logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ରାଜପଥ-୬ର ପୋଖରୀବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଗୁରୁବାର ସକାଳେ ପୁଣି ଏକ ପିଚୁ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଅମ୍ବାଦୋଳା ପଟୁ ଆସୁଥିବା ବେଳେ ଛକର ତୀବ୍ର ବୁଲାଣି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସ୍ଥାନରେ ଦୁର୍ଘଟଣାକୁ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଆଜି ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ବିଶାଖାପାଟଣାରୁ ପିଚୁ ନେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ପୋଖରୀବନ୍ଧ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଶ୍ୱନାଥପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

1 hr ago
user_Gopal Das Mahananda
Gopal Das Mahananda
Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
1 hr ago

ରାଜ୍ୟ ରାଜପଥ-୬ର ପୋଖରୀବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଗୁରୁବାର ସକାଳେ ପୁଣି ଏକ ପିଚୁ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଅମ୍ବାଦୋଳା ପଟୁ ଆସୁଥିବା ବେଳେ ଛକର ତୀବ୍ର ବୁଲାଣି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସ୍ଥାନରେ ଦୁର୍ଘଟଣାକୁ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସୂଚନା ଅନୁଯାୟୀ, ଆଜି ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ବିଶାଖାପାଟଣାରୁ ପିଚୁ ନେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ପୋଖରୀବନ୍ଧ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବିଶ୍ୱନାଥପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

More news from ଓଡ଼ିଶା and nearby areas
  • କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ସତସଂଗ କଲୋନୀ ଶିବାଜୀ ନଗର ଅଞ୍ଚଳରେ ମୋହନ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଚାଲିଛି। ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯାଉଛି। ବର୍ଷା ଯୋଗୁଁ କଲଭର୍ଟର କଂକ୍ରିଟ ଉପରେ ପଲିଥିନ ଢଙ୍କା ଯାଇଥିବା ବେଳେ କଂକ୍ରିଟ କାମ ପାଇଁ ରାସ୍ତାକୁ ବ୍ଲକ କରିଦିଆଯାଇଛି। ଫଳରେ ନିଜ ନିଜ ଡ୍ୟୁଟି ସାରି ସାହି ଭିତରେ ଥିବା ଘରକୁ ଫେରିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
    1
    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ସତସଂଗ କଲୋନୀ ଶିବାଜୀ ନଗର ଅଞ୍ଚଳରେ ମୋହନ ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' କାର୍ଯ୍ୟକ୍ରମ ଚାଲିଛି। ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯାଉଛି।

ବର୍ଷା ଯୋଗୁଁ କଲଭର୍ଟର କଂକ୍ରିଟ ଉପରେ ପଲିଥିନ ଢଙ୍କା ଯାଇଥିବା ବେଳେ କଂକ୍ରିଟ କାମ ପାଇଁ ରାସ୍ତାକୁ ବ୍ଲକ କରିଦିଆଯାଇଛି। ଫଳରେ ନିଜ ନିଜ ଡ୍ୟୁଟି ସାରି ସାହି ଭିତରେ ଥିବା ଘରକୁ ଫେରିବା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    3 hrs ago
  • କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜ ପାଳିବା ପାଇଁ ସାଙ୍ଗସାଥୀଙ୍କ ସହ ଚନ୍ଦ୍ରାବତୀ ନାମକ ଜଣେ ମହିଳା ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
    1
    କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜ ପାଳିବା ପାଇଁ ସାଙ୍ଗସାଥୀଙ୍କ ସହ ଚନ୍ଦ୍ରାବତୀ ନାମକ ଜଣେ ମହିଳା ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    25 min ago
  • ଆନ୍ଧ୍ର ପ୍ରଦେଶରୁ ହାତୀମାନେ ଓଡ଼ିଶାରେ ପ୍ରବେଶ କରିଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି। ଚାଷୀମାନେ ଭୟ କରୁଛନ୍ତି ଯେ ଏହି ହାତୀମାନେ ରାତିରେ ଶହ ଶହ ଏକର ଫସଲ ଖାଇ ନଷ୍ଟ କରିଦେଇପାରନ୍ତି।
    1
    ଆନ୍ଧ୍ର ପ୍ରଦେଶରୁ ହାତୀମାନେ ଓଡ଼ିଶାରେ ପ୍ରବେଶ କରିଥିବା ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି। ଚାଷୀମାନେ ଭୟ କରୁଛନ୍ତି ଯେ ଏହି ହାତୀମାନେ ରାତିରେ ଶହ ଶହ ଏକର ଫସଲ ଖାଇ ନଷ୍ଟ କରିଦେଇପାରନ୍ତି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    42 min ago
  • ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। କୋଡ଼ିଙ୍ଗା ପୋଲିସ ଏ ନେଇ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି।
    1
    ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗକୁ ଭିତ୍ତିକରି କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

କୋଡ଼ିଙ୍ଗା ପୋଲିସ ଏ ନେଇ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି।
    user_Narendra Patra
    Narendra Patra
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • କୋରାପୁଟ ଜିଲ୍ଲାର କୋଟପାଡ଼ରେ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଧାୟକ ରୁପୁ ଭତ୍ରା ବର୍ଷିଛନ୍ତି।
    1
    କୋରାପୁଟ ଜିଲ୍ଲାର କୋଟପାଡ଼ରେ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଧାୟକ ରୁପୁ ଭତ୍ରା ବର୍ଷିଛନ୍ତି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    16 hrs ago
  • ଗଜପତି ଜିଲ୍ଲାର ଶୁଖିଲାଆମ୍ବ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ରାମଗିରି ହାଇସ୍କୁଲର ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆହତ ଶିକ୍ଷକ ଜଣକ ନିଜ ଘର କଳାହାଣ୍ଡିରୁ ରାମଗିରି, ଗଜପତିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
    1
    ଗଜପତି ଜିଲ୍ଲାର ଶୁଖିଲାଆମ୍ବ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଛି, ଯେଉଁଥିରେ ରାମଗିରି ହାଇସ୍କୁଲର ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ, ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଆହତ ଶିକ୍ଷକ ଜଣକ ନିଜ ଘର କଳାହାଣ୍ଡିରୁ ରାମଗିରି, ଗଜପତିକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.