logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

PLOT FOR SALE PRICE SQFT 700 SQFT 800 1200 2500 3500 4000 NUMBER 8658909719

on 2 January
user_DIBYA PATTANAIK REAL ESTATE BUSINESSES
DIBYA PATTANAIK REAL ESTATE BUSINESSES
ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
on 2 January
80ab4b2d-3072-4f20-a91a-5ca797211e0f
e208ae9b-a445-4597-9ea0-921a3077acde
c9773dc7-23f2-4997-90ee-d61282ccfb5b
63eb33e3-6131-4d6e-8e3b-4eae1273047b

PLOT FOR SALE PRICE SQFT 700 SQFT 800 1200 2500 3500 4000 NUMBER 8658909719

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • କଟକ ବିଜେଡ଼ିକୁ ଶକ୍ତ ଧକ୍କା ! ପୁଣି ପ୍ରଭାତ ବିଶ୍ୱାଳଙ୍କ ମାଷ୍ଟର ଷ୍ଟ୍ରୋକ। ବିଜେଡ଼ି ଦଳ ଛାଡିଲେ ଚୌଦ୍ବାର-କଟକର ଶତାଧିକ ଯୁବ ଓ ଛାତ୍ର କର୍ମକର୍ତ୍ତା।
    1
    କଟକ ବିଜେଡ଼ିକୁ ଶକ୍ତ ଧକ୍କା !
ପୁଣି ପ୍ରଭାତ ବିଶ୍ୱାଳଙ୍କ ମାଷ୍ଟର ଷ୍ଟ୍ରୋକ। ବିଜେଡ଼ି ଦଳ ଛାଡିଲେ ଚୌଦ୍ବାର-କଟକର ଶତାଧିକ ଯୁବ ଓ ଛାତ୍ର କର୍ମକର୍ତ୍ତା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • ଢେଙ୍କାନାଳ ସହରର ଗୁଡିଆନାଳୀ ନିକଟରେ ଥିବା ମା ମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଝାମୁଯାତ୍ରା ଆଜି ପାଳିତ ହୋଇଯାଇଛିା ଅଞ୍ଚଳବାସୀଙ୍କ ସହ ଯୋଗରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଙ୍କ ଝାମୁଯାତ୍ରା ଯଥାବିଧି ଅନୁଯାୟୀ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ରିତିନୀତିର ସହିତ ପୂଜା ପାଠ ପରେ ଅପରାହ୍ନ ୪ଟା ୩୦ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ଧାରି ମାନଙ୍କୁ ଧରି କାଳେସୀ ମାନେ ନିଆଁରେ ଚାଲୁଥିବାର ଦୃଶ୍ୟ ବେଶ ନିଆରା । ଏହି ଦୃଶ୍ୟକୁ ଦେଖିବା ପାଇଁ ମାନସିକ ଧାରି ଓ ସହରବାସୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହିତ ପ୍ରଭୁ କୃପା ଲାଭ କରିଥାନ୍ତି ।
    1
    ଢେଙ୍କାନାଳ ସହରର ଗୁଡିଆନାଳୀ ନିକଟରେ ଥିବା ମା ମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଝାମୁଯାତ୍ରା ଆଜି ପାଳିତ ହୋଇଯାଇଛିା ଅଞ୍ଚଳବାସୀଙ୍କ ସହ ଯୋଗରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଙ୍କ ଝାମୁଯାତ୍ରା ଯଥାବିଧି ଅନୁଯାୟୀ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ରିତିନୀତିର ସହିତ ପୂଜା ପାଠ ପରେ ଅପରାହ୍ନ ୪ଟା ୩୦ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ଧାରି ମାନଙ୍କୁ ଧରି କାଳେସୀ ମାନେ ନିଆଁରେ ଚାଲୁଥିବାର ଦୃଶ୍ୟ ବେଶ ନିଆରା । ଏହି ଦୃଶ୍ୟକୁ ଦେଖିବା ପାଇଁ ମାନସିକ ଧାରି ଓ ସହରବାସୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହିତ ପ୍ରଭୁ କୃପା ଲାଭ କରିଥାନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    8 hrs ago
  • Post by Tapasdas 6372788705
    2
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    14 hrs ago
  • ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି । କିନ୍ତୁ କେଜାଣି କାହିଁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟୁତ୍ତର ଦେଇପାରୁ ନାହାନ୍ତି । ହୁଏତ ଏପିଷ୍ଟିନ ଫାଇଲ କିମ୍ବା ଅଦାନୀ କେଳେଙ୍କାରିର ଭୟ ତାଙ୍କୁ ମାଡ଼ି ବସୁଛି । ବର୍ତ୍ତମାନ ଭାରତର ଚାଷୀ ବିରୋଧି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ତାହାର ପ୍ରକୃତ ପ୍ରମାଣ । ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀଙ୍କର ଘୋର କ୍ଷତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡ ନୁଆଇ ଗ୍ରହଣ କରିଛନ୍ତି । ଏଥିପାଇଁ ଦେଶର ଯୁବ ବର୍ଗ ପ୍ରଧାନମନ୍ତ୍ରୀ କମ୍ପ୍ରମାଇଜଡ୍ ବୋଲି କହୁଛନ୍ତି । ଆମ ଦେଶ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ରଷିଆ ଓ ଆମେରିକା କାହାକୁ ଖାତିର ନକରି ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁଥିରେ ୨୦୦ ରୁ ଅଧିକ ଦେଶ ସଦସ୍ୟ ଥିଲେ ଏବଂ ଭାରତ ଏହାର ନେତୃତ୍ୱ ନେଉଥିଲା । ବାଙ୍ଗଲାଦେଶ ଗଠନ ପାଇଁ ପାକିସ୍ଥାନ ସହିତ ଯୁଦ୍ଧ ହେଲାବେଳେ ଆମେରିକା ତାର ସପ୍ତମ ନୌଭେଳା ପଠାଇ ଭାରତକୁ ଯୁଦ୍ଧ ବନ୍ଦପାଇଁ ଧମକ ଦେଇଥିଲା । କିନ୍ତୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକାର ଧମକକୁ ଖାତିର ନକରି ବାଙ୍ଗଲାଦେଶ ଗଠନ କଲେ ଏବଂ ପାକିସ୍ଥାନର ସୈନ୍ୟ ଆତ୍ମସମର୍ପଣ କଲେ । ପୁର୍ବର ପ୍ରଧାନମନ୍ତ୍ରୀ ଏଭଳି ଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ଆତ୍ମସମର୍ପଣ କରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ହେଲା ତାହାର ଜବାବ ଦେବାକୁ ପଡ଼ିବ । ଦେଶର ଯୁବକ ଆଜି ଉତ୍କଟ ବେକାରୀ ସମସ୍ୟା ସହ ଜୁଝୁଛି । ଦେଶରେ ନିଜର ଭବିଷ୍ୟତ ଗଢ଼ିନପାରି ରୋଜଗାର ପାଇଁ ଦେଶର ଯୁବକ ବିଦେଶ ପଳାଉଛନ୍ତି । ଓଡ଼ିଶାରେ ଏକ ଅଦଭୁତ ସରକାର ଅଛି । ବିନା ଦାୟିତ୍ୱବୋଧରେ ଶାସନ ଚାଲିଛି । କଟକ ବଡ଼ ଡାକ୍ତରଖାନାରେ ରୋଗୀ ହତ୍ୟା ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥାକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ଏବଂ ଏହି ବ୍ୟବସ୍ଥାକୃତ ଅଘଟଣ ପାଇଁ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନଙ୍କୁ ନରହତ୍ୟା ଅପରାଧରେ ଦଣ୍ଡିତ କରିବା କଥା । ମଣ୍ଡିରେ ଚାଷୀଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି । କଟନୀ ଛଟନୀ କରି ଚାଷୀଙ୍କୁ ହନ୍ତସନ୍ତ କରାଯାଉଛି । ସରକାର ଏବଂ ମିଲମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀର ସ୍ୱାର୍ଥ ବଳିପଡ଼ିଯାଉଛି । ଏମଏସପି ମୂଲ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ଚାଷୀଙ୍କ ବଳକା ଧାନକୁ ଶାଗମାଛ ମୂଲ୍ୟରେ ମିଲର୍ସମାନଙ୍କ ଦେବାକୁ ପଡ଼ୁଛି । ନାରୀ ଅତ୍ୟାଚାରର ସୀମା ଲଙ୍ଘିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାରୀ ଦୁଷ୍କର୍ମର ଶିକାର ହେଉଛି । ନାରୀ ସୁରକ୍ଷା ସ୍ଥିତି ରାଜ୍ୟରେ ଅତି ଗମ୍ଭିର । ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସକୁ ଲଢ଼େଇ କରିବାକୁ ପଡ଼ିବ । ଏମାନଙ୍କୁ ଗାଦିଚୁୃ୍ୟତ ନକଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଚିବ କହିଥିଲେ ।
    1
    ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । 
ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି । କିନ୍ତୁ କେଜାଣି କାହିଁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟୁତ୍ତର ଦେଇପାରୁ ନାହାନ୍ତି । ହୁଏତ ଏପିଷ୍ଟିନ ଫାଇଲ କିମ୍ବା ଅଦାନୀ କେଳେଙ୍କାରିର ଭୟ ତାଙ୍କୁ  ମାଡ଼ି ବସୁଛି । ବର୍ତ୍ତମାନ ଭାରତର ଚାଷୀ ବିରୋଧି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ତାହାର ପ୍ରକୃତ ପ୍ରମାଣ । ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀଙ୍କର ଘୋର କ୍ଷତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡ ନୁଆଇ ଗ୍ରହଣ କରିଛନ୍ତି । ଏଥିପାଇଁ ଦେଶର ଯୁବ ବର୍ଗ ପ୍ରଧାନମନ୍ତ୍ରୀ କମ୍ପ୍ରମାଇଜଡ୍ ବୋଲି କହୁଛନ୍ତି । ଆମ ଦେଶ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ରଷିଆ ଓ ଆମେରିକା କାହାକୁ ଖାତିର ନକରି ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁଥିରେ ୨୦୦ ରୁ ଅଧିକ ଦେଶ ସଦସ୍ୟ ଥିଲେ ଏବଂ ଭାରତ ଏହାର ନେତୃତ୍ୱ ନେଉଥିଲା । ବାଙ୍ଗଲାଦେଶ ଗଠନ ପାଇଁ ପାକିସ୍ଥାନ ସହିତ ଯୁଦ୍ଧ ହେଲାବେଳେ ଆମେରିକା ତାର ସପ୍ତମ ନୌଭେଳା ପଠାଇ ଭାରତକୁ ଯୁଦ୍ଧ ବନ୍ଦପାଇଁ ଧମକ ଦେଇଥିଲା । କିନ୍ତୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକାର ଧମକକୁ ଖାତିର ନକରି ବାଙ୍ଗଲାଦେଶ ଗଠନ କଲେ ଏବଂ ପାକିସ୍ଥାନର ସୈନ୍ୟ ଆତ୍ମସମର୍ପଣ କଲେ । ପୁର୍ବର ପ୍ରଧାନମନ୍ତ୍ରୀ ଏଭଳି ଥିଲେ । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ଆତ୍ମସମର୍ପଣ କରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ହେଲା ତାହାର ଜବାବ ଦେବାକୁ ପଡ଼ିବ । ଦେଶର ଯୁବକ ଆଜି ଉତ୍କଟ ବେକାରୀ ସମସ୍ୟା ସହ ଜୁଝୁଛି । ଦେଶରେ ନିଜର ଭବିଷ୍ୟତ ଗଢ଼ିନପାରି ରୋଜଗାର ପାଇଁ ଦେଶର ଯୁବକ ବିଦେଶ ପଳାଉଛନ୍ତି । ଓଡ଼ିଶାରେ ଏକ ଅଦଭୁତ ସରକାର ଅଛି । ବିନା ଦାୟିତ୍ୱବୋଧରେ ଶାସନ ଚାଲିଛି । 
କଟକ ବଡ଼ ଡାକ୍ତରଖାନାରେ ରୋଗୀ ହତ୍ୟା ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥାକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ଏବଂ ଏହି ବ୍ୟବସ୍ଥାକୃତ ଅଘଟଣ ପାଇଁ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନଙ୍କୁ ନରହତ୍ୟା ଅପରାଧରେ ଦଣ୍ଡିତ କରିବା କଥା ।  
ମଣ୍ଡିରେ ଚାଷୀଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି । କଟନୀ ଛଟନୀ କରି ଚାଷୀଙ୍କୁ ହନ୍ତସନ୍ତ କରାଯାଉଛି । ସରକାର ଏବଂ ମିଲମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀର ସ୍ୱାର୍ଥ ବଳିପଡ଼ିଯାଉଛି । ଏମଏସପି ମୂଲ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ଚାଷୀଙ୍କ ବଳକା ଧାନକୁ ଶାଗମାଛ ମୂଲ୍ୟରେ ମିଲର୍ସମାନଙ୍କ ଦେବାକୁ ପଡ଼ୁଛି । 
ନାରୀ ଅତ୍ୟାଚାରର ସୀମା ଲଙ୍ଘିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାରୀ ଦୁଷ୍କର୍ମର ଶିକାର ହେଉଛି । ନାରୀ ସୁରକ୍ଷା ସ୍ଥିତି ରାଜ୍ୟରେ ଅତି ଗମ୍ଭିର । ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସକୁ ଲଢ଼େଇ କରିବାକୁ ପଡ଼ିବ । ଏମାନଙ୍କୁ ଗାଦିଚୁୃ୍ୟତ ନକଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଚିବ କହିଥିଲେ ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • ପୁଣି କଟକରେ ଅଗ୍ନିକାଣ୍ଡ ! ପୂଜା ଆଳତି ବେଳେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣା ନଗରର ଘଟଣା। ସୂଚନାଥାଉକି, ଏକ ଘର ଭିତରେ ସନ୍ଧ୍ୟା ପୂଜା ଆରତୀ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଘରେ ରହୁଥିବା ଭଡାଟିଆ ଏକ ଶୟନ କକ୍ଷରେ ଆରତୀ କରୁଥିଲେ ଯେଉଁଠାରେ ଦେବତାଙ୍କ ପ୍ରତିମା ରଖାଯାଇଥିଲା। ପୂଜା ସମୟରେ, ବାସିନ୍ଦାମାନଙ୍କ ସହ କଥାବାର୍ତ୍ତାରେ ମଗ୍ନ ହେବାରୁ ଆରତୀ ଅଣଦେଖା ହୋଇ ରହିଗଲା। ଯାହା ଫଳରେ କୋଠରୀ ଭିତରେ ନିଆଁ ଲାଗିଗଲା ଏବଂ ବ୍ୟାପିଗଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ପରିସ୍ଥିତିର ମୁକାବିଲା କଲେ ଏବଂ ତୁରନ୍ତ ସହାୟତା ପ୍ରଦାନ କଲେ। ଘର ମାଲିକଙ୍କ ବନ୍ଧୁ ଯୁବ କର୍ମୀ ସାଇ ସୌରଭ ଜେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଏହାର ପ୍ରସାରକୁ ହ୍ରାସ କରିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଫଳତାର ସହ ଲିଭାଇ ଦେଇଥିଲା, ଅଧିକ କ୍ଷୟକ୍ଷତିକୁ ରୋକିଥିଲା ​​। ଏହି ଖବର ଶୁଣି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ କ୍ଷୟକ୍ଷତି ଆକଳନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ପୀଡିତଙ୍କ ସହିତ ଆଲୋଚନା କରିଥିଲେ, ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆବଶ୍ୟକ ସହାୟତା ଯୋଗାଇବା ନିଶ୍ଚିତ କରିଥିଲେ।ସୌଭାଗ୍ୟବଶତଃ, କୌଣସି ବଡ଼ କ୍ଷୟକ୍ଷତି ହୋଇ ନଥିବା ବେଳେ, ଏହି ଘଟଣା କିଛି ସମ୍ପତ୍ତି କ୍ଷତି କରିଛି। ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଅଗ୍ନି ସମ୍ପର୍କିତ ପୂଜାର୍ଚ୍ଚନା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଶେଷକରି ଆବଦ୍ଧ ସ୍ଥାନରେ ଅଗ୍ନି କେବେବି ଅଣଦେଖା ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
    1
    ପୁଣି କଟକରେ ଅଗ୍ନିକାଣ୍ଡ ! ପୂଜା ଆଳତି ବେଳେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣା ନଗରର ଘଟଣା। ସୂଚନାଥାଉକି, ଏକ ଘର ଭିତରେ ସନ୍ଧ୍ୟା ପୂଜା ଆରତୀ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଘରେ ରହୁଥିବା ଭଡାଟିଆ ଏକ ଶୟନ କକ୍ଷରେ ଆରତୀ କରୁଥିଲେ ଯେଉଁଠାରେ ଦେବତାଙ୍କ ପ୍ରତିମା ରଖାଯାଇଥିଲା। ପୂଜା ସମୟରେ, ବାସିନ୍ଦାମାନଙ୍କ ସହ କଥାବାର୍ତ୍ତାରେ ମଗ୍ନ ହେବାରୁ ଆରତୀ ଅଣଦେଖା ହୋଇ ରହିଗଲା। ଯାହା ଫଳରେ କୋଠରୀ ଭିତରେ ନିଆଁ ଲାଗିଗଲା ଏବଂ ବ୍ୟାପିଗଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ପରିସ୍ଥିତିର ମୁକାବିଲା କଲେ ଏବଂ ତୁରନ୍ତ ସହାୟତା ପ୍ରଦାନ କଲେ। ଘର ମାଲିକଙ୍କ ବନ୍ଧୁ ଯୁବ କର୍ମୀ ସାଇ ସୌରଭ ଜେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଏହାର ପ୍ରସାରକୁ ହ୍ରାସ କରିବା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଫଳତାର ସହ ଲିଭାଇ ଦେଇଥିଲା, ଅଧିକ କ୍ଷୟକ୍ଷତିକୁ ରୋକିଥିଲା ​​। ଏହି ଖବର ଶୁଣି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ କ୍ଷୟକ୍ଷତି ଆକଳନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ପୀଡିତଙ୍କ ସହିତ ଆଲୋଚନା କରିଥିଲେ, ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆବଶ୍ୟକ ସହାୟତା ଯୋଗାଇବା ନିଶ୍ଚିତ କରିଥିଲେ।ସୌଭାଗ୍ୟବଶତଃ, କୌଣସି ବଡ଼ କ୍ଷୟକ୍ଷତି ହୋଇ ନଥିବା ବେଳେ, ଏହି ଘଟଣା କିଛି ସମ୍ପତ୍ତି କ୍ଷତି କରିଛି। ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ସ୍ଥାନୀୟ ବାସିନ୍ଦାଙ୍କୁ ଅଗ୍ନି ସମ୍ପର୍କିତ ପୂଜାର୍ଚ୍ଚନା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଶେଷକରି ଆବଦ୍ଧ ସ୍ଥାନରେ ଅଗ୍ନି କେବେବି ଅଣଦେଖା ନ ହେବା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.