ପଙ୍କାଳ ଅହମଦିୟା ଜାମେ ମସଜିଦ ଠାରେ ସାତଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ _ଧର୍ମ, ବିଜ୍ଞାନ ଓ ମାନବତାର ସମନ୍ୱୟ , ପ୍ରଶିକ୍ଷଣ ଶିବିର ର କେନ୍ଦ୍ର ବିନ୍ଦୁ_ ଢେଙ୍କାନାଳ ତିଗିରିଆ ବ୍ଲକ୍ର ପଙ୍କାଳ ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ୧ ଠାରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ସାତଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଉଦଘାଟନ ସମାରୋହରେ ଗ୍ରାମ ଉପସଭାପତି ରୌଶନ ଖାଁ ପୌରହିତ୍ୟ କରିଥିଲେ। ଏହି ଅବସରରେ ମଞ୍ଚାସୀନ ହୋଇଥିଲେ ମୌଲବୀ ଶେଖ୍ ଇସହାକ୍ (ପ୍ରଭାରି, କଟକ-ଢେଙ୍କାନାଳ-କେନ୍ଦ୍ରାପଡ଼ା-ଅନୁଗୋଳ), ଅବଦୁଲ ଇସମାଇଲ ଖାଁ (ପୂର୍ବତନ ସଭାପତି, ପଙ୍କାଳ), ଅଫଜଲ ଖାଁ (ସାଧାରଣ ସମ୍ପାଦକ), ଯୁବ ସଂଗଠନ ଅଧ୍ୟକ୍ଷ ୟାମିନ ଖାଁ ପ୍ରମୁଖ। ଜିଲ୍ଲା ପ୍ରଭାରି ମୌଲବୀ ଶେଖ୍ ଇସହାକ୍ କହିଲେ - “ତୁଳସୀ ଦୁଇ ପତ୍ରରୁ ବାସିବାରୁ ଯେପରି ସୁଗନ୍ଧ ନିର୍ଗତ ହୁଏ, ସେପରି ପିଲାମାନଙ୍କର ଭବିଷ୍ୟତ ବାଲ୍ୟାବସ୍ଥାରୁ ପ୍ରକାଶ ପାଏ। ଆଜିର ପିଲାମାନେ ଆଗାମୀ ସମାଜ ଓ ଦେଶର ଭିତ୍ତି। ସେଥିପାଇଁ ସଚ୍ଚୋଟ, କର୍ମଠ ଓ ଦେଶପ୍ରେମୀ ନାଗରିକ ତିଆରି କରିବା ଆମର ପ୍ରଥମ କର୍ତ୍ତବ୍ୟ।” ଏହି ପରିପ୍ରେକ୍ଷାରେ ପ୍ରଶିକ୍ଷଣ ଶିବିରରେ ପିଲା, ଯୁବ ଓ ବୟସ୍କମାନଙ୍କୁ ପବିତ୍ର କୋରାନର ଶାନ୍ତି, ପ୍ରେମ ଓ ମାନବତାର ଶିକ୍ଷା, ବିଜ୍ଞାନ ସହ ଧର୍ମର ସମନ୍ୱୟ, ସାମାଜିକ ଦାୟିତ୍ୱ, ସୋସିଆଲ ମିଡ଼ିଆର ସଦୁପଯୋଗ, ପରିବେଶ ସୁରକ୍ଷା, ନୈତିକତା, ସହିଷ୍ଣୁତା, ଏବଂ ଦେଶପ୍ରେମର ପବିତ୍ର ପାଠ ଦିଆଯିବ। ମୌଲବୀ ଶେଖ୍ ଇସହାକ୍ ପୁଣି କହିଥିଲେ, ଧର୍ମ ପ୍ରେମରେ ଦେଶପ୍ରେମର ସୂତ୍ରକୁ ବୁଝିବା ଓ ପ୍ରତ୍ୟେକ କାମକୁ ମାନବସେବାର ଦୃଷ୍ଟିକୋଣରେ କରିବାର ଶିକ୍ଷା ଦିଆଯିବ। ଏହି ସାତଦିନିଆ ପ୍ରଶିକ୍ଷଣକୁ ଜିଲ୍ଲା ପ୍ରଭାରି ସହ ମୌଲବୀ ଶେଖ୍ ନାସିର ଉଦ୍ଦିନ, ମୌଲବୀ ମହମ୍ମଦ ଇକ୍ରାମ, ମୌଲବୀ ଶେଖ୍ ସମସୁଲ ଓ ମୌଲବୀ ଏହସାନ ଖାଁ ସମ୍ମିଳିତ ଭାବେ ସଂଚାଳନ କରିବେ। ଏହି ପ୍ରଶିକ୍ଷଣ ଶିବିର କେବଳ ଧାର୍ମିକ ନୁହେଁ, ବରଂ ସାମାଜିକ ଓ ଦେଶପ୍ରେମୀ ନାଗରିକ ତିଆରିର ପବିତ୍ର ପ୍ରୟାସ ଭାବରେ ପରିଗଣିତ ହେଉଛି। ଅଂଶଗ୍ରହୀମାନେ ସତ୍ୟ, ଶାନ୍ତି ଓ ମାନବତାର ପଥରେ ଆଗେଇ ଯିବାର ପ୍ରେରଣା ସଂଗ୍ରହ କରିବେ।

- MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate1
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- ସରପଞ୍ଚ ଆସୁନାହିଁ ଗ୍ରାମ ପଞ୍ଚାୟତ କୁ ଜିଲ୍ଲାପାଲ ଙ୍କୁ ଅଭିଯୋଗ କଲେ ଗ୍ରାମବାସି ।1
- Post by Banshidhar Bemal1
- ନିଜର ସ୍ବାସ୍ଥ୍ୟ କୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଶୁଣନ୍ତୁ1
- Post by Dharmu Oram1
- ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର1
- #ଜୀବନଛାଡିଯାଉଚେ୍ଲୋରାଣୀ 🇹🇯🌹🌹🇹🇯🌹🌹🌹🌹🇹🇯🇹🇯🇹🇯🇹🇯1
- Post by Sandeep Barla1