ପଟ୍ଟାମୁଣ୍ଡାଇ ପୌରପରିଷଦରେ ଏନଫୋର୍ସମେଣ୍ଟ ଅଭିଯାନ; ୬୧ ହଜାର ଟଙ୍କା ଜରିମାନା ଆଦାୟ.. କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ ୨୦୨୬: ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟ, ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବ୍ୟବହାର ଏବଂ ଘରୋଇ ଏଲ୍ପିଜି ସିଲିଣ୍ଡରର ବେଆଇନ ବ୍ୟବହାର ବିରୋଧରେ ଏକ ଏନଫୋର୍ସମେଣ୍ଟ ଅଭିଯାନ କରାଯାଇଛି। କେନ୍ଦ୍ରାପଡ଼ା ଖାଦ୍ୟ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର, ରେଭେନ୍ୟୁ ଇନ୍ସପେକ୍ଟର, ଜେଏସ୍ଇଙ୍କ ଉପସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରପରିଷଦର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଏହି ଅଭିଯାନ କରାଯାଇଥିଲା। ଅଭିଯାନ ସମୟରେ ୧୦୩ କିଲୋଗ୍ରାମ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ଜବତ କରାଯାଇଥିଲା। ଅସ୍ୱାସ୍ଥ୍ୟକର ଖାଦ୍ୟ ସମ୍ବନ୍ଧୀୟ ଉଲ୍ଲଂଘନ ପାଇଁ ୩୬,୦୦୦ ଟଙ୍କା ଏବଂ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ବ୍ୟବହାର ପାଇଁ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହିପରି ମୋଟ ୬୧,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହିତ, ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବହାର କରାଯାଉଥିବା ୭ଟି ଘରୋଇ ଏଲ୍ପିଜି ସିଲିଣ୍ଡର ମଧ୍ୟ ଜବତ କରାଯାଇଛି। ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି, ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବ୍ୟବହାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଘରୋଇ ଏଲ୍ପିଜି ସିଲିଣ୍ଡରର ଅନଧିକୃତ ବ୍ୟବହାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ବୋଲି ସୂଚନା ରହିଛି |

- ଚନ୍ଦ୍ରକୁ ଘୋଡାଇ ଦେବ ପୃଥିବୀର ଛାଇ ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୮ରେ ହେବ ଚନ୍ଦ୍ରଗ୍ରହଣ। ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ପୃଥିବୀର ଛାଇ ମଧ୍ୟଦେଇ ଗତି କରିବାରୁ ଚନ୍ଦ୍ରର ବଡ଼ ଅଂଶ ଗାଢ଼ ଲାଲ୍ ରଙ୍ଗରେ ଦେଖାଯିବ। ଏହି କାରଣରୁ ଏହାକୁ ‘ରକ୍ତ ଚନ୍ଦ୍ର’ ବୋଲି କୁହାଯାଏ। ଗ୍ରହଣର ଚରମ ସମୟରେ ଚନ୍ଦ୍ରର ପ୍ରାୟ ୯୬ ପ୍ରତିଶତ ଅଂଶ ପୃଥିବୀର ଛାଇରେ ରହିବ। ଫଳରେ ଚନ୍ଦ୍ରର କେବଳ ଏକ ପତଳା ଅଂଶ ସିଧାସଳଖ ସୂର୍ଯ୍ୟାଲୋକ ପାଇବ।ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳ ରେଖାରେ ଆସିଲେ ଚନ୍ଦ୍ରଗ୍ରହଣ ।1
- ଏହି ଦିନ ବନ୍ଧାହେବ ରାକ୍ଷୀ (ହଟିବ ଦ୍ଵନ୍ଦ )🌺🌺🌺🌺🌺🌺🌺🌺🌺1
- ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ନନ୍ଦ ତିଆରି କମ୍ପାନୀ ଠାରୁ କୁଶଭଦ୍ରା ସେତୁ ଦେଇ ପ୍ରତାପରୁଦ୍ରପୁର ସିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬ ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ କାକ ରୁଦ୍ରପୁର ଗ୍ରାମ କାକ ରୁଦ୍ରପୁର ର ନନ୍ଦ ତିଆରି କମ୍ପାନି ଠାରୁ କୁଶଭଦ୍ର ସେତୁ ଦେଇ ପ୍ରତାପରୁଦ୍ରପୁର ମିଛୁ ମରା ଛକ ଜାଏ କାମ କରିବାକୁ ଦାବି ତା ୨୭/୮/୨୦୨୬1
- ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ ପବିତ୍ର ରକ୍ଷ୍ୟା ବନ୍ଧନ ଉତ୍ସବ ଉପଲକ୍ଷେ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପାଟ୍ଟ ରାଖୀ #LatestNews #UpdateNews #apanankakhabara #boudha #news #OdishaNews #odisha1
- ବାଲିଅନ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ । #ମଦ #Balianta #Baliantapolice #Police #DCPBhubaneswar #ACPbhubaneswar1
- ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll1
- ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll ଭଡ଼ା ଘରେ ମହିଳାଙ୍କୁ ମାରି ପୋତି ଦେବାର ଅଭିଯୋଗ ll breaking news ll1