ନିଖିଳ ଉତ୍କଳ ଦଲିଲ ଲେଖକ ମୋହରୀର ମହାସଂଘ ୪୫ତମ ରାଜ୍ୟସ୍ତରୀୟ ବାର୍ଷିକ ସମାବେଶ। ରାଜ୍ୟର ସମସ୍ତ ସବ୍ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ ଦଲିଲ ଲେଖକ ମୋହରିର ଓ ଏମାନଙ୍କ ସହଯୋଗୀ ଶୃଙ୍ଖଳାର ସହ ଜନସାଧାରଣଙ୍କର ବିଭିନ୍ନ ପ୍ରକାରର ଦଲିଲ ଲେଖୀ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତ କରିଥାନ୍ତି । ଏହି ବୃତିରେ ଥିବା ବ୍ୟକ୍ତିମାନେ ରେଜିଷ୍ଟ୍ରେସନ ଆକ୍ଟ ୧୯୦୮ ଅନୁଯାୟୀ ଦୀର୍ଘ ଏକ ଶହ ବର୍ଷରୁ ଉର୍ଦ୍ଧ୍ବହେବ କାର୍ଯ୍ୟ କରି ଆସୁଛନ୍ତି । ଜନସାଧାରଣଙ୍କ ଠାରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ତନଖୀକରି ପକ୍ଷଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ବିଭିନ୍ନ ଆଇନକୁ ତର୍ଜମାକରି ଦଲିଲ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତ କରନ୍ତି । ଏହାଦ୍ଵାରା ଷ୍ଟାମ୍ପ ଓ ଫିସ ବାବଦରେ ସରକାରୀ ରାଜସ୍ୱ ଆଦାୟ କରାଯାଇ ରାଜ କୋଷକୁ ଅର୍ଥ ଯାଇଥାଏ । ସରକାରଙ୍କ ଠାରୁ କୌଣସି ପାରିଶ୍ରମିକ ପାଇ ନଥାନ୍ତି । ଜଣେ ଦଲିଲ ଲେଖକ ମୋହରିର ଷ୍ଟାମ୍ପ ଓ ଫିସ ରାଜସ୍ୱ ପରୋକ୍ଷ ଭାବରେ ଆଦାୟ କରି ସରକାରୀ ରାଜସ୍ଵ ଅଭିବୃଦ୍ଧିରେ ସହାୟକ ହୋଇଥାନ୍ତି । ଏଣୁ ଦଲିଲ ଲେଖକ, ମୋହରିର ଓ ସହଯୋଗୀ ବାର୍ଷିକ ପ୍ରାୟ ଦୁଇ ହଜାର କୋଟିରୁ ଅଧିକ ରାଜସ୍ୱ ସରକାରୀ ତହବିଲକୁ ପରୋକ୍ଷ ଭାବରେ ଆଦାୟ କରାଇଥାନ୍ତି । ଓଡିଶାରେ ଦଲିଲ ଲେଖକ, ମୋହରିରମାନଙ୍କ ବୃତିଗତ ସୁବିଧା ପାଇଁ ନିମ୍ନ ଲିଖିତ ପ୍ରସ୍ତାବକୁ ଉପସ୍ଥାପନ କରି ଏହାର ସମାଧାନ ଆପଣଙ୍କ ଠାରୁ ଆଶା କରୁଅଛୁ । ଦଲିଲ ଲେଖକ ମାନଙ୍କ ପାଇଁ ସରକାରୀ ସ୍ତରରେ ଏକ ୱେଲଫେୟାର ଫଣ୍ଡ ଖୋଲାଯାଉ । ପ୍ରକାଶ ଯୋଗ୍ୟ ଯେ ଆଡଭୋକେଟ୍ ଓ ଆଡଭୋକେଟ୍ କ୍ଲର୍କ ଯେଉଁପରି ୱେଲଫେୟାର ଫଣ୍ଡରେ ସୁବିଧା ପାଉଛନ୍ତି ସେହିପରି ଦଲିଲ ଲେଖକ ମାନଙ୍କୁ ସୁବିଧା ଦିଆଯାଉ । ୬୦ ବର୍ଷରୁ ଅଧିକ ଥିବା ଦଲିଲ ଲେଖକ, ମୋହରିର କିମ୍ବା ଶାରିରୀକ ଅସୁବିଧା ଯୋଗୁଁ କାର୍ଯ୍ୟକ୍ଷମ ନଥିବା ଦଲିଲ ଲେଖକଙ୍କୁ ସରକାର ପେନସନ ଦେବାକୁ ବ୍ୟବସ୍ଥା କରନ୍ତୁ ।ଦଲିଲ ଲେଖକ ମୋହରିର ମାନଙ୍କୁ ସ୍ଵାସ୍ଥ୍ୟକାର୍ଡର ସୁବିଧା ଦିଆଯାଉ । ଏହାଦ୍ଵାରା ପିଡିତ ବ୍ୟକ୍ତି ତଥା ପରିବାର ବହୁ ଉପକୃତ ହେବେ । ଯଦି ଅନ୍ଲାଇନ ରେଜିଷ୍ଟ୍ରେସନ କରାଯାଏ ତେବେ ଦଲିଲ ଲେଖକମାନଙ୍କ ବୃତିଗତ କ୍ଷତି ହେବାର ସମ୍ଭାବନା ରହିଛି । ଯାହାଦ୍ୱାରା କି ୧୦ ହଜାରରୁ ଉର୍ଦ୍ଧ୍ବ ମୋହରିରଙ୍କ ପରିବାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏଣୁ ସରକାର ଦଲିଲ ଲେଖକ ମୋହରିରଙ୍କ ଜୀବନ ଜୀବିକାର ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଉଛି । ପ୍ରକାଶ ଥାଉକି ଦଲିଲ ଲେଖକ ମୋହରିରମାନଙ୍କ ବୃତିଗତ କ୍ଷତି ବିଷୟରେ ଭାରତର ପ୍ରଧାନମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ଓଡିଶାର ମୂଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ରାଜ୍ୟ ସଂଘ ତରଫରୁ ଅବଗତ କରାଯାଇଛି।
ନିଖିଳ ଉତ୍କଳ ଦଲିଲ ଲେଖକ ମୋହରୀର ମହାସଂଘ ୪୫ତମ ରାଜ୍ୟସ୍ତରୀୟ ବାର୍ଷିକ ସମାବେଶ। ରାଜ୍ୟର ସମସ୍ତ ସବ୍ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ ଦଲିଲ ଲେଖକ ମୋହରିର ଓ ଏମାନଙ୍କ ସହଯୋଗୀ ଶୃଙ୍ଖଳାର ସହ ଜନସାଧାରଣଙ୍କର ବିଭିନ୍ନ ପ୍ରକାରର ଦଲିଲ ଲେଖୀ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତ କରିଥାନ୍ତି । ଏହି ବୃତିରେ ଥିବା ବ୍ୟକ୍ତିମାନେ ରେଜିଷ୍ଟ୍ରେସନ ଆକ୍ଟ ୧୯୦୮ ଅନୁଯାୟୀ ଦୀର୍ଘ ଏକ ଶହ ବର୍ଷରୁ ଉର୍ଦ୍ଧ୍ବହେବ କାର୍ଯ୍ୟ କରି ଆସୁଛନ୍ତି । ଜନସାଧାରଣଙ୍କ ଠାରୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ତନଖୀକରି ପକ୍ଷଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ବିଭିନ୍ନ ଆଇନକୁ ତର୍ଜମାକରି ଦଲିଲ ରେଜିଷ୍ଟ୍ରେସନ ପାଇଁ ପ୍ରସ୍ତୁତ କରନ୍ତି
। ଏହାଦ୍ଵାରା ଷ୍ଟାମ୍ପ ଓ ଫିସ ବାବଦରେ ସରକାରୀ ରାଜସ୍ୱ ଆଦାୟ କରାଯାଇ ରାଜ କୋଷକୁ ଅର୍ଥ ଯାଇଥାଏ । ସରକାରଙ୍କ ଠାରୁ କୌଣସି ପାରିଶ୍ରମିକ ପାଇ ନଥାନ୍ତି । ଜଣେ ଦଲିଲ ଲେଖକ ମୋହରିର ଷ୍ଟାମ୍ପ ଓ ଫିସ ରାଜସ୍ୱ ପରୋକ୍ଷ ଭାବରେ ଆଦାୟ କରି ସରକାରୀ ରାଜସ୍ଵ ଅଭିବୃଦ୍ଧିରେ ସହାୟକ ହୋଇଥାନ୍ତି । ଏଣୁ ଦଲିଲ ଲେଖକ, ମୋହରିର ଓ ସହଯୋଗୀ ବାର୍ଷିକ ପ୍ରାୟ ଦୁଇ ହଜାର କୋଟିରୁ ଅଧିକ ରାଜସ୍ୱ ସରକାରୀ ତହବିଲକୁ ପରୋକ୍ଷ ଭାବରେ ଆଦାୟ କରାଇଥାନ୍ତି । ଓଡିଶାରେ ଦଲିଲ ଲେଖକ, ମୋହରିରମାନଙ୍କ ବୃତିଗତ ସୁବିଧା ପାଇଁ ନିମ୍ନ ଲିଖିତ ପ୍ରସ୍ତାବକୁ
ଉପସ୍ଥାପନ କରି ଏହାର ସମାଧାନ ଆପଣଙ୍କ ଠାରୁ ଆଶା କରୁଅଛୁ । ଦଲିଲ ଲେଖକ ମାନଙ୍କ ପାଇଁ ସରକାରୀ ସ୍ତରରେ ଏକ ୱେଲଫେୟାର ଫଣ୍ଡ ଖୋଲାଯାଉ । ପ୍ରକାଶ ଯୋଗ୍ୟ ଯେ ଆଡଭୋକେଟ୍ ଓ ଆଡଭୋକେଟ୍ କ୍ଲର୍କ ଯେଉଁପରି ୱେଲଫେୟାର ଫଣ୍ଡରେ ସୁବିଧା ପାଉଛନ୍ତି ସେହିପରି ଦଲିଲ ଲେଖକ ମାନଙ୍କୁ ସୁବିଧା ଦିଆଯାଉ । ୬୦ ବର୍ଷରୁ ଅଧିକ ଥିବା ଦଲିଲ ଲେଖକ, ମୋହରିର କିମ୍ବା ଶାରିରୀକ ଅସୁବିଧା ଯୋଗୁଁ କାର୍ଯ୍ୟକ୍ଷମ ନଥିବା ଦଲିଲ ଲେଖକଙ୍କୁ ସରକାର ପେନସନ ଦେବାକୁ ବ୍ୟବସ୍ଥା କରନ୍ତୁ ।ଦଲିଲ ଲେଖକ ମୋହରିର ମାନଙ୍କୁ ସ୍ଵାସ୍ଥ୍ୟକାର୍ଡର ସୁବିଧା ଦିଆଯାଉ । ଏହାଦ୍ଵାରା ପିଡିତ ବ୍ୟକ୍ତି
ତଥା ପରିବାର ବହୁ ଉପକୃତ ହେବେ । ଯଦି ଅନ୍ଲାଇନ ରେଜିଷ୍ଟ୍ରେସନ କରାଯାଏ ତେବେ ଦଲିଲ ଲେଖକମାନଙ୍କ ବୃତିଗତ କ୍ଷତି ହେବାର ସମ୍ଭାବନା ରହିଛି । ଯାହାଦ୍ୱାରା କି ୧୦ ହଜାରରୁ ଉର୍ଦ୍ଧ୍ବ ମୋହରିରଙ୍କ ପରିବାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏଣୁ ସରକାର ଦଲିଲ ଲେଖକ ମୋହରିରଙ୍କ ଜୀବନ ଜୀବିକାର ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଉଛି । ପ୍ରକାଶ ଥାଉକି ଦଲିଲ ଲେଖକ ମୋହରିରମାନଙ୍କ ବୃତିଗତ କ୍ଷତି ବିଷୟରେ ଭାରତର ପ୍ରଧାନମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ଓଡିଶାର ମୂଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ରାଜ୍ୟ ସଂଘ ତରଫରୁ ଅବଗତ କରାଯାଇଛି।
- Jay Jagannath 🙏1
- ପୁରୀ ଆଜି ତା୧୦/୦୧/୨୦୨୬ରିଖ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ, (୧) ପ୍ରଥମତଃ ସେ ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କୁ ନିନ୍ଦା କରିଥିଲେ । ସେ କହିଥିଲେ ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନ ର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇନିଆଯାଇଛି, ଏସ.ସି.ଏସ.ଟି ଓବିଶି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହା ନାଥୁରାମ ଗୋଡସେଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ବଂସ କରିବାର ଏକ ଷଡ଼ଯନ୍ତ୍ର । ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିବେଧତା ସୃଷ୍ଟି କରୁଛି । ଏବଂ ଟାଟା ପାଓ୍ବାର ର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୃତ ଉପଭୋକ୍ତା ଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ । ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁ ଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୃନିଟ ମାଗଣା ବିଦ୍ୟୃତ ଯୋଗାଣ ଓ ଟାଟା ପାଓ୍ବାର ର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ । ବିଶ୍ବକେସନ ହରିଚନ୍ଦନ ମହାପାତ୍ର, , ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ4
- Post by User5115 Susanta Kumar Pattnaik1
- Post by Jay kala _ jay Kalinga1
- ଆମେରିକା ର ବିଭାଜନ ନୀତି କରି ଛୋଟ ଛୋଟ ଦେଶ ଉପରେ ଅଧିକାର1
- ଆମ ବସ୍ ର ମନ ମାନି ଚାଲୁଛି ଓଡିଶା ସରକାର କୋ ବସ୍ ଓଡିଶା ବାସି ୟେ ସବୁ ବିଜେପି ସରକାର ର ଶାସନ ଚାଲିଛି,1
- କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ,ଜହ୍ନିମୂଳ ଠାରୁ କରିମୂଳ ଯାଏଁ ଲମ୍ବିଥିବା ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ସୂଚନା..!1
- Modified Silencer removed and original silencer fitted at PS. E-Challan imposed against violators U/S-194F(b) MV ACT4