Shuru
Apke Nagar Ki App…
#ପ୍ରଦ୍ୟୁମ୍ନ_କୁମାର_ପାଢ଼ିଙ୍କୁ_ମିଳିଲା_ଜାମିନ। ଏ ନେଇ ଚାଷୀ ନେତ୍ରୀ ସୋନାଲି ବିଶି କଣ କହିଛନ୍ତି ଶୁଣନ୍ତୁ #rishitv #viralreelsシ #highlight #farmers #FarmerProtest #Subarnapur Pradyumna Kumar Padhi Sonali Bishi
Ranjan hota
#ପ୍ରଦ୍ୟୁମ୍ନ_କୁମାର_ପାଢ଼ିଙ୍କୁ_ମିଳିଲା_ଜାମିନ। ଏ ନେଇ ଚାଷୀ ନେତ୍ରୀ ସୋନାଲି ବିଶି କଣ କହିଛନ୍ତି ଶୁଣନ୍ତୁ #rishitv #viralreelsシ #highlight #farmers #FarmerProtest #Subarnapur Pradyumna Kumar Padhi Sonali Bishi
More news from ଓଡ଼ିଶା and nearby areas
- Post by Ranjan hota1
- karala odisha2
- Post by Kumar1
- Post by Tilunayak Tilunayak1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନାରେ ଆଜି ହୋଇଛି ଦୁଇଟି ଦୁଷ୍କର୍ମ ମାମଲା, ଗୋଟିଏ ଘଟଣାରେ ନିଜ ବାପା ଜନ୍ମିତ ଝିଅକୁ ଦୁଷ୍କର୍ମ କରି ପ୍ରସୂତି ପରେ ଖୋଲିଲା ଗୁମର. ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ମାମଲାରେ ଜଣେ ଭିକାରୁଣୀଙ୍କୁ ଜଣେ ଯୁବକ ଭିକ୍ଷା ଦେବାକୁ ଡାକିନେଇ ଦୁଷ୍କର୍ମ ପରେ ହେଲା ଗିରଫ.1
- ଏଲ୍ ପି ଜି ରନ୍ଧନ ଗ୍ୟାସ ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଏବଂ ବଣ୍ଟନ ସମ୍ପର୍କରେ ସମନ୍ଵୟ ବୈଠକ। ଦେବଗଡ଼ ତା୦୪.୦୪.୨୦୨୬ ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ ପେଟ୍ରୋଲିୟମ ରନ୍ଧନ ଯୋଗାଣ ଆବଶ୍ୟକତା ଉପରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଧା ଲୋକମାନେ ଗ୍ୟାସ୍ ସିଲିଣ୍ଡର୍ ଓ ପେଟ୍ରୋଲିୟମ ରନ୍ଧନ ଉପରେ ଗ୍ୟାସ୍ କଳା ବଜାର ରୋକିବା ପାଇଁ ଓ ଗ୍ୟାସ ଅଧିକ ବ୍ୟବହାର ନକରିବା ଉପରେ ସମୀକ୍ଷା କରିଥିଲେ।ସିଲିଣ୍ଡର ଠିକ୍ ଭାବରେ ବ୍ୟବହାର କରିବା ଓ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ମାଲିକ ମାନେ ଗ୍ୟାସ୍ ବ୍ୟବହାର କରୁଥିବା ରୋଷେଇ ଘର କୁ ଯାଞ୍ଚ କରିବା ଓ ଡାକ୍ତର ଖାନା ଶିକ୍ଷା ପ୍ରତିଷ୍ଠାନ, ଆହାର କେନ୍ଦ୍ର, ଜେଲ୍ ଖାନା ମାନଙ୍କରେ ଗ୍ୟାସ୍ ଯୋଗାଣ ଓ ବ୍ୟବହାରରେ ଯାଞ୍ଚ୍ କରିବା ଉପରେ ଆଲୋକପାତ କରିଥିଲେ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନି ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଭାତ୍ କୁମାର ଓଝା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।1
- ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ । ଢ଼େଙ୍କାନାଳ, ତା. ୪.୪. ୨୦୨୬- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ। ବିଦ୍ୟା ମହାଧନ ଅଟେ, ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରିଥିଲେ । ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ । ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ, ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ । ଏହି ଅବସରରେ ଏକ ସଚ଼େତନତା ପ୍ରଚାର ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ, ସମୁଦାୟ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।3
- Post by Ranjan hota1