ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ :-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ :-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି। ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :-ପ୍ରକାଶ ବେହେରା
ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ :-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ :-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି। ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ
ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :-ପ୍ରକାଶ ବେହେରା
- ଆମେରିକା ର ବିଭାଜନ ନୀତି କରି ଛୋଟ ଛୋଟ ଦେଶ ଉପରେ ଅଧିକାର1
- ପୁରୀ ଆଜି ତା୧୦/୦୧/୨୦୨୬ରିଖ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ, (୧) ପ୍ରଥମତଃ ସେ ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କୁ ନିନ୍ଦା କରିଥିଲେ । ସେ କହିଥିଲେ ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନ ର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇନିଆଯାଇଛି, ଏସ.ସି.ଏସ.ଟି ଓବିଶି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହା ନାଥୁରାମ ଗୋଡସେଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ବଂସ କରିବାର ଏକ ଷଡ଼ଯନ୍ତ୍ର । ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିବେଧତା ସୃଷ୍ଟି କରୁଛି । ଏବଂ ଟାଟା ପାଓ୍ବାର ର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୃତ ଉପଭୋକ୍ତା ଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ । ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁ ଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୃନିଟ ମାଗଣା ବିଦ୍ୟୃତ ଯୋଗାଣ ଓ ଟାଟା ପାଓ୍ବାର ର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ବିଶ୍ବକେସନ ହରିଚନ୍ଦନ ମହାପାତ୍ର, , ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ4
- ଓଡ଼ିଶା ସରକାର ଲୋକଙ୍କ ସହିତ ଗୁଣ୍ଡାଗିରି କରୁଛନ୍ତି:ଭକ୍ତ ଦାସ1
- Jay Jagannath 🙏1
- Post by User5115 Susanta Kumar Pattnaik2
- ହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି (MGNREGA) ଯୋଜନାର ନାମ ବଦଳେଇବା ଓ ଟାଟା ପାଓ୍ବାର ମନମାନି ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ର ସାମ୍ବାଦିକ ।ସମ୍ମିଳନି1
- କେନ୍ଦ୍ରାପଡା ଜିଲ୍ଲା ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ, ଯୋଗଦେଇ ପତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର1
- Modified Silencer removed and original silencer fitted at PS. E-Challan imposed against violators U/S-194F(b) MV ACT4