ପୁରୀରେ ଧୁମଧାମରେ ପାଳିତ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି। ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଦେଖାଯାଇଛି ଉତ୍ସବମୟ ପରିବେଶ। ବିଭିନ୍ନ ଜାଗାଘର ଆଖେଡାରେ ପାରମ୍ପରିକ ରୀତିନୀତି ସହ ଏହି ପର୍ବ ପାଳିତ ହେଉଛି। ଜାଗାଘରଗୁଡ଼ିକରେ ଭେଣ୍ଡିଆ ଜୁଆନ ମାନେ ପୂଜା କରାଯାଇଥିବା ନୂଆ କାଛା ପିନ୍ଧି ମାଟି କୁସ୍ତିରେ ଭାଗ ନେଇଥିଲେ। ମାଟିରେ ଲିମ୍ବ ପତ୍ର, ଫଗୁ ଓ ଫୁଲ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ପରମ୍ପରା ଓ ଆସ୍ଥାର ପ୍ରତୀକ। ଏହି ଅବସରରୁ ନୂଆ ପିଲାମାନେ ମଧ୍ୟ କୁସ୍ତି ପାଇଁ ତାଲିମ ଆରମ୍ଭ କରୁଥିବା ଦେଖାଯାଇଛି। ଇତିହାସ କହେ, ଶ୍ରୀକ୍ଷେତ୍ର ପୁରୀର ସୁରକ୍ଷା ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଏହି ଜାଗାଘର ପ୍ରଥାର ଉତ୍ପତ୍ତି ହୋଇଥିଲା। ଏବେ ମଧ୍ୟ ସେହି ପରମ୍ପରାକୁ ଜୀବନ୍ତ ରଖିଛନ୍ତି ସ୍ଥାନୀୟ ଯୁବପିଢ଼ି। ଏହା ସହିତ ପ୍ରତ୍ୟେକ ଜାଗାଘରରେ ବିଭିନ୍ନ ପ୍ରକାରର ପଣା ବ୍ୟବସ୍ଥା କରାଯାଇଥିଲା। କୁସ୍ତି ସରଞ୍ଜାମଗୁଡ଼ିକୁ ଚୁଆ ତେଲ ଲଗାଇ ପୂଜା କରାଯାଇଥିଲା, ଯାହା ଶକ୍ତି ଓ ସମୃଦ୍ଧିର ପ୍ରତୀକ। ଅନ୍ୟପଟେ, ବିଭିନ୍ନ ଜାଗାଘରରେ ଭାଙ୍ଗ ବଟାଯାଇଥିବା ସହ ପର୍ବର ମାହୋଲକୁ ଉତ୍ସାହିତ କରିଥିଲା। ସେହିପରି ହନୁମାନ ମନ୍ଦିରଗୁଡ଼ିକରେ ମଧ୍ୟ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ପାଳିତ ଏହି ପର୍ବ ପୁରୀର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିଛି।
ପୁରୀରେ ଧୁମଧାମରେ ପାଳିତ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି। ପବିତ୍ର ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଦେଖାଯାଇଛି ଉତ୍ସବମୟ ପରିବେଶ। ବିଭିନ୍ନ ଜାଗାଘର ଆଖେଡାରେ ପାରମ୍ପରିକ ରୀତିନୀତି ସହ ଏହି ପର୍ବ ପାଳିତ ହେଉଛି। ଜାଗାଘରଗୁଡ଼ିକରେ ଭେଣ୍ଡିଆ ଜୁଆନ ମାନେ ପୂଜା କରାଯାଇଥିବା
ନୂଆ କାଛା ପିନ୍ଧି ମାଟି କୁସ୍ତିରେ ଭାଗ ନେଇଥିଲେ। ମାଟିରେ ଲିମ୍ବ ପତ୍ର, ଫଗୁ ଓ ଫୁଲ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ପରମ୍ପରା ଓ ଆସ୍ଥାର ପ୍ରତୀକ। ଏହି ଅବସରରୁ ନୂଆ ପିଲାମାନେ ମଧ୍ୟ କୁସ୍ତି ପାଇଁ ତାଲିମ ଆରମ୍ଭ କରୁଥିବା ଦେଖାଯାଇଛି। ଇତିହାସ କହେ, ଶ୍ରୀକ୍ଷେତ୍ର
ପୁରୀର ସୁରକ୍ଷା ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଏହି ଜାଗାଘର ପ୍ରଥାର ଉତ୍ପତ୍ତି ହୋଇଥିଲା। ଏବେ ମଧ୍ୟ ସେହି ପରମ୍ପରାକୁ ଜୀବନ୍ତ ରଖିଛନ୍ତି ସ୍ଥାନୀୟ ଯୁବପିଢ଼ି। ଏହା ସହିତ ପ୍ରତ୍ୟେକ ଜାଗାଘରରେ ବିଭିନ୍ନ ପ୍ରକାରର ପଣା ବ୍ୟବସ୍ଥା କରାଯାଇଥିଲା। କୁସ୍ତି ସରଞ୍ଜାମଗୁଡ଼ିକୁ ଚୁଆ ତେଲ ଲଗାଇ ପୂଜା କରାଯାଇଥିଲା,
ଯାହା ଶକ୍ତି ଓ ସମୃଦ୍ଧିର ପ୍ରତୀକ। ଅନ୍ୟପଟେ, ବିଭିନ୍ନ ଜାଗାଘରରେ ଭାଙ୍ଗ ବଟାଯାଇଥିବା ସହ ପର୍ବର ମାହୋଲକୁ ଉତ୍ସାହିତ କରିଥିଲା। ସେହିପରି ହନୁମାନ ମନ୍ଦିରଗୁଡ଼ିକରେ ମଧ୍ୟ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ପାଳିତ ଏହି ପର୍ବ ପୁରୀର ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିଛି।