logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୧, ୨୦୨୬ ତାରିଖରେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ୧୦ ଗୋଟି ବିଭାଗର ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ବିଭିନ୍ନ ଯୋଜନାର ସୁଫଳ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବିଡ଼ିଓ ଖଗେଶ୍ୱର ବରାଳଙ୍କ ଆବାହକତ୍ୱରେ ଆୟୋଜିତ ସମ୍ଭାଷଣ ସଭାରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ଅଂଶଗ୍ରହଣକାରୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀରେ ସମନ୍ବିତ ଶିଶୁ ବିକାଶ ବିଭାଗର ସିଡିପିଓ ଜୟନ୍ତୀ ମହାନ୍ତ, ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀ, ଶିଳ୍ପ ପ୍ରସାର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ହରିଜନ ଆଦିବାସୀ କଲ୍ୟାଣ ବିଭାଗର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରୀତମ ପ୍ରିୟଦର୍ଶିନୀ ସାମଲ, ଘଟଗାଁ ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ଶିକ୍ଷା ବିଭାଗର ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଘନଶ୍ୟାମ ମହାନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୋଗାଣ ଅଧିକାରୀ ଭାସ୍କର ବାରିକ, ମତ୍ସ୍ୟ ସମ୍ପଦ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଗୋପାଳ ଚନ୍ଦ୍ର ରାଉତ ଏବଂ କୃଷି ବିଭାଗର ବ୍ଲକ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜ ବିଭାଗର ଯୋଜନା ଓ ଆଭିମୁଖ୍ୟ ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମନ୍ବିତ ଶିଶୁ ବିକାଶ ବିଭାଗର ୧୫ ଜଣ ମହିଳା ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ହ୍ୟାଣ୍ଡସେଟ୍ ପ୍ରଦାନ କରାଯାଇଥିବା ବେଳେ ୭ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ପ୍ରଦାନ କରାଯାଇଥିଲା। ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ଓ ବରିଷ୍ଠ ନିର୍ବାହୀ ଅଧିକାରୀ ସାରଙ୍ଗଧର ରଣା ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଓଡିଶା ଜୀବିକା ମିଶନର ବିପିଏମ ସରୋଜ ଏକ୍କା, ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଭୋଳାନାଥ ମହାନ୍ତି, କନିଷ୍ଠ ଯନ୍ତ୍ରୀ ସିଙ୍ଗୁ ମୁର୍ମୁ, ଜୟନ୍ତ ଜେନା, ବରିଷ୍ଠ ରାଜସ୍ୱ ସହାୟକ ବ୍ରଜକିଶୋର ଜେନା, କାର୍ଯ୍ୟାଳୟ ସହାୟକ ସନ୍ତୋଷ ପଲେଇ, ସଞ୍ଜିତ ଘଣା, ଶୁକଦେଵ ମାଝୀ ଏବଂ ତପନ ପଳେଇ ପ୍ରମୁଖ ସକ୍ରିୟ ସହାୟତା ପ୍ରଦାନ କରି ଏହି #ବିକାଶର_ଧାରା_ଓଡିଶା_ସାରା କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

5 hrs ago
user_Ghatgaon mirror
Ghatgaon mirror
ଘାଟଗାଁ, କେନ୍ଦୁଝର, ଓଡ଼ିଶା•
5 hrs ago
96c518c3-29ec-4718-b59b-b60bbc4a6185

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୨୧, ୨୦୨୬ ତାରିଖରେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ୧୦ ଗୋଟି ବିଭାଗର ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିବା ସହ ବିଭିନ୍ନ ଯୋଜନାର ସୁଫଳ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବିଡ଼ିଓ ଖଗେଶ୍ୱର ବରାଳଙ୍କ ଆବାହକତ୍ୱରେ ଆୟୋଜିତ ସମ୍ଭାଷଣ ସଭାରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ବରେଣ୍ୟ

e4a182b4-323c-4726-a588-6a5a4f4b9c66

ଅତିଥି ଭାବେ ଯୋଗଦାନ କରି ଅଂଶଗ୍ରହଣକାରୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀରେ ସମନ୍ବିତ ଶିଶୁ ବିକାଶ ବିଭାଗର ସିଡିପିଓ ଜୟନ୍ତୀ ମହାନ୍ତ, ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀ, ଶିଳ୍ପ ପ୍ରସାର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ହରିଜନ ଆଦିବାସୀ କଲ୍ୟାଣ ବିଭାଗର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରୀତମ ପ୍ରିୟଦର୍ଶିନୀ ସାମଲ, ଘଟଗାଁ ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ଶିକ୍ଷା ବିଭାଗର ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଘନଶ୍ୟାମ ମହାନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୋଗାଣ ଅଧିକାରୀ

e6f96268-1aed-45f0-bf66-0411062efeac

ଭାସ୍କର ବାରିକ, ମତ୍ସ୍ୟ ସମ୍ପଦ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଗୋପାଳ ଚନ୍ଦ୍ର ରାଉତ ଏବଂ କୃଷି ବିଭାଗର ବ୍ଲକ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜ ବିଭାଗର ଯୋଜନା ଓ ଆଭିମୁଖ୍ୟ ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମନ୍ବିତ ଶିଶୁ ବିକାଶ ବିଭାଗର ୧୫ ଜଣ ମହିଳା ସୁପରଭାଇଜର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ହ୍ୟାଣ୍ଡସେଟ୍ ପ୍ରଦାନ କରାଯାଇଥିବା ବେଳେ ୭ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ପ୍ରଦାନ କରାଯାଇଥିଲା। ଏବିଡ଼ିଓ

370f5497-15c5-4076-b48f-2078031dd9c6

ଚିତ୍ତରଞ୍ଜନ ନାୟକ ଓ ବରିଷ୍ଠ ନିର୍ବାହୀ ଅଧିକାରୀ ସାରଙ୍ଗଧର ରଣା ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଓଡିଶା ଜୀବିକା ମିଶନର ବିପିଏମ ସରୋଜ ଏକ୍କା, ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଭୋଳାନାଥ ମହାନ୍ତି, କନିଷ୍ଠ ଯନ୍ତ୍ରୀ ସିଙ୍ଗୁ ମୁର୍ମୁ, ଜୟନ୍ତ ଜେନା, ବରିଷ୍ଠ ରାଜସ୍ୱ ସହାୟକ ବ୍ରଜକିଶୋର ଜେନା, କାର୍ଯ୍ୟାଳୟ ସହାୟକ ସନ୍ତୋଷ ପଲେଇ, ସଞ୍ଜିତ ଘଣା, ଶୁକଦେଵ ମାଝୀ ଏବଂ ତପନ ପଳେଇ ପ୍ରମୁଖ ସକ୍ରିୟ ସହାୟତା ପ୍ରଦାନ କରି ଏହି #ବିକାଶର_ଧାରା_ଓଡିଶା_ସାରା କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

More news from ଓଡ଼ିଶା and nearby areas
  • ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି। ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
    1
    ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି।

ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
    user_Kendujhar Halchal
    Kendujhar Halchal
    ସାମ୍ବାଦିକ ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    9 hrs ago
  • ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
    1
    ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    14 hrs ago
  • କେନ୍ଦେଇପଶି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ BLOOM Education ସମ୍ମୁଖରେ ପଡ଼ିଥିବା ବ୍ୟବହୃତ ପୁରୁଣା ପାପୋଛ ଚୋରି ହୋଇଛି। ରାତି ଅଧିଆରେ ଚୋରମାନେ ଏକ ବୋଲେରୋ ଗାଡ଼ିରେ ଆସି ଏହି ଚୋରି କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାଟି ସେଠାରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି।
    1
    କେନ୍ଦେଇପଶି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ BLOOM Education ସମ୍ମୁଖରେ ପଡ଼ିଥିବା ବ୍ୟବହୃତ ପୁରୁଣା ପାପୋଛ ଚୋରି ହୋଇଛି। ରାତି ଅଧିଆରେ ଚୋରମାନେ ଏକ ବୋଲେରୋ ଗାଡ଼ିରେ ଆସି ଏହି ଚୋରି କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାଟି ସେଠାରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି।
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    2 hrs ago
  • ଓଡ଼ିଶାର ବ୍ରହ୍ମପୁରରେ ନୂତନ ଚଳଚ୍ଚିତ୍ର 'ଡାଏରୀ' ରିଲିଜ୍ ହୋଇଛି। ଏହି ରିଲିଜ୍ ଅବସରରେ ସିନେମା ହଲ୍‌ରେ ହଠାତ୍ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
    1
    ଓଡ଼ିଶାର ବ୍ରହ୍ମପୁରରେ ନୂତନ ଚଳଚ୍ଚିତ୍ର 'ଡାଏରୀ' ରିଲିଜ୍ ହୋଇଛି। ଏହି ରିଲିଜ୍ ଅବସରରେ ସିନେମା ହଲ୍‌ରେ ହଠାତ୍ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • କୋରେଇ ବ୍ଲକର ବନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ଗହ୍ମାରିଆ ଗାଁରେ ବର୍ଷା ଆଶାରେ ଏକ ରୋଚକ ଅଣ୍ଡିରା ବିବାହ ଦେଖିବାକୁ ମିଳିଛି। ଏହି ନିଆରା ପରମ୍ପରା ଅନୁଯାୟୀ, ବର୍ଷା ପାଇଁ ପୁରୁଷ ସହ ପୁରୁଷଙ୍କ ବାହାଘର କରାଯାଇଛି।
    1
    କୋରେଇ ବ୍ଲକର ବନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ଗହ୍ମାରିଆ ଗାଁରେ ବର୍ଷା ଆଶାରେ ଏକ ରୋଚକ ଅଣ୍ଡିରା ବିବାହ ଦେଖିବାକୁ ମିଳିଛି। ଏହି ନିଆରା ପରମ୍ପରା ଅନୁଯାୟୀ, ବର୍ଷା ପାଇଁ ପୁରୁଷ ସହ ପୁରୁଷଙ୍କ ବାହାଘର କରାଯାଇଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    16 hrs ago
  • କେନ୍ଦୁଆପଦା ସେବା ସମବାୟ ସମିତି ସମ୍ମୁଖରେ ସେକ୍ରେଟାରୀ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ କାନ୍ଦିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
    1
    କେନ୍ଦୁଆପଦା ସେବା ସମବାୟ ସମିତି ସମ୍ମୁଖରେ ସେକ୍ରେଟାରୀ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ କାନ୍ଦିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
    user_MB tv
    MB tv
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଆଜି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ୧୨ତମ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଠାରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୋଗାଭ୍ୟାସ କରି ସମାଜକୁ ସୁସ୍ଥତା ର ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।
    1
    ଆଜି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ୧୨ତମ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଠାରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୋଗାଭ୍ୟାସ କରି ସମାଜକୁ ସୁସ୍ଥତା ର ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।
    user_Kendujhar Halchal
    Kendujhar Halchal
    ସାମ୍ବାଦିକ ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    14 hrs ago
  • ଭଦ୍ରକ ସହରରେ ଏକ ମାଇକ୍ରୋ ଫାଇନାନ୍ସ ଘରେ ବ୍ୟାପକ ଭାବେ ପୁଟୁଳା ପୁଟୁଳା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ମିଳିଛି। ଏହି ସୂଚନା ପାଇବା ପରେ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଛି।
    1
    ଭଦ୍ରକ ସହରରେ ଏକ ମାଇକ୍ରୋ ଫାଇନାନ୍ସ ଘରେ ବ୍ୟାପକ ଭାବେ ପୁଟୁଳା ପୁଟୁଳା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ମିଳିଛି। ଏହି ସୂଚନା ପାଇବା ପରେ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଛି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.