Shuru
Apke Nagar Ki App…
ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। କୋଡ଼ିଙ୍ଗା ପୋଲିସ ଏ ନେଇ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି।
Narendra Patra
ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। କୋଡ଼ିଙ୍ଗା ପୋଲିସ ଏ ନେଇ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି।
More news from ଓଡ଼ିଶା and nearby areas
- ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତର ଚଚରଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। କୋଡ଼ିଙ୍ଗା ପୋଲିସ ଏ ନେଇ ୧୦୧/୨୬ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦଶରଥ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି।1
- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଚଚରଗୁଡା ଗ୍ରାମର ୨୧ ବର୍ଷୀୟା ଯୁବତୀ ଚନ୍ଦ୍ରା ଭତ୍ରାଙ୍କୁ ଗତ ରବିବାର ରାତିରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ପରିବାର ଲୋକେ କଠୋର ଦଣ୍ଡ ଦାବି କରିଛନ୍ତି। ଅଭିଯୋଗ ପରେ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଦଶରଥ ମାଝୀ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ନବରଙ୍ଗପୁର ଆରକ୍ଷୀ ଅଧ୍ୟକ୍ଷ ଏକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି। ଅନ୍ୟପଟେ, ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ପୀଡିତ ପରିବାର ନିକଟରେ ପହଞ୍ଚି ନିଜର ସମବେଦନା ଜଣାଇଛନ୍ତି। ସେ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେବା ସହ ଏହି ଦୁଃଖ ସମୟରେ ସରକାର ପରିବାର ସହିତ ଅଛି ଏବଂ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଶ୍ରୀ ମାଝୀ ଦୋଷାହ କ୍ରିୟା ପାଇଁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି। ପରିବାର ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବାକୁ ଶ୍ରୀ ମାଝୀଙ୍କ ନିକଟରେ ଦାବି କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଏବଂ ଦୁଃଖିତ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ପୀଡିତ ପରିବାର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛି।1
- କୋରାପୁଟ ଜିଲ୍ଲାର କୋଟପାଡ଼ରେ ଏକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବିଧାୟକ ରୁପୁ ଭତ୍ରା ବର୍ଷିଛନ୍ତି।1
- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଚଚରାଗୁଡା ଗ୍ରାମର ସଦନ ଭତ୍ରାଙ୍କ ଝିଅ ଚନ୍ଦ୍ରା ଭତ୍ରା (୨୧)ଙ୍କୁ ବିଗତ ରବିବାର ରାତିରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଆଟିଗାଁ ଗ୍ରାମର ସନ୍ଧର ମାଝୀଙ୍କ ପୁଅ ଦଶରଥ ମାଝୀ (୨୫)ଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ବେଳେ ଦଶରଥ ଯୁବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହି ଘଟଣାରେ କୋଡ଼ିଙ୍ଗା ପୋଲିସ ୧୦୧/୨୬ରେ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିବା ନେଇ ଅରୋକ୍ଷ ଅଧିକ୍ଷକ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।1
- ଦେଖନ୍ତୁ 🙏🙏🙏1
- ମାଲକାନଗିରି ଜିଲ୍ଲାର କାଲିମେଳା ପୋଲିସ ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ପୋତାଖାଲ ଗ୍ରାମ ନିକଟରେ ଚଢ଼ାଉ କରି ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ଅତି ଚତୁରତାର ସହ କମ୍ବଳ ଭିତରେ ଗଞ୍ଜେଇ ଲୁଚାଇ ଚୋରା ଚାଲାଣ କରୁଥିଲେ। ଜବତ ହୋଇଥିବା ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ୩ଟି ମୋଟରସାଇକେଲ ଏବଂ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ପୋଲିସ ଜବତ କରିଛି। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ, ମହମଦ ଜିସାନ (୩୨), ଅଫତାବ ଅଲି (୨୪), ଏବଂ ଅରମାନ ଖାନ (୧୯) ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଚତୁର୍ଥ ଅଭିଯୁକ୍ତ ଇର୍ମା ପଡ଼ିଆମୀ (୩୫) ମାଲକାନଗିରି ଜିଲ୍ଲା ଦରବାଗୁଡ଼ାର ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଏନଡିପିଏସ ଆକ୍ଟ ଅନୁଯାୟୀ କେସ୍ ନମ୍ବର ୧୩୯/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।4
- ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ସଦର ମେଡିକାଲ୍ରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବାବେଳେ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।1
- କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚାଷୀଙ୍କ ପାଇଁ କାଳବୈଶାଖୀ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଭାରୀ ବର୍ଷା ଯୋଗୁଁ ମଣ୍ଡିରେ ଗଚ୍ଛିତ ହୋଇ ରହିଥିବା ଚାଷୀଙ୍କ ଧାନ ସମ୍ପୂର୍ଣ୍ଣ ଭିଜିଯାଇଛି। ଘୁମର, ନୂଆଁଗାଁ ଏବଂ ଷଣ୍ଡଗାଁ ଅଞ୍ଚଳର ଚାଷୀମାନେ ଏହି କାଳବୈଶାଖୀ ବର୍ଷା ଯୋଗୁଁ ବ୍ୟାପକ ଧାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି ଅଦିନିଆ ବର୍ଷା ଚାଷୀମାନଙ୍କ ପାଇଁ ଏକ ବଡ଼ କ୍ଷତିକାରକ ପରିସ୍ଥିତି ସୃଷ୍ଟି କରିଛି। ଧାନ ନଷ୍ଟ ହେବା ଯୋଗୁଁ ଚାଷୀମାନଙ୍କର ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି। କୋଟପାଡ଼ ବିଡିଓ, କୋରାପୁଟ ଜିଲ୍ଲାପାଳ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha) ଏହି ଚାଷୀଙ୍କ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି।1