ଶାନ୍ତି ଶୃଙ୍ଖଳା ସହ ସମାପନ ହେଲା କାକଟପୁର ଦୋଳ ମହୋତ୍ସବ । ସମାପନୀ ଅବସରରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କାକଟପୁରରେ ଆୟୋଜିତ ୩ୟ ବାର୍ଷିକ ଦୋଳ ମହୋତ୍ସବ ତିନି ଦିନ ଧରି ଉତ୍ସାହ ଓ ଉଲ୍ଲାସର ମଧ୍ୟରେ ଅନୁଷ୍ଠିତ ହୋଇ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି। ତହସିଲ ଛକ ସ୍ଥିତ ସନି ମନ୍ଦିର ନିକଟରେ ମେଳଣ ପଡିଆରେ ଆୟୋଜିତ ଏହି ମହୋତ୍ସବ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା। ମହୋତ୍ସବରେ ରଙ୍ଗିନ ଆଲୋକ ସଜ୍ଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥିଲା। ଶ୍ରେଷ୍ଠ କଳାକାରମାନଙ୍କ ଗୀତ, ବିଭିନ୍ନ ଡାନ୍ସ ଗ୍ରୁପ୍ ଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ଓ ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଏହାସହ ନୌଡ଼ି ଖେଳ ଭଳି ପାରମ୍ପରିକ କ୍ରୀଡା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହାକୁ ଦେଖି ଦର୍ଶକମାନେ ବେଶ ଆନନ୍ଦ ଉଠାଇଥିଲେ। ଦିତୀୟ ଦିନ ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ମଞ୍ଚରେ ଗୀତ ଗାଇ ଦର୍ଶକମାନଙ୍କୁ ଝୁମାଇ ଦେଇଥିଲେ। ତାଙ୍କର ଗୀତରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ସମାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇଥିବା ବେଳେ ତାଙ୍କ ସହ ଅନ୍ୟ ବିଶିଷ୍ଟ ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। କଣ୍ଠ ଶିଳ୍ପୀ ଅନୁରାଧା ପଢ଼ିଆରିଙ୍କ ଗୀତରେ ଝୂମିଲେ ଦର୍ଶକ । ଅତିଥିମାନେ ଦୋଳ ମହୋତ୍ସବର ଆୟୋଜନକୁ ପ୍ରଶଂସା କରିଥିବା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଏପରି ଉତ୍ସବ ଆବଶ୍ୟକ ବୋଲି କହିଥିଲେ। କାକଟପୁର–ଅସ୍ତରଙ୍ଗ ଅଞ୍ଚଳରେ ଏହି ଦୋଳ ମହୋତ୍ସବ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ସମ୍ପ୍ରୀତିର ସନ୍ଦେଶ ଦେଉଛି। ଓଡ଼ିଆ ଅସ୍ମିତା ଓ ପୁରାତନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଥିବା କଥା ଆୟୋଜକମାନେ କହିଛନ୍ତି। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ
ଶାନ୍ତି ଶୃଙ୍ଖଳା ସହ ସମାପନ ହେଲା କାକଟପୁର ଦୋଳ ମହୋତ୍ସବ । ସମାପନୀ ଅବସରରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କାକଟପୁରରେ ଆୟୋଜିତ ୩ୟ ବାର୍ଷିକ ଦୋଳ ମହୋତ୍ସବ ତିନି ଦିନ ଧରି ଉତ୍ସାହ ଓ ଉଲ୍ଲାସର ମଧ୍ୟରେ ଅନୁଷ୍ଠିତ ହୋଇ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି। ତହସିଲ ଛକ ସ୍ଥିତ ସନି ମନ୍ଦିର ନିକଟରେ ମେଳଣ ପଡିଆରେ ଆୟୋଜିତ ଏହି ମହୋତ୍ସବ ଦେଖିବା ପାଇଁ ହଜାର ହଜାର
ଦର୍ଶକଙ୍କ ଭିଡ଼ ଜମିଥିଲା। ମହୋତ୍ସବରେ ରଙ୍ଗିନ ଆଲୋକ ସଜ୍ଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥିଲା। ଶ୍ରେଷ୍ଠ କଳାକାରମାନଙ୍କ ଗୀତ, ବିଭିନ୍ନ ଡାନ୍ସ ଗ୍ରୁପ୍ ଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ଓ ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଏହାସହ ନୌଡ଼ି ଖେଳ ଭଳି ପାରମ୍ପରିକ କ୍ରୀଡା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହାକୁ ଦେଖି ଦର୍ଶକମାନେ ବେଶ ଆନନ୍ଦ ଉଠାଇଥିଲେ। ଦିତୀୟ ଦିନ ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଅଭିନେତା
ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ମଞ୍ଚରେ ଗୀତ ଗାଇ ଦର୍ଶକମାନଙ୍କୁ ଝୁମାଇ ଦେଇଥିଲେ। ତାଙ୍କର ଗୀତରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ସମାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇଥିବା ବେଳେ ତାଙ୍କ ସହ ଅନ୍ୟ ବିଶିଷ୍ଟ ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। କଣ୍ଠ ଶିଳ୍ପୀ ଅନୁରାଧା ପଢ଼ିଆରିଙ୍କ ଗୀତରେ ଝୂମିଲେ ଦର୍ଶକ । ଅତିଥିମାନେ ଦୋଳ ମହୋତ୍ସବର ଆୟୋଜନକୁ ପ୍ରଶଂସା କରିଥିବା
ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଏପରି ଉତ୍ସବ ଆବଶ୍ୟକ ବୋଲି କହିଥିଲେ। କାକଟପୁର–ଅସ୍ତରଙ୍ଗ ଅଞ୍ଚଳରେ ଏହି ଦୋଳ ମହୋତ୍ସବ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ଓ ସମ୍ପ୍ରୀତିର ସନ୍ଦେଶ ଦେଉଛି। ଓଡ଼ିଆ ଅସ୍ମିତା ଓ ପୁରାତନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଇଥିବା କଥା ଆୟୋଜକମାନେ କହିଛନ୍ତି। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂ