ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର କୁଞ୍ଜାମହୁଲ ଗ୍ରାମରେ ଏକ ଗୁରୁତର ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ଏଥିରୁ ମିଳୁଥିବା ପାଣି ବ୍ୟବହାର ଉପଯୋଗୀ ନ ଥିବାରୁ ଗ୍ରାମବାସୀ ପ୍ରାୟ ୨ କିଲୋମିଟର ଦୂର ମହାନଦୀର ବାଲିରେ ଚୁଆଁ ଖୋଳି ପାନୀୟ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏକ ୱାର୍ଡ ବିଶିଷ୍ଟ କୁଞ୍ଜାମହୁଲ ଗ୍ରାମରେ ପ୍ରାୟ ୮୦ରୁ ୯୦ ପରିବାର ଏବଂ ୪୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମର ଅଧିକାଂଶ ଲୋକ ଗରିବ ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହାର ସମାଧାନ ପାଇଁ ପ୍ରାୟ ୧୦ ବର୍ଷ ପୂର୍ବେ ଗ୍ରାମରେ ଏକ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, ଯେଉଁଥିରେ ଜଳଟାଙ୍କି, ବୋରୱେଲ, ପାଇପଲାଇନ, ଷ୍ଟାଣ୍ଡ ପୋଷ୍ଟ ସହ ବିଦ୍ୟୁତ ସଂଯୋଗ ଓ ମୋଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ପ୍ରକଳ୍ପରୁ ଯୋଗାଣ ହେଉଥିବା ପାଣିରେ ଅତ୍ୟଧିକ ଲୌହ ଅଂଶ ଥିବାରୁ ଏହା ପିଇବା ତ ଦୂରର କଥା, ରୋଷେଇ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିହେଉ ନାହିଁ। ଫଳରେ ଗ୍ରାମବାସୀ ଏହି ପାଣି ବ୍ୟବହାର କରିବା ଛାଡ଼ି ଦେଇଛନ୍ତି ଏବଂ ବର୍ତ୍ତମାନ ମହାନଦୀ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଚଳିତ ବର୍ଷ ନଦୀରେ ଜଳସ୍ତର କମିଯିବା ଏବଂ ଗାଁ ପାର୍ଶ୍ୱର ପାଣିଧାର ଶୁଖିଯିବା ଯୋଗୁଁ ମହିଳାମାନେ ପ୍ରଖର ଖରା ଓ ଅସହ୍ୟ ଗରମରେ ଗରା ଓ ବାଲ୍ଟି ଧରି ନଦୀ ବାଲିରେ ଚୁଆଁ ଖୋଳି ଧାଡ଼ିରେ ଠିଆ ହୋଇ ପାଣି ସଂଗ୍ରହ କରୁଥିବାର ଦୃଶ୍ୟ ସ୍ଥାନୀୟ ଜଳ ସଙ୍କଟର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ଙ୍କ ମୋବାଇଲ ନମ୍ବର ୮୦୧୮୬୬୨୦୫୫ରେ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ ଚେଷ୍ଟା କରାଯାଇଥିଲା, ମାତ୍ର ସମ୍ପର୍କ ସ୍ଥାପନ ହୋଇପାରି ନଥିଲା। ସାଧାରଣରେ କୁଞ୍ଜାମହୁଲ ଗ୍ରାମରେ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି।

- ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ। ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।2
- Post by Ram Shankar Bhoi1
- ଏକ ପୋଷ୍ଟରେ ଏହି ପ୍ରଶ୍ନ ଉଠାଯାଇଛି ଯେ ମୋଦି ସୁନା କିଣିବା ଏବଂ ବିଦେଶ ଯାତ୍ରା କରିବାକୁ କାହିଁକି ମନା କରୁଛନ୍ତି। ଏହି ପ୍ରମୁଖ ବିଷୟ ଉପରେ ଅଧିକ ଜାଣିବାକୁ ପୋଷ୍ଟରେ ଆହ୍ୱାନ କରାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ସୋନପୁର ଜିଲ୍ଲାର ରକ୍ସା ପଞ୍ଚାୟତ ଅନ୍ତର୍ଗତ ହିଙ୍ଗମା ଗ୍ରାମରେ ବୃଦ୍ଧବୃଦ୍ଧାମାନେ ଗତ ଦୁଇ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ସହିତ ଗ୍ରାମର ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳ ଡ଼ ନୃପରାଜ ସାହୁ କ'ଣ କହୁଛନ୍ତି, ତାହା ଶୁଣିବା ପାଇଁ ଆହ୍ୱାନ କରାଯାଇଛି।1
- Post by Binod pandey1