logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡିରେ ଚାପ ଖେଳୁଛନ୍ତି ଶ୍ରୀମଦନମୋହନ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

3 hrs ago
user_Manas Ranjan Kar
Manas Ranjan Kar
Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
3 hrs ago

ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡିରେ ଚାପ ଖେଳୁଛନ୍ତି ଶ୍ରୀମଦନମୋହନ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର, ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଚନ୍ଦନଲାଗି,ସ୍ଵତନ୍ତ୍ର ପୂଜାର୍ଚ୍ଚନା ଏବଂ ଚାପଖେଳ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ମନ୍ଦିରର ରଥ ଖଳା ଠାରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୂଙ୍କ ଆଜ୍ଞାମାଳ ଆସିବା ପରେ ସ୍ବତନ୍ତ୍ର ପୂଜା,ହୋମ ଆଦି କରାଯାଇ ରଥକାଠ ଅନୁକୂଳ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି କର୍ତ୍ତା ଦାୟିତ୍ଵ ତୁଲାଇଥିଲା ବେଳେ ପରମ୍ପରା ଅନୁସାରେ ମୁଖ୍ୟ ବିଶ୍ୱକର୍ମା ବବୁଲୁ ମହାରଣା ରଥକାଠ ଅନୁକୂଳ କରିଥିଲେ।ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଚାପ ଖେଳରେ ଉପସ୍ଥିତ ରହି ଶ୍ରୀଜୀଉଙ୍କ ସେବା ନୀତି କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ସହ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

More news from ଓଡ଼ିଶା and nearby areas
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    14 hrs ago
  • ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    1
    ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    18 hrs ago
  • new new WhatsApp earning application download karo comment box hai
    1
    new new WhatsApp earning application download karo comment box hai
    user_WhatsApp earning money
    WhatsApp earning money
    ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    10 hrs ago
  • ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    1
    ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    18 hrs ago
  • ତା. 20/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ତା. 20/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି  ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    12 hrs ago
  • ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    7
    ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l  ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ରବିବାର ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ବ୍ରାହ୍ମଣ ସମାଜ ଦାମନଯୋଡିର ପରିବାର ମିଳନ ଅନୁଷ୍ଠିତ ହୋଇଯାଇଛି। ଟାଉନସିପ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ପରିବାର ଯୋଗଦେଇଥିଲେ।
    1
    ରବିବାର ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ବ୍ରାହ୍ମଣ ସମାଜ ଦାମନଯୋଡିର ପରିବାର ମିଳନ ଅନୁଷ୍ଠିତ ହୋଇଯାଇଛି। ଟାଉନସିପ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ପରିବାର ଯୋଗଦେଇଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    9 hrs ago
  • 🇹🇯🇹🇯🇹🇯🇹🇯🌹🥺🥺🥺😏😏
    1
    🇹🇯🇹🇯🇹🇯🇹🇯🌹🥺🥺🥺😏😏
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    19 hrs ago
  • ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ କାହ୍ନୁଚରଣ ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ 
ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ  ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ  ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ  କାହ୍ନୁଚରଣ  ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର  ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.