Shuru
Apke Nagar Ki App…
User5115 Susanta Kumar Pattnaik
More news from ଓଡ଼ିଶା and nearby areas
- Post by User5115 Susanta Kumar Pattnaik1
- ଧାନ ବିକିଵା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି:ଶେଷଦେବ ନନ୍ଦ1
- Flat for sale infront of the AIIMS1
- Jay Jagannath 🙏1
- ୩୦ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରଶାନ୍ତି ନୃତ୍ୟସଂଗୀତ ପରିଷଦ, ପୁରୀ ପକ୍ଷରୁ ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେପରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ଟ୍ରଷ୍ଟର ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ଆଲୋଚନା ଓ କବିତା ପାଠ ଅନୁଷ୍ଠାନର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ସୈାଭାଗ୍ୟ କୁମାର ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀମତୀ ରେଣୁକା ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ୍ତ ରାୟ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡକ୍ଟର ଅଭିମନ୍ୟୁ ଭୂୟାଁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ଡକ୍ଟର ଦିଲ୍ଲୀପ କୁମାର ସେନାପତି ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ ସୁଲଭ ପ୍ରକାଶନୀ ପକ୍ଷରୁ ପ୍ରକାଶିତ 'କର ପର ଉପକାର ' ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶିବସୁନ୍ଦର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ମନୋଜ୍ଞ କବିତାପାଠକୁ ସଂଯୋଜନା କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ ଏବଂ 'ଦିବ୍ୟଦର୍ଶନ' ସମ୍ପାଦିକା ପ୍ରବାସିନୀ ମିଶ୍ର। ସଭାକାର୍ଯ୍ୟରେ ସହଯୋଗ କରିଥିଲେ ଯୋଗେନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, ସୁକାନ୍ତି ମିଶ୍ର, ରଶ୍ମି ରେଖା ସାମନ୍ତରାୟ, ମୀରା ମହାନ୍ତି , ରଚିତା ରାଉତରାୟ, ମିନତି ମିଶ୍ର, ଅନନ୍ତ ପ୍ରଧାନ, ଅଭିମନ୍ୟୁ ଗୁରୁ, ଚାରୁଲତା ମିଶ୍ର, ରଶ୍ମି ବେହେରା, ରୋଜାଲିନ ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ।2
- ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।4
- ଜାନୁୟାରୀ 26 ପାଇଁ ପ୍ରଶାସନ ର ବୈଠକ2
- Post by User5115 Susanta Kumar Pattnaik1