କେନ୍ଦୁଝରର ସ୍ଥାନୀୟ ରୋଟାରୀ ଭବନଠାରେ କବି କୁମରମଣୀ ତନ୍ତୀଙ୍କ କବିତା ସଂକଳନ 'ବିଦଗ୍ଧ କବିତା' ଲୋକାର୍ପିତ ହୋଇଯାଇଛି। କେନ୍ଦୁଝର ଅନୁସୂଚିତ ଜାତି ଏକତା ମଞ୍ଚ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ସଭାପତି ତଥା କବୟିତ୍ରୀ ଗୀତାଞ୍ଜଳୀ ପାତ୍ର ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁସ୍ତକର ରଚୟିତା କବି କୁମରମଣୀ ତନ୍ତୀ ନିଜର ସଂଘର୍ଷମୟ ଜୀବନ କାହାଣୀ ଏବଂ ସାହିତ୍ୟ ସାଧନା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ କବି ମାଗୁଣି ଚରଣ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଡା. ବିମ୍ବାଧର ବେହେରା, ବରିଷ୍ଠ କବି ଭରତ ଚନ୍ଦ୍ର ପାତ୍ର, କବି କୈଳାସ ଚନ୍ଦ୍ର ତନ୍ତୀ ଏବଂ ପ୍ରଫେସର ଡା. ବିଜୟ ପାତ୍ର ଯୋଗ ଦେଇଥିଲେ। ଅତିଥିମାନେ କହିଥିଲେ ଯେ କବି କୁମରମଣୀ ତନ୍ତୀଙ୍କର ଏହି କବିତା ପୁସ୍ତକ ହେଉଛି ଏକ ସଫଳ ଦଳିତ ସାହିତ୍ୟ ପୁସ୍ତକ। ଏହାର ପ୍ରତିଟି କବିତାରେ ଉତ୍କଟ ଜାତିପ୍ରଥା, ଦଳିତଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୁଦ୍ଧରେ ସନ୍ଥକବି ଭୀମଭୋଇଙ୍କ ଭଳି ଏକ ନିରବ ବିଦ୍ରୋହର ସ୍ୱର ଶୁଣିବାକୁ ମିଳେ। ଏଥିରେ ଥିବା ୨୯ଟି କବିତା ଦଳିତ ଓ ନିର୍ଯାତିତ ଲୋକଙ୍କ ମନରୁ ନିଷ୍କ୍ରିୟତା ଦୂର କରି ସେମାନଙ୍କ ଚିନ୍ତା ଚେତନାକୁ ଶାଣିତ ଓ ଉଦ୍ଦୀପିତ କରିବ। ରାଉରକେଲାରୁ ଆସିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କବି କାଶୀନାଥ ପାତ୍ର ଏହି ପୁସ୍ତକର ସମସ୍ତ କବିତାକୁ ସବିଶେଷ ଓ ପ୍ରାଞ୍ଜଳ ଭାବେ ସମୀକ୍ଷା କରିଥିଲେ। ଏହି ଅବସରରେ ମଞ୍ଚ ସଂଯୋଜନା କରିଥିଲେ ସମ୍ପାଦକ ନିରୋଦ କୁମାର ବେହେରା। ସାମ୍ବାଦିକ ସୁଢଳ ସେଠୀ ଓ ବହୁଜନ ନେତା ସୋମନାଥ ଜେନା କବିତା ପାଠ କରିଥିବା ବେଳେ ଶେଷରେ ପାତ୍ର ତନ୍ତୀ ସମାଜର ସଭାପତି ବାବାଜୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କବି ହରେକୃଷ୍ଣ ଵେଜ୍, ଡମ୍ବରୁ ମହାନ୍ତ, ପବିତ୍ର ପାତ୍ର, ଶରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ଶରତ ଦାସ, ଅଲେଖ ଚନ୍ଦ୍ର ପାତ୍ର, ହଳଧର ପାତ୍ର, ଆଇନଜୀବୀ ସନ୍ତୋଷ ଦାସ, ପାଲା ଗାୟକ ରମାକାନ୍ତ ପାତ୍ର, ଭାସ୍କର ପାତ୍ର, ଗୋକୁଳ ପାତ୍ର ଏବଂ ବସନ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭା ପରିଚାଳନାରେ ପୂର୍ଣ୍ଣଚନ୍ଦ୍ର ଦାସ, ପଞ୍ଚାନନ ସେଠୀ, ପବିତ୍ର ପାତ୍ର, କ୍ଷୀରୋଦ ଚନ୍ଦ୍ର ପାତ୍ର, ଧନୁର୍ଜୟ ନାରାୟଣ ପାତ୍ର, ତପନ କୁମାର ପୂର୍ତ୍ତୀ, ସୁରେଶ ଚନ୍ଦ୍ର ମହାନ୍ତ, ଦୀପକ ଚନ୍ଦ୍ର ପାତ୍ର, ବୀରଭଦ୍ର ପାତ୍ର ଏବଂ ଭୀଷ୍ମ ମହାନ୍ତ ସହଯୋଗ କରିଥିଲେ।

- କେନ୍ଦୁଝର ଟାଉନ ପୋଲିସ ଏକ ଆନ୍ତଃରାଜ୍ୟ ଏଟିଏମ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ କିଙ୍ଗପିନଙ୍କୁ ଗିରଫ କରିବାରେ ସଫଳ ହୋଇଛି। କେନ୍ଦୁଝରର ବଡମନୋହରପୁର ଗ୍ରାମର ୫୮ ବର୍ଷୀୟ ରମେଶ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୧.୦୫.୨୦ରିଖରେ ମଣ୍ଡୁଆଠାରେ ଏକ ଏଟିଏମରୁ ୫ ହଜାର ଟଙ୍କା ଉଠାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଏଟିଏମ ପିନ୍ ଦେଖିନେଇଥିଲେ ଏବଂ ଚତୁରତାର ସହ କାର୍ଡ ବଦଳାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୪,୧୦୦ ଟଙ୍କା ଲୁଟି ନେଇଥିଲେ। ବୈଜ୍ଞାନିକ ତଦନ୍ତ, ବୈଷୟିକ ନିରୀକ୍ଷଣ, ସିସିଟିଭି ବିଶ୍ଳେଷଣ ଏବଂ କ୍ଷେତ୍ର ତଦନ୍ତ ବଳରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲାର ନେମାଳ ଥାନା ଅଧୀନ ଜାମରା ଗ୍ରାମର ଲିଟୁ ଓରଫ ବଳରାମ ସାହୁ (୩୪), ତରଡ଼ା ଶାସନର ମୃତ୍ୟଞ୍ଜୟ ମହାପାତ୍ର (୩୯), କୋଇଲିରଙ୍ଗି ଗ୍ରାମର ଡ୍ରାଇଭର ମାନସ ରଞ୍ଜନ ପାଣି (୩୦) ଏବଂ କେନ୍ଦ୍ରାପଡ଼ା ସଦର ଥାନା ଗିରିଗୋଲା ଶାସନର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ (୨୫)। ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ମାରୁତି ଫ୍ରଙ୍କସ୍ କାର (OD-05-CK-7228), ବିଭିନ୍ନ ବ୍ୟାଙ୍କର ୨୩୨ଟି ଏଟିଏମ/ଡେବିଟ୍ କାର୍ଡ, ୯ଟି ମୋବାଇଲ୍ ଫୋନ୍ (୭ଟି କିପ୍ୟାଡ୍ ଏବଂ ୨ଟି ସ୍ମାର୍ଟଫୋନ୍) ଏବଂ ନଗଦ ୧୨,୨୬୦ ଟଙ୍କା ଜବତ କରାଯାଇଛି। ଜବତ କାର୍ଡଗୁଡ଼ିକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କର ଅଟେ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇ ଏବଂ ଟାଉନ ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ମୁଖ୍ୟତଃ ବୟସ୍କ ଏବଂ ସରଳ ଏଟିଏମ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ଏଟିଏମ ପିନ୍ ଦେଖିନେବା ପରେ ପୀଡ଼ିତଙ୍କ ମନ ଅନ୍ୟଆଡ଼େ ବୁଲାଇ ଚତୁରତାର ସହ କାର୍ଡ ବଦଳାଇ ଦେଉଥିଲେ। ଅଭିଯୁକ୍ତମାନେ ଚିହ୍ନଟ ନ ହେବା ପାଇଁ ଗାଡ଼ି ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଏପରି କାଣ୍ଡ ଭିଆଉଥିଲେ। ମାଷ୍ଟରମାଇଣ୍ଡ ଲିଟୁ ବଳରାମ ସାହୁଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ଏଟିଏମ ସ୍ୱାପିଂ, ସାଇବର ଠକେଇ ଓ ଡକାୟତି ଭଳି ୫୦ରୁ ଅଧିକ ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ଅନେକ ସମାନ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପ୍ରକୃତ କାର୍ଡଧାରୀ ଓ ଠକେଇର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।3
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।1
- ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଶ୍ରମିକଙ୍କ ବକେୟା ପାରିଶ୍ରମିକକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିବାଦକୁ ନେଇ ୧୪ ନମ୍ବର ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ସ୍ବାମୀ ତଥା ଠିକାଦାର ସଞ୍ଜୟ ବୁଗୁଡ଼ିଙ୍କୁ କିଛି ଶ୍ରମିକ ରାସ୍ତା ଉପରେ ଅଟକାଇ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ମାମଲାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅଧୂକ ଜୋର ଧରିଛି।1
- ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।1
- କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ବୋର୍ଡ ନିର୍ବାଚନରେ ବିଜୟୀ ହୋଇଥିବା ସଭ୍ୟ ଏବଂ ଜିଲ୍ଲାର ନେତୃବର୍ଗଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ସେ ସମସ୍ତ ବିଜୟୀ ସଭ୍ୟ ଓ ଜିଲ୍ଲା ନେତୃବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।1
- ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଗତ ଶନିବାର କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଓ ଜଣେ ଷ୍ଟାଫ ନର୍ସଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ କଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଳଚେର ବିଧାୟକଙ୍କ ଇଂଗିତରେ ମନୋଜ ସାହୁ ଏବଂ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ମିଶି ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ପୂର୍ବରୁ ମଧ୍ୟ ମନୋଜ ଏପରି ଆକ୍ରମଣ କରିଥିବା କଥା ବିକାଶ ପ୍ରକାଶ କରିଛନ୍ତି। ମେଡିକାଲ କଲେଜରେ ବିଜେଡିର ଏହି ଗୁଣ୍ଡାରାଜ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାର ପ୍ରତିବାଦରେ ରବିବାର ଦିନ ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତାମାନେ ତାଳଚେର କଲିୟରୀ ଥାନା ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ। ଉକ୍ତ ଘଟଣାରେ ତାଳଚେର ବିଧାୟକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ଯଦି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା କରୁଣାକର ସାହୁ, ରାଜେନ୍ଦ୍ର ସିଂହ, ବିରଞ୍ଚି ସାହୁ, ମାନସ ସାହୁ, ସୁନୀଲ ବିଶ୍ୱାଳ, ମନୋଜ ପ୍ରଧାନ, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ବିଭୁତି ସାହୁଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।1
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।1
- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।3