ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ l ନୂଆପଡ଼ା-୯/୧(ଏସ. ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ୍, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ୍, ଏ ପି ଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଶିଷ୍ଟ କ୍ରୀଡାବିତ୍ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞ।ପନ କରିଥିଲେ । ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ l ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ ରାମଧୁନ ପ୍ରଭାତଫେରି ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭.୦୦ ରୁ ୮.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି, ମହାତ୍ମା ଗାନ୍ଧୀ ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଭିନ୍ନ ପ୍ରଜ୍ଞାପନ ମେଢ଼କୁ ଏକତା ଛକରେ ପତାକା ଦେଖାଇ ଶୁଭାରମ୍ଭ କରିବେ l ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଦଳ ଭାଗ ନେବେ ଏବଂ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିବେ । ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ , ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଦ୍ବାରା ଚଉଦ ବର୍ଷ ରୁ କମ୍ ଖେଳାଳି ମାନଙ୍କୁ ନେଇ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ l ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ସମାରୋହ ଅନୁଷ୍ଠିତ ହେବ । ଏହାସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସାଧାରଣତନ୍ତ୍ର ଦିବସ ଦିନ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଦିବସ ଅବସରରେ ଜିଲ୍ଲାପାଳ ଏକାଦଶ, ଏସ୍ ପି ଏକାଦଶ, ପ୍ରେସ ଏକାଦଶ ଓ ବାର୍ ଆସୋସିଏସନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ l ସନ୍ଧ୍ୟାରେ ଜିଲ୍ଲା ସାଂସ୍କୃତିକପରିଷଦ ଆନୁକୁଲ୍ୟରେ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ମାତରଂ ଓ ଭାରତୀୟମ୍" ଅନୁଷ୍ଠିତ ହେବ l ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ପ୍ରଶାସନିକ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ , ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ l ନୂଆପଡ଼ା-୯/୧(ଏସ. ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ୍, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ୍, ଏ ପି ଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଶିଷ୍ଟ କ୍ରୀଡାବିତ୍ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞ।ପନ କରିଥିଲେ । ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ l ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ
ରାମଧୁନ ପ୍ରଭାତଫେରି ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭.୦୦ ରୁ ୮.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି, ମହାତ୍ମା ଗାନ୍ଧୀ ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଭିନ୍ନ ପ୍ରଜ୍ଞାପନ ମେଢ଼କୁ ଏକତା ଛକରେ ପତାକା ଦେଖାଇ ଶୁଭାରମ୍ଭ କରିବେ l ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଦଳ ଭାଗ ନେବେ ଏବଂ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିବେ । ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ , ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଦ୍ବାରା ଚଉଦ ବର୍ଷ ରୁ କମ୍ ଖେଳାଳି ମାନଙ୍କୁ ନେଇ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ l ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ
ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ସମାରୋହ ଅନୁଷ୍ଠିତ ହେବ । ଏହାସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସାଧାରଣତନ୍ତ୍ର ଦିବସ ଦିନ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଦିବସ ଅବସରରେ ଜିଲ୍ଲାପାଳ ଏକାଦଶ, ଏସ୍ ପି ଏକାଦଶ, ପ୍ରେସ ଏକାଦଶ ଓ ବାର୍ ଆସୋସିଏସନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ l ସନ୍ଧ୍ୟାରେ ଜିଲ୍ଲା ସାଂସ୍କୃତିକପରିଷଦ ଆନୁକୁଲ୍ୟରେ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ମାତରଂ ଓ ଭାରତୀୟମ୍" ଅନୁଷ୍ଠିତ ହେବ l ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ପ୍ରଶାସନିକ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ , ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l
- ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।2
- ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ1
- ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି1
- ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।1
- କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- Post by KOSAL TIMES1
- ନୂଆପଡା ଜ଼ିଲ୍ଲା ଖଡ଼ିଆଳକୁ ପହଂଚିଲା ସୁବର୍ଣ୍ଣ କୋଦଣ୍ଡ ଧନୁଷ ରଥ, ଭବ୍ୟ ସ୍ୱାଗତ କଲେ ଅଞ୍ଚଳ ବାସୀ l1