logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୁରୀରେ ଧୁମଧାମରେ ପାଳିତ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି। ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଦେଖାଯାଇଛି ଉତ୍ସବମୟ ପରିବେଶ। ବିଭିନ୍ନ ଜାଗାଘର ଆଖେଡାରେ ପାରମ୍ପରିକ ରୀତିନୀତି ସହ ଏହି ପର୍ବ ପାଳିତ ହେଉଛି। ଜାଗାଘରଗୁଡ଼ିକରେ ଭେଣ୍ଡିଆ ଜୁଆନ ମାନେ ପୂଜା କରାଯାଇଥିବା ନୂଆ କାଛା ପିନ୍ଧି ମାଟି କୁସ୍ତିରେ ଭାଗ ନେଇଥିଲେ। ମାଟିରେ ଲିମ୍ବ ପତ୍ର, ଫଗୁ ଓ ଫୁଲ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ପରମ୍ପରା ଓ ଆସ୍ଥାର ପ୍ରତୀକ। ଏହି ଅବସରରୁ ନୂଆ ପିଲାମାନେ ମଧ୍ୟ କୁସ୍ତି ପାଇଁ ତାଲିମ ଆରମ୍ଭ କରୁଥିବା ଦେଖାଯାଇଛି। ଇତିହାସ କହେ, ଶ୍ରୀକ୍ଷେତ୍ର ପୁରୀର ସୁରକ୍ଷା ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଏହି ଜାଗାଘର ପ୍ରଥାର ଉତ୍ପତ୍ତି ହୋଇଥିଲା। ଏବେ ମଧ୍ୟ ସେହି ପରମ୍ପରାକୁ ଜୀବନ୍ତ ରଖିଛନ୍ତି ସ୍ଥାନୀୟ ଯୁବପିଢ଼ି। ଏହା ସହିତ ପ୍ରତ୍ୟେକ ଜାଗାଘରରେ ବିଭିନ୍ନ ପ୍ରକାରର ପଣା ବ୍ୟବସ୍ଥା କରାଯାଇଥିଲା। କୁସ୍ତି ସରଞ୍ଜାମଗୁଡ଼ିକୁ ଚୁଆ ତେଲ ଲଗାଇ ପୂଜା କରାଯାଇଥିଲା, ଯାହା ଶକ୍ତି ଓ ସମୃଦ୍ଧିର ପ୍ରତୀକ। ଅନ୍ୟପଟେ, ବିଭିନ୍ନ ଜାଗାଘରରେ ଭାଙ୍ଗ ବଟାଯାଇଥିବା ସହ ପର୍ବର ମାହୋଲକୁ ଉତ୍ସାହିତ କରିଥିଲା। ସେହିପରି ହନୁମାନ ମନ୍ଦିରଗୁଡ଼ିକରେ ମଧ୍ୟ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ପାଳିତ ଏହି ପର୍ବ ପୁରୀର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିଛି।

11 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
11 hrs ago

ପୁରୀରେ ଧୁମଧାମରେ ପାଳିତ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି। ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଦେଖାଯାଇଛି ଉତ୍ସବମୟ ପରିବେଶ। ବିଭିନ୍ନ ଜାଗାଘର ଆଖେଡାରେ ପାରମ୍ପରିକ ରୀତିନୀତି ସହ ଏହି ପର୍ବ ପାଳିତ ହେଉଛି। ଜାଗାଘରଗୁଡ଼ିକରେ ଭେଣ୍ଡିଆ ଜୁଆନ ମାନେ ପୂଜା କରାଯାଇଥିବା

ନୂଆ କାଛା ପିନ୍ଧି ମାଟି କୁସ୍ତିରେ ଭାଗ ନେଇଥିଲେ। ମାଟିରେ ଲିମ୍ବ ପତ୍ର, ଫଗୁ ଓ ଫୁଲ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ପରମ୍ପରା ଓ ଆସ୍ଥାର ପ୍ରତୀକ। ଏହି ଅବସରରୁ ନୂଆ ପିଲାମାନେ ମଧ୍ୟ କୁସ୍ତି ପାଇଁ ତାଲିମ ଆରମ୍ଭ କରୁଥିବା ଦେଖାଯାଇଛି। ଇତିହାସ କହେ, ଶ୍ରୀକ୍ଷେତ୍ର

ପୁରୀର ସୁରକ୍ଷା ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଏହି ଜାଗାଘର ପ୍ରଥାର ଉତ୍ପତ୍ତି ହୋଇଥିଲା। ଏବେ ମଧ୍ୟ ସେହି ପରମ୍ପରାକୁ ଜୀବନ୍ତ ରଖିଛନ୍ତି ସ୍ଥାନୀୟ ଯୁବପିଢ଼ି। ଏହା ସହିତ ପ୍ରତ୍ୟେକ ଜାଗାଘରରେ ବିଭିନ୍ନ ପ୍ରକାରର ପଣା ବ୍ୟବସ୍ଥା କରାଯାଇଥିଲା। କୁସ୍ତି ସରଞ୍ଜାମଗୁଡ଼ିକୁ ଚୁଆ ତେଲ ଲଗାଇ ପୂଜା କରାଯାଇଥିଲା,

ଯାହା ଶକ୍ତି ଓ ସମୃଦ୍ଧିର ପ୍ରତୀକ। ଅନ୍ୟପଟେ, ବିଭିନ୍ନ ଜାଗାଘରରେ ଭାଙ୍ଗ ବଟାଯାଇଥିବା ସହ ପର୍ବର ମାହୋଲକୁ ଉତ୍ସାହିତ କରିଥିଲା। ସେହିପରି ହନୁମାନ ମନ୍ଦିରଗୁଡ଼ିକରେ ମଧ୍ୟ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ପାଳିତ ଏହି ପର୍ବ ପୁରୀର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିଛି।

More news from ଓଡ଼ିଶା and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • Post by Swapnendu Rout
    1
    Post by Swapnendu Rout
    user_Swapnendu Rout
    Swapnendu Rout
    ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    11 hrs ago
  • ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    1
    ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    user_ଅଭିମନ୍ୟୁ ଅଭିସାର
    ଅଭିମନ୍ୟୁ ଅଭିସାର
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    6 hrs ago
  • Post by ନିମାଇଁ ଚରଣ ମହାରଣା
    1
    Post by ନିମାଇଁ ଚରଣ ମହାରଣା
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    6 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.