Shuru
Apke Nagar Ki App…
ନୀଳାଞ୍ଚଳ ମିତ୍ର ମଣ୍ଡଳ, ଭୋସରୀ,ପୂନେ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଯୋଜନା l ନୀଳାଞ୍ଚଳ ମିତ୍ର ମଣ୍ଡଳ, ଭୋସରୀ,ପୂନେ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଯୋଜନା l ସୁବର୍ଣ୍ଣପୁର --- ଭୋସରୀରେ ନୀଳାଞ୍ଚଳ ମିତ୍ର ମଣ୍ଡଳ ଆଗାମୀ ୪ ସେପ୍ଟେମ୍ବର ୨୦୨୬ ତାରିଖରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବର ଆୟୋଜନ କରିବାକୁ ଯାଉଛି। ଏହି ପବିତ୍ର ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି କରିବା ପାଇଁ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଶ୍ରୀଚରଣ ମହାନ୍ତି, ଦୁଖିଶ୍ୟାମ ତ୍ରିପାଠୀ ଓ ସୁରେନ୍ଦ୍ର ସାହୁ ଯୋଗଦେବେ। ସେମାନଙ୍କର ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଭକ୍ତିମୟ କରିବ । ସମସ୍ତ ଭକ୍ତମାନଙ୍କୁ ଏହି ଉତ୍ସବରେ ସାମିଲ ହୋଇ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଉଲ୍ଲାସରେ ପାଳନ କରିବାକୁ ନୀଳାଞ୍ଚଳ ମିତ୍ର ମଣ୍ଡଳର ପକ୍ଷରୁ ଅନୁରୋଧ କରାଯାଉଛି l ରିପୋର୍ଟ -- ଉଗ୍ରସେନ କର୍ମୀ
Santosh Nayak PRESS
ନୀଳାଞ୍ଚଳ ମିତ୍ର ମଣ୍ଡଳ, ଭୋସରୀ,ପୂନେ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଯୋଜନା l ନୀଳାଞ୍ଚଳ ମିତ୍ର ମଣ୍ଡଳ, ଭୋସରୀ,ପୂନେ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଯୋଜନା l ସୁବର୍ଣ୍ଣପୁର --- ଭୋସରୀରେ ନୀଳାଞ୍ଚଳ ମିତ୍ର ମଣ୍ଡଳ ଆଗାମୀ ୪ ସେପ୍ଟେମ୍ବର ୨୦୨୬ ତାରିଖରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବର ଆୟୋଜନ କରିବାକୁ ଯାଉଛି। ଏହି ପବିତ୍ର ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି କରିବା ପାଇଁ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଶ୍ରୀଚରଣ ମହାନ୍ତି, ଦୁଖିଶ୍ୟାମ ତ୍ରିପାଠୀ ଓ ସୁରେନ୍ଦ୍ର ସାହୁ ଯୋଗଦେବେ। ସେମାନଙ୍କର ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଭକ୍ତିମୟ କରିବ । ସମସ୍ତ ଭକ୍ତମାନଙ୍କୁ ଏହି ଉତ୍ସବରେ ସାମିଲ ହୋଇ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଉଲ୍ଲାସରେ ପାଳନ କରିବାକୁ ନୀଳାଞ୍ଚଳ ମିତ୍ର ମଣ୍ଡଳର ପକ୍ଷରୁ ଅନୁରୋଧ କରାଯାଉଛି l ରିପୋର୍ଟ -- ଉଗ୍ରସେନ କର୍ମୀ
More news from Odisha and nearby areas
- ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବିପଦ ସଂକୁଳ ଅବସ୍ଥା ରେ ଏହି ପୋଲ, ହତା, ହତ ହେବା ସାଧାରଣ ଘଟଣା ପାଲଟି ଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ତୀବ୍ର ଜନ ଅସନ୍ତୋଷ ବୃଦ୍ଧି। ରିପୋର୍ଟ, ବିଭୁ ପ୍ରସାଦ ଶତପଥି, ରାୟଗଡା4
- ବିଳାସପୁରସୋମନାଥ ମନ୍ଦିରରେ ଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମ ସ୍ଥିତ ବାବା ସୋମନାଥ ମନ୍ଦିରରେ ଆଜି ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଅନୁଷ୍ଠିତ ହୋଇ ଯାଇଛି | ଏହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରେ ବାବାଙ୍କ ନିକଟରେ ବେଲ ପତ୍ର ଅର୍ପଣ କରାଯାଇଥିଲା |4
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l3
- ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।2
- ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ। ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ।1
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- ସେପ୍ଟେମ୍ବର ୨୨ ରୁ ମୌସୁମୀ ଅଧିବେଶନ ଆରମ୍ଭ *ବଢ଼ିଲା ଅଟୋ ଡ଼୍ରାଇଭରଙ୍କ ଅଡୁଆ ।* *ସେପ୍ଟେମ୍ବର ୨୨ ରୁ ମୌସୁମୀ ଅଧିବେଶନ ଆରମ୍ଭ *ବଢ଼ିଲା ଅଟୋ ଡ଼୍ରାଇଭରଙ୍କ ଅଡୁଆ ।*2