ଜାତୀୟ ଜନଗଣନା ୨୦୨୭ ପାଇଁ ସଚେତନତା ଶୋଭାଯାତ୍ରା: ଗଣନା ସମୟରେ ସଠିକ୍ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ । ନୂଆପଡ଼ା ୦୧/୦୪ -ଜାତୀୟ ଜନଗଣନା-୨୦୨୭ ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମୁଖ୍ୟାଳୟ ଠାରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିଭ୍ରମଣ କରି ପୁନଃ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ରାଲି ସହ ଲାଉଡ୍ ସ୍ପିକର ମାଧ୍ୟମରେ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଜନଗଣନା ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ସେ ନୂଆପଡ଼ା ଜିଲ୍ଲାର ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଥିଲେ ଯେ, ସ୍ୱୟଂ ଗଣନା ରେ ସକ୍ରିୟ ଭାଗ ନେବା ସହ ମୂଳ ଗଣନା ସମୟରେ ଗଣନାକାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଏଡିଏମ୍ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜନଗଣନା-୨୦୨୭ ଅନୁସାରେ ସ୍ୱୟଂ ଗଣନା ୦୧.୦୪.୨୦୨୬ ରୁ ୧୫.୦୪.୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୬.୦୪.୨୦୨୬ ଠାରୁ ମୂଳ ଗଣନା କାର୍ଯ୍ୟ ଆରମ୍ଭ ହେବ।
ଜାତୀୟ ଜନଗଣନା ୨୦୨୭ ପାଇଁ ସଚେତନତା ଶୋଭାଯାତ୍ରା: ଗଣନା ସମୟରେ ସଠିକ୍ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ । ନୂଆପଡ଼ା ୦୧/୦୪ -ଜାତୀୟ ଜନଗଣନା-୨୦୨୭ ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମୁଖ୍ୟାଳୟ ଠାରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିଭ୍ରମଣ
କରି ପୁନଃ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ରାଲି ସହ ଲାଉଡ୍ ସ୍ପିକର ମାଧ୍ୟମରେ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଜନଗଣନା ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ସେ ନୂଆପଡ଼ା ଜିଲ୍ଲାର ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଥିଲେ ଯେ, ସ୍ୱୟଂ ଗଣନା ରେ ସକ୍ରିୟ ଭାଗ ନେବା
ସହ ମୂଳ ଗଣନା ସମୟରେ ଗଣନାକାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ଏଡିଏମ୍ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜନଗଣନା-୨୦୨୭ ଅନୁସାରେ ସ୍ୱୟଂ ଗଣନା ୦୧.୦୪.୨୦୨୬ ରୁ ୧୫.୦୪.୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୬.୦୪.୨୦୨୬ ଠାରୁ ମୂଳ ଗଣନା କାର୍ଯ୍ୟ ଆରମ୍ଭ ହେବ।
- ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ମାନ୍ୟବର ବିଧାୟକ ନୂଆପଡା, ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି, ସଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଥିବାବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।5
- Post by ସୋନୁ ଟାଇଗର1
- Post by KOSAL TIMES1
- ରାସ୍ତାରେ ଜୀବନ ଯିବା ବଲାଙ୍ଗୀର ସହର ଭିତ୍ତିରେ ସମସିୟା ହି ସମସିୟା ହେଇପାରେ ବଡ଼ ଦୁର୍ଘଟଣା ମୋର୍ ଅଧିକାର1
- ଖୁସି ଖବର ୭ ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ1
- #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹1
- ଜଲ୍ଲାଦ ସ୍ଵାମୀର ଉନ୍ମତ୍ତ କାଣ୍ଡ ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ନିଜ ଚାଷ ଜମିରେ । ହତ୍ୟା ପରେ ଭାବୁକ ହୋଇ ନିଜେ କୀଟନାଶକ ପିଇ ଜଲ୍ଲାଦ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । Anchor_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଲ୍ଲାଦ ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ମାଗିଵାରୁ ଟଙ୍କା ନ ଦେବା ଫଳରେ ନିଜ ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ହତ୍ୟା କରି ନିଜ ଚାଷଜମିରେ ପୋଟିଦେବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଓ ସ୍ତ୍ରୀ କସ୍ତୁରୀ ଚନ୍ଦନ ଘାସ ସଫା କରିବାକୁ ନିଜ ଚାଷଜମିକୁ ଯାଇଥିଲେ । ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ମନା କରିଦେବାରୁ ରାଗରେ ଫାଉଡାରେ ମାରି ନିଜ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ହତ୍ୟା ପରେ ନିଜ ଚାଷ ଜମିରେ ପୋତିଦେଇ ଘରକୁ ଯାଇଥିଲା । ଘରକୁ ଯାଇ ପରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିସ୍ୟା ହେଉଛନ୍ତି । ପ୍ରଥମେ ହତ୍ୟାକାରୀ ସ୍ୱାମୀ ଶବ କୁ କେନାଲ ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପରବର୍ତ୍ତି ସମୟରେ ଜମିରେ ପୋତି ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ଶବକୁ ଉଦ୍ଧାର କରିଥିଲେ । ମାଁକୁ ହତ୍ୟା କରିଥିବା ନେଇ ପୁଅ ର ଅଭିଯୋଗ ପରେ ଜୁନାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।2
- Post by KOSAL TIMES1