାକୁ ଆଣିଥିବା ବେଳେ ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୁଇଜଣ ଚାଳକଙ୍କ ସମେତ ତିନିଜଣ ହେଲ୍ପର ଏବଂ ଜଣେ ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି
More news from ଓଡ଼ିଶା and nearby areas
- ସୂଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ।1
- ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୁରୁକୁଳ ଭବନ ସଭାଗୃହ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲିଆପାଳ ବ୍ଲକ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଉଛି। ସଂଘର ସ୍ଥାୟୀ ସଭାପତି ଶ୍ରୀକାନ୍ତ ଜେନାଙ୍କ ସଭାପତିତ୍ବ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘ ବାଲିଆପାଳର ସାଧାରଣ ସମ୍ପାଦକ ରାଖାଲ ଚନ୍ଦ୍ର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତା ଅବସର ଶିକ୍ଷକ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କୁମୁଦ ରଞ୍ଜନ ଗିରି। ମୁଖ୍ୟ ବକ୍ତା ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଭାପତି ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ବକ୍ତା ଉତ୍ତର ଭୋଗରାଇ ଶିକ୍ଷକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଧାନାଥ ଦାସ,ସମ୍ମାନିତ ଅତିଥି ଭାବରେ ଭୋଗରାଇ ବ୍ଲକ ଅବସର କର୍ମଚାରି କଲ୍ୟାଣ ପାରିଷଦର ସଧାରଣ ସମ୍ପାଦକ ଡ. ଦୀନକୃଷ୍ଣ ଦେ, ବାହାନଗା ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାପାତ୍ର, ଉତ୍ତର ଭୋଗରାଇ ବ୍ଲକର ଅବସପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ସଭାପତି ବସନ୍ତ ଦାସ, ବାଲିଆପାଳ ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ସଭାପତି ବିଶ୍ବମ୍ବର ପାତ୍ର, ବାଲିଆପାଳ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି କମଳଲୋଚନ ପୀଳା ପ୍ରମୁଖ ଯୋଗା ଦେଇ ବକ୍ତବ୍ଯ ପ୍ରଦାନ ରଖିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଯୋଗାଇବା, ଅଷ୍ଟମ ପେ କମିଶନରେ ଅନ୍ତର୍ଭୁକ୍ତ କରିବା ଆଦି ବିଭିନ୍ନ ସମସ୍ୟା ର ସମାଧାନ ଉପରେ ଆଲୋଚନା ହୋଇଥିଲା। ୨୦୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ଛାତ୍ରୀ ଛାତ୍ରକୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶିକ୍ଷକ ମନୋରଞ୍ଜନ ପ୍ରଧାନ , ଅନନ୍ତ କୁମାର ସାହୁ, ଯତୀନ୍ଦ୍ର ନାଥ ଜେନା,ଶକୁନ୍ତଳା ବେହେରା ,ଉର୍ମିଳା କୁମାରୀ ମିଶ୍ର ,ଚିନ୍ତାମଣି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ତ୍ରାୟୋମାସିକ ପତ୍ରିକା ଆମରି ବାର୍ତ୍ତାର ଉନ୍ମୋଚିତ କରା ଯାଇଥିଲା। ଦେବେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଉପେନ୍ଦ୍ର କୁଲ୍ହାରୀ,କମଳାକାନ୍ତ ସାହୁ ,ବେଣୁଧର ଦାସ , ପୂର୍ଣେନ୍ଦୁ ନାରାୟଣ ହାଜରା, ସୁକୁମାର ଜେନା, ନଗେନ୍ଦ୍ର ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- ଓଡ଼ିଶା ବଜେଟ୍ ୨୦୨୬-୨୭ ଉପସ୍ଥାପନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ମାନ୍ୟବର ରାଜ୍ୟପାଳ1
- ଓଡିଶା ବଜେଟରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। କନ୍ୟା ସୁମଙ୍ଗଳ ଯୋଜନା ଅନୁସାରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କ ପାଇଁ ସ୍ନାତକ ପଢ଼ାକୁ ଉତ୍ସାହିତ କରାଯିବ। ଝିଅଙ୍କ ନାମରେ ୨୦ ହଜାର ଟଙ୍କା ସଞ୍ଚୟ ଯୋଜନା ସୃଷ୍ଟି ହେବ ଏବଂ ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହା ଗରିବ ପରିବାରର ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏକ ଐତିହାସିକ ପଦକ୍ଷେପ।1
- 🌍 ମାତୃଭାଷା ଦିବସ ପାଳିତ 📖 ଆଜି ୨୧ ଫେବୃଆରୀ ୨୦୨୬ — ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରlପଡା ବୋଲି ପରିଚିତ ନୁଦଡିହା ଅଞ୍ଚଳରେ ଉତ୍ସାହମୟ ପରିବେଶରେ ପାଳିତ ହେଲା ଦିବସ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଭାଷା ପ୍ରତି ସମ୍ମାନ ଓ ସଂସ୍କୃତି ପ୍ରତି ଗର୍ବ ଜଣାଇ ଭାଷଣ, କବିତା ପାଠ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାତୃଭାଷାର ମହତ୍ତ୍ୱ ଉପସ୍ଥାପନ କଲେ। ଏହି ଅବସରରେ ଶିକ୍ଷକ ଓ ଅଭିଭାବକମାନେ ମାତୃଭାଷା ରକ୍ଷା ଓ ପ୍ରଚାର ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କଲେ। ମାତୃଭାଷା — ଆମର ପରିଚୟ, ଆମର ଗର୍ବ ❤️2
- ଅକ୍ସନ ସୁନାରେ ମହା-ଠକେଇ | HDFC BANK ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଠକେଇ ଶିକାର ହୋଇଥିବା ପରିବାର | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଶାଖାରେ l1
- ନୟାଗଡ଼ ଗଣିଆ ଥାନା ବିବାଦ ବଢ଼ିଲା ଅଡ଼ୁଆ ରେ ଏବେ ଜିଲ୍ଲା ପ୍ରଶାସନ ଆଗକୁ କଣ କରିବ ଭୀମ ଆର୍ମି1
- ଚୁଟି କିଣିବାକୁ ଆସି ଆସି ଜନୈକ ବ୍ଯକ୍ତି ଙ୍କ ଘରୁ ଧାନ ବସ୍ତା ନେଇ ପଳାଇ ଯାଉଥିଲେ ଚୋର, ଚୋର କୁ କାବୁକରି ଗଛରେ ବାନ୍ଧି ନିର୍ଧୁମ ଛେଞ୍ଚି ପୋଲିସ ଜିମାରେ ଦେଲେ ଗ୍ରାମବାସୀ1
- ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।1